Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅନିୟମିତତା ଅଭିଯୋଗ ପରେ ପୁନଃ ନିର୍ମାଣ ହେଲା କୋଇଲମା-ଗୈାରାଙ୍ଗପୁର ରାସ୍ତା କାମ
ଆଞ୍ଚଳିକ

ଅନିୟମିତତା ଅଭିଯୋଗ ପରେ ପୁନଃ ନିର୍ମାଣ ହେଲା କୋଇଲମା-ଗୈାରାଙ୍ଗପୁର ରାସ୍ତା କାମ

June 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ପୂର୍ତ୍ତ ବିଭାଗ ଅଧିନ କୋଇଲମା-ଗୈାରାଙ୍ଗପୁର ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଠିକାଦାର ଚେତିବା ସାଙ୍ଗକୁ ନିମ୍ନମାନର ରାସ୍ତା କାମର ପୁନଃ ନିର୍ମାଣ କରିଥିବା ଜଣାଯାଇଛି।

ସୂଚନା ଥାଉ କି ଉକ୍ତ ରାସ୍ତାକାମ ନିର୍ମାଣର ସପ୍ତାହ ନପୁରୁଣୁ ପିଚୁ ଉଠିଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ଅଚଂଳବାସୀ ଅସନ୍ତୋଷ ଜାହିରି କରିଥିଲେ। ଏପରିକି ଅଚଂଳବାସୀ ଠିକାଦାରଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଥିଲା। ଅପର ପକ୍ଷେ ରଣପୁର ପୁର୍ତ ବିଭାଗ ଅଧିନ କୋଇଲମା-ଗୈାରାଙ୍ଗପୁର ରାସ୍ତା ଦୀର୍ଘବର୍ଷ ଧରି ଖାଲଖମା ରେ ପରିପୂର୍ଣ୍ଣ ହେବା ଫଳରେ ଯାତାୟତ ରେ ବ୍ୟାପକ ସମସ୍ୟା ଉପୁଜୁଥିଲା।

ତେବେ ନୂତନ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେବାପରେ ଲୋକମାନଙ୍କର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆର୍ଥିକ ବର୍ଷ ୨୦୨୨-୨୩ ରେ ଅଟକଳ ବଜେଟ୍ ୩ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ୬ କି.ମି ପରିମିତ ଉକ୍ତ ରାସ୍ତା କାମ ନିମନ୍ତେ ଜୈନିକ ଠିକାଦାରଙ୍କୁ କାର୍ଯାଦେଶ ମିଳିଥିଲା। ଏପରିକି ଉକ୍ତ ରାସ୍ତାକାମ ଅର୍ଦ୍ଧେକ ପିଚୁ ଓ କଂକ୍ରିଟ୍ ରେ ନିର୍ମାଣ ହେବାକୁ ଥିବାବେଳେ ଠିକାଦାର ର ମନମାନି ଯୋଗୁ ଅତି ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲା। ତେବେ କମ୍ ପରିମାଣର ପିଚୁ ଓ ଗୋଡି ମିଶ୍ରଣ ଯୋଗୁ ଗୈାରାଙ୍ଗପୁର-ପିମ୍ପଲ ରାସ୍ତା ମଧ୍ୟସ୍ଥ ଶଙ୍ଖଠାରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଥିଲା।

ସେହିପରି ନିର୍ମାଣଧିନ କଂକ୍ରିଟ୍ ରାସ୍ତାରେ ସଠିକ୍ ପରିମାଣର ଭାଗମାପ ନ ଦେଇ, ବିଶେଷକରି କମ୍ ପରିମାଣର ସିମେଟଂ ଓ ଗୋଡି ମିଶ୍ରଣ ଫଳରେ ଅତି ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ଅଚଂଳବାସୀ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ହେଁ ଏହାର କୈାଣସି ପ୍ରତିକାର କରୁ ନ ଥିଲେ।

ଏ ନେଇ ଗଣମାଧ୍ୟମରେରେ ଖବର ପ୍ରକାଶନ ପରେ ଏହି ରାସ୍ତାର ପୁନଃ ନିର୍ମାଣ କରାଯାଇଥିଲେ ହେଁ ବହୁ କୋଟି ଟଙ୍କାରେ ନିର୍ମିତ ଉକ୍ତ ରାସ୍ତା ବିନା ଫ୍ଲେଭର ମେସିନରେ ହେଉଥିବାରୁ ଏହାର ସ୍ଥାୟୀତ୍ୱ ନେଇ ସନ୍ଦେହ ଜାତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.