Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭବାନୀପୁର ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର
ଆଞ୍ଚଳିକ

ଭବାନୀପୁର ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର

May 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ବ୍ଲକ ଭବାନୀପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଏଥି ନିମନ୍ତେ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ବାରିକ ଯୋଗ ଦେଇଥିଲେ। ଶ୍ରୀ ରଣସିଂହ ନିର୍ମାଣସ୍ଥଳରେ ପହଞ୍ଚି ନଡ଼ିଆ ବାଡେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସୂଚନା ଥାଉକି କିଛି ବର୍ଷ ତଳେ ନୂତନ ଭାବେ ଗଠିତ ହୋଇଥିବା ଭବାନୀପୁର ପଞ୍ଚାୟତ ପୁର୍ବରୁ ତୁମୁରାପୁଟ ପଞ୍ଚାୟତ ଅଧୀନରେ ଥିଲା। ତେବେ ଅଲଗା ପଞ୍ଚାୟତର ମାନ୍ୟତା ପାଇବା ପରେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଭବାନୀପୁର ପଞ୍ଚାୟତର ନିଜସ୍ୱ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ। ନୂତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସମ୍ପୃକ୍ତ ପଞ୍ଚାୟତର ସମିତି ସଭ୍ୟ ହୋଇଥିବାରୁ ପଞ୍ଚାୟତବାସୀ ଉକ୍ତ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଫଳସ୍ୱରୂପ ବ୍ଲକ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାରେ ଧୀମା ପଡିଯାଇଥିବା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ବାରିକି, ବରିଷ୍ଠ ସଂଗଠକ ଦେବବ୍ରତ ବଡ଼ଜେନା, ଜିତେନ୍ଦ୍ର ଭୋଳ, ଯୁବନେତା କୀର୍ତ୍ତିରଞ୍ଜନ ଖୁଣ୍ଟିଆଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେପି ସମର୍ଥକମାନେ ଯୋଗଦେଇଥିଲେ।

ଅମରେନ୍ଦ୍ର ରଣସିଂହ ବାଣପୁର ବ୍ଲକ ଭିତ୍ତିପ୍ରସ୍ତର ସ୍ଥାପନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.