ନୂଆଦିଲ୍ଲୀ: ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକେ କିପରି ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ତାହା ଦେଖିବା ପାଇଁ ଏହି ୱେବସାଇଟକୁ ଯିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଦେଶର ବିକାଶରେ ନିରନ୍ତର ସମର୍ପଣର ୯ ବର୍ଷ।
ମୁଁ ସମସ୍ତଙ୍କୁ nm4.com/9yrsofseva ୱେବସାଇଟକୁ ଯାଇ ଆମର ବିକାଶ ଯାତ୍ରାର ଏକ ଝଲକ ଦେଖିବା ପାଇଁ ଆମନ୍ତ୍ରଣ କରୁଛି। ବିଭିନ୍ନ ସରକାରୀ ଯୋଜନାରୁ ଲୋକେ କିପରି ଲାଭାନ୍ୱିତ ହୋଇଛନ୍ତି ତାହା ଉପରେ ଆଲୋକପାତ କରିବାର ଏହା ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। #9YearsOfSeva’
Tags: ନରେନ୍ଦ୍ର ମୋଦୀ, ବିକାଶମୂଳକ ଯାତ୍ରା