Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରର ଆରାଧ୍ୟ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବଙ୍କ ଋକ୍ମଣୀ ହରଣ ଏକାଦଶୀ ଏବଂ ଗୁଆଲି ଯାତ୍ରା
ଆଞ୍ଚଳିକ

ବାଣପୁରର ଆରାଧ୍ୟ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବଙ୍କ ଋକ୍ମଣୀ ହରଣ ଏକାଦଶୀ ଏବଂ ଗୁଆଲି ଯାତ୍ରା

June 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକ୍ଷେତ୍ର ପୁରୀ ଭଳି ଲୀଳା ଶ୍ରୀକ୍ଷେତ୍ର ବାଣପୁରର ଆରାଧ୍ୟ ଶ୍ରୀ ଶ୍ରୀ ଶ୍ରୀରଙ୍କନାଥ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଏକାଦଶୀ ଏବଂ ଗୁଆଲି ଯାତ୍ରା ପାଳନ ହୋଇଥାଏ। ତା- ୩୦ – o୫-୨୦୨୩ତାରିଖ ଦିନ ରୁକ୍ମିଣୀ ଦେବୀଙ୍କ ପତ୍ର ପାଇବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମଦନମୋହନ ପାଲିଙ୍କିରେ ବେଢା ପରିକ୍ରମା କରି ରାଜେନ୍ଦ୍ରାଭିଷେକ ହୋଇଥିଲେ। ୩୧.୦୫.୨୦୨୩ ତାରିଖ ଦିନ ଶ୍ରୀଦେବୀ ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ବିଜେ କରନ୍ତି।

ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ମା’ ବିମଳାଙ୍କ ମନ୍ଦିରକୁ ପୂଜା ଲାଗି ଯାଇଥାନ୍ତି। ମଦନମୋହନ ବିନା ଛତ୍ର କାହାଳୀରେ ଯାଇ ବିମଳା ମନ୍ଦିର ପାଖରେ ରହିଥାନ୍ତି। ଋକ୍ମିଣୀ ପୂଜା କରି ସାରି ଫେରିବା ସମୟରେ ମଦନ ମୋହନ ତାଙ୍କୁ ସେଠାରୁ ହରଣ କରି ଆଣିଥାନ୍ତି। ବାଟରେ ଶିଶୁପାଳ ଚରିତ୍ରରେ ଜଣେ ସେବକ ବାଟ ଓଗାଳିଥାଏ। ଆଉ ଜଣେ ସେବକ ମଦନମୋହନଙ୍କ ତରଫରୁ ଯୁଦ୍ଧ ହୋଇଥାଏ ଓ ସେଠାରେ ଶିଶୁପାଳ ହାରିଥାଏ।

ମହାପ୍ରଭୁ ତାକୁ ପାଲିଙ୍କିରେ ବାନ୍ଧି ଆଣିଥାନ୍ତି। ବଡ ଭାଇ ବଳଭଦ୍ର ଜାଣିବାପରେ ପାଲିଙ୍କିରେ ବିଜେ ହୋଇ ଯାଇ ମହାପ୍ରଭୁଙ୍କୁ ବୁଝାଇ ଶିଶୁପାଳକୁ ବନ୍ଧନ ମୁକ୍ତ କରିଥାନ୍ତି। ଏହାପରେ ସମସ୍ତ ଦେବାଦେବୀ ସମେତ ଦକ୍ଷେଶ୍ଵର, ମା ଭଗବତୀ, ରଘୁନାଥଙ୍କୁ ନିମନ୍ତ୍ରଣ କରାଯାଏ।  ସଂଧ୍ୟା ଧୂପ ବଢିବାପରେ ବିବାହ ଉତ୍ସବ ଅନୁଷ୍ଠିତ ହୁଏ।

ତାର ପରଦିନ ଉପରବେଳା ମହାପ୍ରଭୁରଙ୍କନାଥ ଦେବ ଗୁଆଲିଯାତ୍ରା ନିମନ୍ତେ ଦକ୍ଷେଶ୍ୱର ମନ୍ଦିରକୁ ବିଜେ କରନ୍ତି। ଏହାପରେ ନଗର ପରିକ୍ରମା କରି ସ୍ଵମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ରଙ୍କ ନାଥ ଦେବ ମନ୍ଦିର କମିଟି ଓ ହନୁମାନ ଚାଳିଶା କମିଟି ଓ ମହିଳାସଂଘ ମିଳିତ ସହଯୋଗ ରେ ସଂପାଦନ ହୋଇଛି।

ଗୁଆଲି ଯାତ୍ରା ଶ୍ରୀକ୍ଷେତ୍ର ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ

March 20, 2026

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ଘୋଷଣା ହେଲା ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ: ଜାଣନ୍ତୁ କେବେ?

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.