Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ବର୍ଷ ରାଜ୍ୟରୁ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ହେଲା ଉତ୍ପାଦନ
ବିଶେଷ ଖବର

ଚଳିତ ବର୍ଷ ରାଜ୍ୟରୁ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ହେଲା ଉତ୍ପାଦନ

May 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚଳିତ ବର୍ଷ ରାଜ୍ୟରୁ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ହେଲା ଉତ୍ପାଦନ

ଭୁବନେଶ୍ୱର: ୨୦୨୨-୨୩ ବର୍ଷରେ ଓଡ଼ିଶାରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ତୃତୀୟ ଆଗୁଆ ଆକଳନ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନ୍‌ରୁ ଉର୍ଦ୍ଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନ୍‌ରୁ ଊର୍ଦ୍ଧ୍ୱ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା।

ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବା ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଖୁସି ବ୍ୟକ୍ତ କରିବା ସହିତ ଏଥି ନିମନ୍ତେ ରାଜ୍ୟର ଚାଷୀ ଭାଇ ଓ ଭଉଣୀ ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୨-୨୩ ବର୍ଷର ଆକଳନ ଅନୁଯାୟୀ ରାଜ୍ୟର ମୋଟ ଶସ୍ୟ ଉତ୍ପାଦନ ମଧ୍ୟରେ ଚାଉଳ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ୍ ଟନ ହେବାବେଳେ ମକା ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଊର୍ଦ୍ଧ୍ଵ, ମାଣ୍ଡିଆ ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଏବଂ ଗହମ, ବାଜରା, ଯୱାର ଓ ଅନ୍ୟ ଲଘୁଶସ୍ୟ ୨୮ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଉତ୍ପାଦନର ଆକଳନ କରାଯାଇଛି।

ସେହିପରି ମୋଟ ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଡାଲିଜାତୀୟ ଶସ୍ୟ ଉତ୍ପାଦନ ମଧ୍ୟରେ ମୁଗ ୪ ଲକ୍ଷ ୨୧ ହଜାର ମେଟ୍ରିକ୍ ଟନରୁ ଊର୍ଦ୍ଧ୍ଵ ବିରି ୧ ଲକ୍ଷ ୯୭ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ହରଡ଼ ୧ ଲକ୍ଷ ୩୭ ହଜାର ମେଟ୍ରିକ୍ ଟନରୁ ଊର୍ଦ୍ଧ୍ଵ, କୋଳଥ ୯୧ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ମଟର ୨୯ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ମସୁର ୭ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ, ବରଗୁଡ଼ି ୬୮ ହଜାର ମେଟ୍ରିକ୍ ଟନରୁ ଉର୍ଦ୍ଧ୍ଵ ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ୍ ଟନ ଅନ୍ତର୍ଭୁକ୍ତ।

ଖାଦ୍ୟଶସ୍ୟ ଖାଦ୍ୟଶସ୍ୟ ଉତ୍ପାଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.