Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମାରେ ରେକର୍ଡ ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ
ଆଜିର ଖବର

ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମାରେ ରେକର୍ଡ ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ

May 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଅଫିସିଆଲ ଡିଜିଟାଲ୍ ଷ୍ଟ୍ରିମିଂ ପାର୍ଟନର ଜିଓ ସିନେମା ଡିଜିଟାଲ୍ ମାଧ୍ୟମରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦେଖିବାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପନ କରିଛି। ଆଇପିଏଲ୍‌ର ପ୍ରଥମ ପାଂଚ ସପ୍ତାହରେ ଜିଓ ସିନେମା ୧୩୦୦ କୋଟିରୁ ଅଧିକ ଭିଡିଓ ଭିଉ ହାସଲ କରିଛି। ପ୍ରଶଂସକ କୈନ୍ଦ୍ରୀକ ଉପସ୍ଥାପନା ଲାଗି ଜିଓ ସିନେମା ସହ ଦର୍ଶକମାନେ ଯୋଡ଼ିହୋଇରହିଛନ୍ତି ଏବଂ ଦର୍ଶକ ପିଛା ହାରାହାରି ଦେଖିବା ସମୟ ୬୦ ମିନିଟ୍‌କୁ ବୃଦ୍ଧି ପାଇଛି। କନେକ୍ଟେଡ୍ ଟିଭିରେ ଆଇପିଏଲ୍ ୨୦୨୩ ଏଚ୍‌ଡି ଟିଭି ତୁଳନାରେ ଦୁଇ ଗୁଣା ଅଧିକ ଦର୍ଶକଙ୍କ ପାଖରେ ପହଂଚିବାରେ ସଫଳ ହୋଇଛି।

ଭାୟାକମ୍‌୧୮ ସ୍ପୋର୍ଟସ୍‌ର ସିଇଓ ଅନିଲ ଜୟରାଜ କହିଛନ୍ତି ଯେ, “ଜିଓ ସିନେମା ଅତିକ୍ରମ କରୁଥିବା ପ୍ରତିଟି ସପ୍ତାହରେ ଆହୁରି ମଜଭୁତ ହେବାରେ ଲାଗିଛି। ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକୁ ଦେଖିବା ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଦର୍ଶକମାନେ ନିଜ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଥିବାରୁ ଏହା ସମ୍ଭବ ହୋଇଛି । ଉତ୍କୃଷ୍ଟ କ୍ରିକେଟ୍ ମ୍ୟାଚ୍ ଓ ଆମର ଦୃଢ଼ ପ୍ଲାଟଫର୍ମର ସମିଶ୍ରଣ ଏହା ପ୍ରମାଣିତ କରୁଛି ଯେ ଉଲ୍ଲେଖନୀୟ ସପ୍ତାହନ୍ତ କିଛି ବଡ଼ ହେବାର ଶୁଭାରମ୍ଭ ମାତ୍ର। ଆଇପିଏଲ୍ ଦେଖିବାରେ ଦର୍ଶକଙ୍କ ଅନଭୂତିରେ ଉନ୍ନତି ଆଣିବା ଆମେ ଜାରି ରଖିଛୁ ଏବଂ ଆମ ଉପରେ ଭରସା ପ୍ରକଟ କରିଥିବାରୁ ମୁଁ ଆମର ସମସ୍ତ ପ୍ରାୟୋଜକ, ବିଜ୍ଞାପନଦାତା ଓ ସହଯୋଗୀମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି।’’

୨୦୨୩ ଏପ୍ରିଲ୍ ୧୨ରେ ୨.୨୩ କୋଟି ଦର୍ଶକ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌କୁ ଜିଓସିନେମାରେ ଦେଖିଥିଲେ। ଏହାର ପାଂଚଦିନ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମ୍ୟାଚ୍‌କୁ ୨.୪ କୋଟି ଦର୍ଶକ ଜିଓ ସିନେମାରେ ଦେଖିଥିଲେ।

ବର୍ତମାନ ସୁଦ୍ଧା ମିଳିଥିବା ଜବରଦସ୍ତ ସମର୍ଥନକୁ ଦୃଷ୍ଟିରେ ରଖି ଜିଓ ସିନେମା ପକ୍ଷରୁ ଦର୍ଶକମାନଙ୍କୁ ଉଲ୍ଲସିତ କରିବା ଲାଗି ୩୬୦ ଡିଗ୍ରିରେ ଦେଖିବା ସୁବିଧା ପ୍ରଦାନ କରାଯାଇଛି। ଓଡ଼ିଆ ସମେତ ବିଭିନ୍ନ ଆଂଚଳିକ ଭାଷାରେ ଉପସ୍ଥାପନାକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି। ମଲ୍‌ଟି-କ୍ୟାମ୍‌, ହାଇପ ମୋଡ୍ ସହିତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଫାଫ୍ ଡୁ ପ୍ଲେସିସ, ରଶିଦ ଖାନ୍‌, ଡେଭିଡ୍ ମିଲରଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କ ସାକ୍ଷାତକାର ଆଦି ଖେଳ ଦେଖିବା ଅନୁଭୂତିକୁ ସମୃଦ୍ଧ କରିଛି।

ଜିଓସିନେମା ସହ ଯୋଡ଼ି ହୋଇଥିବା ବିଜ୍ଞାପନଦାତାଙ୍କ ସଂଖ୍ୟାରେ ମଧ୍ୟ ନୂଆ ରେକର୍ଡ ସ୍ଥାପନ ହୋଇଛି । ସେମାନଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଆଇପିଏଲ୍ ପାଇଁ ଜିଓସିନେମା ସହିତ ଡ୍ରିମ୍‌୧୧, ଜିଓମାର୍ଟ, ଫୋନ୍‌ପେ, ଟିଆଗୋ ଇଭି, ଜିଓ, ଆପି ଫିଜ୍‌, ଇଟି ମନି, କାଷ୍ଟ୍ରଲ୍‌, ଟିଭିଏସ୍‌, ଓରିଓ, ବିଙ୍ଗୋ, ଷ୍ଟିଙ୍ଗ, ଆଜିଓ, ହାୟର, ରୁପେ, ଲୁଇ ଫିଲିପ ଜିନ୍‌ସ, ଆମାଜନ, ରାପିଡୋ, ଅଲ୍‌ଟ୍ରାଟେକ୍ ସିମେଂଟ୍‌, ପୁମା, କମଳା ପସନ୍ଦ, କିଙ୍ଗଫିସର ପାୱାର ସୋଡା, ଜିନ୍ଦଲ ପାନ୍ଥର ଟିଏମ୍‌ଟି ରିବାର, ସାଉଦି ପର୍ଯ୍ୟଟନ, ସ୍ପଟିଫାଏ ଏବଂ ଏଏମ୍‌ଏଫ୍‌ଆଇ ଆଦି ଯୋଡ଼ିହୋଇଛନ୍ତି।

ଗୁଜରାଟ ଟାଇଟାନ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ ଜିଓ ସିନେମା ସହ ସ୍ୱତନ୍ତ୍ର ସହଯୋଗିତା ସ୍ଥାପନ କରିଛନ୍ତି। ଆଇପିଏଲ୍‌ର ବିଶ୍ୱ ସ୍ତରୀୟ ଉପସ୍ଥାପନା ଲାଗି ସଚିନ ତେନ୍ଦୁଲକର, ଏମ୍ ଏସ୍ ଧୋନି, ସୂର୍ଯ୍ୟ କୁମାର ଯାଦବ ଓ ସ୍ମୃତି ମନ୍ଧାନା ମଧ୍ୟ ଜିଓସିନେମା ସହ ହାତ ମିଳାଇଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗ୍ ଜିଓ ସିନେମା
Share. Facebook Twitter LinkedIn Email WhatsApp Copy Link

Related Posts

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026
Latest News

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.