Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମଙ୍ଗଳବାରରେ ହେବ ନୀତିଶ ନବୀନ ଭେଟଘାଟ, କଣ କହୁଛି ରାଜନୈତିକ ଗଣିତ
ବିଶେଷ ଖବର

ମଙ୍ଗଳବାରରେ ହେବ ନୀତିଶ ନବୀନ ଭେଟଘାଟ, କଣ କହୁଛି ରାଜନୈତିକ ଗଣିତ

May 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
nitish
ମଙ୍ଗଳବାରରେ ହେବ ନୀତିଶ ନବୀନ ଭେଟଘାଟ, କଣ କହୁଛି ରାଜନୈତିକ ଗଣିତ

ଭୁବନେଶ୍ବର: ମଙ୍ଗଳବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ବର ଆସିବେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିବେ। ଏ ନେଇ ନବୀନ ନିବାସ ତରଫରୁ ପ୍ରସ୍ତୁତି କରାଯାଇଛି। ଏହାପରେ ସେ ସଂଧ୍ୟାରେ ବିହାର ଫେରିଯିବେ।

ନୀତିଶଙ୍କ ଏହି ଦିନିକିଆ ଗସ୍ତରେ ସେ କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ବ୍ୟତିତ ତାଙ୍କର ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସେ ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ସିଧା ନବୀନ ନିବାସ ଆସିବେ। ନବୀନ ନିବାସରେ ନବୀନଙ୍କ ସହିତ ସାକ୍ଷାତ କରି ମଧ୍ୟାହ୍ନ ଭୋଜନ ସାରି ସଂଧ୍ୟାରେ ଫେରିଯିବେ।

ଏହି ଗସ୍ତରୁ ନିଶ୍ଚିତ ଯେ, ନୀତିଶ ବିଜେପି ବିରୋଧରେ ସେ ଯେଉଁ ଅଭିଯାନ ଜାତୀୟ ସ୍ତରରେ ଆରମ୍ଭ କରିଛନ୍ତି ସେହି କାର୍ଯ୍ୟକ୍ରମ ନେଇ ସେ ଆସୁଛନ୍ତି। ଏ ନେଇ ନୀତିଶ ବିଜେଡି ସୁପ୍ରିମୋଙ୍କ ସହିତ ବିସ୍ତୁତ ଆଲୋଚନା କରିବେ। କାରଣ ଜାତୀୟ ସ୍ତରର ନେତାମାନେ ଭାବି ନେଲେଣି ଯେ, ନବୀନଙ୍କ ବିନା ଏକ ଶକ୍ତ ବିରୋଧୀ ଦଳ ଠିଆ କରିବା ସମ୍ଭବ ନୁହେଁ। ନବୀନଙ୍କ ଜାତୀୟ ସ୍ତରରେ ଯେପରି ସ୍ବଚ୍ଛ ଭାବମୂର୍ତ୍ତି ରହିଛି ତାହା ବିଜେପିକୁ ମାତ ଦେବା ପାଇଁ ଯଥେଷ୍ଠ ହେବ।

ତେବେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ନୀତିଶ କଣ ପାଇଁ ଆସୁଛନ୍ତି ତାହା କାହାକୁ କୁହାଯାଇ ନାହିଁ। ହେଲେ ସେ କେବଳ ନବୀନଙ୍କ ସାକ୍ଷାତ କରିବାକୁ ଆସୁଥିବାରୁ ଏଥିରେ ରାଜନୀତି ବ୍ୟତିତ ଆଉ କିଛି ହୋଇ ନ ପାରେ ବୋଲି ସେ କହିଛନ୍ତି। ତେବେ ମହାମେଣ୍ଟ ନେଇ ନବୀନ ପୂର୍ବରୁ ବାରମ୍ବାର ସୂଚନା ଦେଇ ସାରିଛନ୍ତି। ତେଣୁ ଏଥର ମଧ୍ୟ ନବୀନ ସେହି ନାସ୍ତୀ ବାଣୀ ଶୁଣେଇବେ ବୋଲି ଆଶା କରାଯାଉଛି।

ସେହି ନେତାଙ୍କ ହିସାବରେ ବିଜେଡି ଦୁଇଟି କାରଣ ପାଇଁ ଏହି ମହାମେଣ୍ଟରେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିବ ନାହିଁ। ପ୍ରଥମ କାରଣ ହେଲା ଯେ, ବିଜେଡି କଂଗ୍ରେସ ବିରୋଧୀ ଭାବେ ଜନ୍ମଲାଭ କରିଛି। ସେଥିପାଇଁ ଆମ ଦଳ କଂଗ୍ରେସ ସହିତ କେବେ ବି ସାମିଲ ହେବ ନାହିଁ। ଦ୍ବିତୀୟରେ ନବୀନ ପଟ୍ଟନାୟକଙ୍କ ଜାତୀୟ ରାଜନୀତି ପ୍ରତି ସାମାନ୍ୟତମ ଆଗ୍ରହ ନାହିଁ ବୋଲି ସେ ବହୁବାର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାରେ ବିଧାନସଭା ନିର୍ବାଚନ ପାଖେଇ ଆସିଲାଣି। ଏହି ସମୟରେ ନବୀନ ଆଉ କିଛି ନୂଆ ସମୀକରଣ କଲେ ହୁଏତ ତାହାର ନକରାତ୍ମକ ପ୍ରଭାବ ସୃଷ୍ଟି କରିପାରେ। ତେଣୁ ନିର୍ବାଚନ ପୂର୍ବରୁ କୌଣସି ମେଣ୍ଟ କରିବା କିମ୍ବା କୌଣସି ମେଣ୍ଟରେ ସାମିଲ ହେବା ଠିକ ହେବ ନାହିଁ ବୋଲି ସେହି ବିଜେଡି ନେତା ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ନୀତିଶ ମହାମେଣ୍ଟ ନେଇ ବହୁ ନେତାଙ୍କ ସହିତ ଆଲୋଚନା କରିସାରିଛନ୍ତି। ସେ ଏସପି ନେତା ଅଖିଳେଶ ଯାଦବ, ଆପ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରିସାରିଛନ୍ତି। ଏବେ ନବୀନଙ୍କ ସହିତ ଭେଟଘାଟକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

August 10, 2026

ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଚିନ୍ତା ଦୂର କଲେ ଯୋଗାଣ ମନ୍ତ୍ରୀ

August 9, 2026
Latest News

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

August 10, 2026

ଧାନ ପଞ୍ଜୀକରଣକୁ ନେଇ ଚାଷୀଙ୍କ ଚିନ୍ତା ଦୂର କଲେ ଯୋଗାଣ ମନ୍ତ୍ରୀ

August 9, 2026

ଝାଡଖଣ୍ଡ ଛାତ୍ର ଆନ୍ଦୋଳନ : ଆଲୋଚନା ବିଫଳ

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.