ଗୋଆର ଜନୈକ କଂଗ୍ରେସ ବିଧାୟକ, ମେୟର ଏବଂ ଡେପୁଟି ମେୟରଙ୍କ ନାମରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ଆସିଛି । ଶୁକ୍ରବାର ଏକ କ୍ୟାସିନୋ ବାହାରେ ଆନ୍ଦୋଳନ ସମୟରେ ଏହି ଘଟଣା ଘଟିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ପାଣାଜୀ ବିଧାୟକ ଆଟାନ୍ସିଓ ମନେସାରଟ୍ଟେ, ମେୟର ଏବଂ ଡେପୁଟି ମେୟରଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି । ଶୁକ୍ରବାର କ୍ୟାସିନୋଟିକୁ ଭଙ୍ଗା ଯାଉଥିବା ବେଳେ ମହିଳା ଜଣଙ୍କ ବାହାରେ ଆନ୍ଦୋଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ମହିଳା ଜଣଙ୍କମ ତିନି ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ନେଇ ଗୋଆ ପୋଲିସ୍ ମୁଖ୍ୟ ଚନ୍ଦନ ଚୌଧୁରୀ ଗଣମମାଧ୍ୟମକୁ ସୂଚନା ଦେଇଛନ୍ତି ।