Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା
ବିଶେଷ ଖବର

ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା

May 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବୀନ ସରକାର ଆରମ୍ଭ କଲେ ‘ମୋ ଘର’ ଯୋଜନା, ଲୋକଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ୍। ଏଣିକି ରାଜ୍ୟର ନିମ୍ନ ତଥା ନିମ୍ନ ମଧ୍ୟବିତ ପରିବାରଙ୍କ ପାଇଁ ଲାଗୁ ହେଲା ‘ମୋ ଘର’ ଯୋଜନା। ଏ ନେଇ ରାଜ୍ୟ କ୍ୟାବିନେଟରେ ଏହି ନୂଆ ଯୋଜନାକୁ ସ୍ବୀକୃତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଏହା ଆଗତ କରାଯାଇଥିଲା।

ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ । କେନ୍ଦ୍ର ଯୋଜନାରୁ ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ।

ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ  ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ ।

ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ । ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି ପ୍ରଦାନ କରାଯିବ। ଦେଢ ଲକ୍ଷରେ ଯଥାକ୍ରମେ ୪୫ ଓ ୫୫ ହଜାର, ୨ ଓ ୩ଲକ୍ଷରେ ଯଥାକ୍ରମେ ୬୦ ଓ ୭୦ ହଜାର ସବସିଡି ମିଳିବ । ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ ।

କେଉଁମାନେ ମୋ ଘର ପାଇଁ ଯୋଗ୍ୟ ହେବେ

୧- କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ
୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ
୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ।

ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଗତ ନିର୍ବାଚନରେ ସମସ୍ତଙ୍କୁ ପକ୍କା ଘର ପ୍ରଦାନ ତାଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ। ଯାହାକୁ ସେ ପୁରଣ କରିବା ପାଇଁ ଏହି ଯୋଜନା ଲାଗୁ କରିଛନ୍ତି।

ମେ 29 ତାରିଖରେ ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଲା। ସେଥିପାଇଁ ସୋମବାରରେ ନବୀନ ପଟ୍ଟନାୟକ ଡାକିଥିଲେ ଏହି କ୍ୟାବିନେଟ ବୈଠକ। ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।

ନବୀନ ସରକାର ମୋ ଘର
Share. Facebook Twitter LinkedIn Email WhatsApp Copy Link

Related Posts

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Latest News

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.