Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଖିଳେଶ ଯାଦବଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିୱାଲ: ଦିଲ୍ଲୀ ଅଧ୍ୟାଦେଶ ଉପରେ ଲୋଡିଲେ ସମର୍ଥନ
ଆଜିର ଖବର

ଅଖିଳେଶ ଯାଦବଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିୱାଲ: ଦିଲ୍ଲୀ ଅଧ୍ୟାଦେଶ ଉପରେ ଲୋଡିଲେ ସମର୍ଥନ

June 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରର ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀଙ୍କୁ ଏକଜୁଟ କରିବାରେ ନିୟୋଜିତ ଅଛନ୍ତି। ଏହି ସମୟରେ, ଆମ୍ ଆଦମୀ ପାର୍ଟି (AAP) ଜାତୀୟ ସଂଯୋଜକ କେଜ୍ରିୱାଲ ଆଜି ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କୁ ଭେଟିଛନ୍ତି। ଏହି ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଅତିଶୀ, ଏଏପି ସାଂସଦ ସଞ୍ଜୟ ସିଂ ଏବଂ ଏସପି ନେତା ଶିବପାଲ ସିଂ ଯାଦବ ମଧ୍ୟ ଉପସ୍ଥିତ ଥିଲେ।

ଏହାପୂର୍ବରୁ AAP ର ଜାତୀୟ ସଂଯୋଜକ କେଜ୍ରିୱାଲ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନେକ ନେତାଙ୍କୁ ଭେଟିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତେ ଗୋଟିଏ କଥା ଦୋହରାଇଛନ୍ତି ଯେ, ସେମାନେ ରାଜ୍ୟସଭାରେ ଏହି ଅଧ୍ୟାଦେଶ ବିରୁଦ୍ଧରେ ଭୋଟ୍ ଦେବେ।

ଘଟଣା କଣ?:

ନିକଟରେ ସୁପ୍ରିମକୋର୍ଟ କହିଥିଲେ ଯେ, କେଜ୍ରିୱାଲ ସରକାରଙ୍କ ଦିଲ୍ଲୀର ଅଧିକାରୀଙ୍କୁ ସ୍ଥାନାନ୍ତର ଏବଂ ନିଯୁକ୍ତି ଦେବାର ଅଧିକାର ରହିଛି। ଏହା ପରେ ମେ 19 ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋର୍ଟଙ୍କ ଆଦେଶକୁ ବଦଳାଇ କେନ୍ଦ୍ର ସରକାର ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି।

aap ଅଖିଳେଶ ଯାଦବ ଅଧ୍ୟାଦେଶ ଅରବିନ୍ଦ କେଜ୍ରିୱାଲ ଆମ୍ ଆଦମୀ ପାର୍ଟି ଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.