Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ
ଆଜିର ଖବର

‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ

May 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନର ବିଶେଷ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଦୁଗ୍ଧ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାର ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟି୍ରକ୍‌ ଟନ୍‌ରୁ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟି୍ରକ୍‌ ଟନକୁ ବୃଦ୍ଧି ପାଇଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ଅଧିକ ବୃଦ୍ଧି ଘଟାଇ ମୁଣ୍ଡପିଛା ହାରାହାରି ଦୁଗ୍ଧ ଉପଲବ୍ଧତା ବଢ଼ାଇବା ଦିଗରେ ଓମ୍‌ଫେଡ୍‌ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ମଙ୍ଗଳବାର ଦିନ କୃଷି ଭବନଠାରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ ‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଦୁଗ୍ଧ ଚାଷୀ ସଦସ୍ୟ ସଂଖ୍ୟା ବୃଦ୍ଧି କରି ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହିତ ଜନସାଧାରଣଙ୍କ ନିମନ୍ତେ ପୁଷ୍ଟିକର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ବୃଦ୍ଧି ଦିଗରେ ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ। ସମବାୟ ସମିତି ଗଠନ ମାଧ୍ୟମରେ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଓମ୍‌ଫେଡ୍‌ର ସଦସ୍ୟଭୁକ୍ତ କରିବା ସହିତ ସେମାନଙ୍କୁ ରୋଜଗାର ବୃଦ୍ଧି ଦିଗରେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ ସେ କହିଥିଲେ। ଏଥି ସହିତ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିମନ୍ତେ ଦୁଗ୍ଧଚାଷୀମାନଙ୍କଠାରୁ ଅଧିକ ଦୁଗ୍ଧ ସଂଗ୍ରହ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ରାଜ୍ୟ ସରକାରଙ୍କ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋପାଳକମାନେ ବିଶେଷ ଭାବରେ ଉପକୃତ ହେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଚାଷୀମାନଙ୍କର କଲ୍ୟାଣ ଦିଗରେ ଓମ୍‌ଫେଡ୍‌ର ପ୍ରତିବଦ୍ଧତା ରହିଥିବାବେଳେ ସେମାନଙ୍କର ଆର୍ଥିକ ବିକାଶ ଦିଗରେ ଓମ୍‌ଫେଡ୍‌କୁ ଅଧିକ କ୍ରିୟାଶୀଳ ହେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ମିá ୟୁନିୟନ୍‌ଗୁଡ଼ିକର ସଭାପତିମାନେ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ଦେଇଥିବାବେଳେ ଓମ୍‌ଫେଡ୍‌ ପକ୍ଷରୁ ସେଗୁଡ଼ିକ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ଦୁଗ୍ଧଚାଷୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ରାଜ୍ୟର ଦୁଗ୍ଧ ସମବାୟ ସମିତିର କାର୍ଯ୍ୟଧାରାର ଏକ ତୁଳନାତ୍ମକ ବିଶ୍ଳେଷଣ କରି ଓଡ଼ିଶା ନିମନ୍ତେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓମ୍‌ଫେଡ୍‌ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଓମ୍‌ଫେଡ୍‌ ପକ୍ଷରୁ ପ୍ରକାଶିତ ପୁସ୍ତିକା ‘ପ୍ରାଣୀପାଳନ ସହାୟିକା’ର ଶୁଭ ଉନ୍ମୋଚନ ହୋଇଥିଲା।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓମ୍‌ଫେଡ୍‌ର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଆଶିଷ ଚନ୍ଦ୍ର ସିହ୍ନାଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ, ମିá ୟୁନିୟନ୍‌ର ସଭାପତି ଓ ସଦସ୍ୟସଦସ୍ୟମାନେ ଯୋଗଦେଇଥିଲେ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.