Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସୀମାରେ ୧୦ ମିନିଟ ପର୍ଯ୍ୟନ୍ତ ଉଡିଲା ପାକିସ୍ତାନ ବିମାନ, ସତର୍କ ଥିଲା ବାୟୁସେନା
ଆଜିର ଖବର

ଭାରତୀୟ ସୀମାରେ ୧୦ ମିନିଟ ପର୍ଯ୍ୟନ୍ତ ଉଡିଲା ପାକିସ୍ତାନ ବିମାନ, ସତର୍କ ଥିଲା ବାୟୁସେନା

May 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିମାନ
ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ହଠାତ୍ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା। ଯାହାକୁ ନେଇ ଭାରତରେ ଉତ୍ତେଜନା ଦେଖାଦେଇଥିଲା। ଏହି ପାକିସ୍ତାନୀ ବିମାନ ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ଭାରତୀୟ ବାୟୁସୀମାରେ ରହିଥିଲା। ବିମାନଟି ଭାରତରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା। ଯଦିଓ କୌଣସି ପ୍ରକାରର ଘଟଣା ନଥିଲା ଏବଂ ଏହି ବିମାନ ଭାରତର ପଞ୍ଜାବରେ ୧୨୦ କିଲୋମିଟର ଉଡ଼ିବା ପରେ ନିଜ ଦେଶରେ ପ୍ରବେଶ କରିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଲାହୋର ବିମାନବନ୍ଦରରେ ପ୍ରବଳ ବର୍ଷା ହେତୁ ବିମାନ ଅବତରଣ କରିପାରିନଥିଲା। ପରେ ପାକିସ୍ତାନୀ ବିମାନ ହଠାତ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ନିଜ ରିପୋର୍ଟରେ କହିଛି ଯେ, ଯେତେବେଳେ ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନର ପିକେ-୨୪୮ ବିମାନ ମେ ୪ ତାରିଖ ରାତି୮ ଟାରେ ଅବତରଣ କରିବା ପାଇଁ ଲାହୋର ବିମାନବନ୍ଦରରେ ପହଞ୍ଚିଥିଲା ​​ସେତେବେଳେ ସେଠାରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ପାଇଲଟ୍ ଏହାକୁ ଅନ୍ୟତ୍ର ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିମାନଟିକୁ ଅଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ପାଇଲଟ ଚେଷ୍ଟା କରିଥିଲେ। କିନ୍ତୁ ଏଠାରେ ସଫଳ ହୋଇନଥିଲେ। ଏହା ପରେ ପାଇଲଟଙ୍କୁ ଭାରତୀୟ ସୀମା ଅଞ୍ଚଳରେ ପ୍ରବେଶ କରିବାକୁ ବାଧ୍ୟ କରାଯାଇଥିଲା। ଅସୂଚନା ଅନୁଯାୟୀ, ଏଟିସିର ନିର୍ଦ୍ଦେଶ ଅନୁଯାୟୀ ପାଇଲଟ୍ ବୁଲିବା ଆରମ୍ଭ କରିଥିଲେ କିନ୍ତୁ ପ୍ରବଳ ବର୍ଷା ଏବଂ କମ୍ ଉଚ୍ଚତା ମଧ୍ୟରେ ବିମାନଟି ରାସ୍ତା ହରାଇଥିଲା। ଫଳସ୍ୱରୂପ, ବିମାନଟି ପଞ୍ଜାବର ବଧାନା ପୋଲିସ ଷ୍ଟେସନ ନିକଟରେ ରାତି ୮.୧୧ ରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ବଧାନା ଅମୃତସର ଠାରୁ ୩୭ କିଲୋମିଟର ଦୂରରେ ଅବସ୍ଥିତ। ରିପୋର୍ଟ ଅନୁଯାୟୀ, ପାଇଲଟମାନେ ବିମାନକୁ ଭାରତୀୟ ବାୟୁସୀମାର ୨୦ ହଜାର ଫୁଟ ଉଚ୍ଚକୁ ନେଇଥିଲେ।

ଭାରତୀୟ ସୀମା ଅଞ୍ଚଳରେ ପ୍ରାୟ ଦଶ ମିନିଟ୍ ଉଡ଼ିବା ପରେ ପାକିସ୍ତାନୀ ବିମାନ ୮.୨୨ ମିନିଟରେ ନିଜ ସୀମା ଅଞ୍ଚଳକୁ ଫେରିଗଲା। ସେହି ସମୟରେ ବିମାନଟି ୨୩ ହଜାର ଫୁଟ ଉଚ୍ଚରେ ଥିଲା ଏବଂ ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ ଉଡୁଥିଲା।

ବାୟୁସେନା ଭାରତୀୟ ସୀମା
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା ରୁଜୁ

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026

ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30, 2026

‘୨୦୨୯ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ’: ମେଣ୍ଟ ବୈଠକ ପରେ କହିଲେ ମେହବୁବା ମୁଫତି

September 30, 2026
Latest News

ଏସ୍‌ସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା ରୁଜୁ

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026

ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30, 2026

‘୨୦୨୯ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ’: ମେଣ୍ଟ ବୈଠକ ପରେ କହିଲେ ମେହବୁବା ମୁଫତି

September 30, 2026

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.