ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଲା ୩ ରଥ: ରଥ ଟାଣିଲେ କେନ୍ଦ୍ର ମନ୍ତ୍ରୀ

Published: Jun 21, 2023, 11:32 pm IST

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାରେ ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦୋଳନ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିବା ବେଳେ ଆଜି ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା। ଗତକାଲି ସୁଭଦ୍ରାଙ୍କ ରଥ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଚାଂଇଥିଲେ। ଆଜି ରଥ ଯାତ୍ରା ରେ କେନ୍ଦ୍ର ମନ୍ତ୍ରୀ ରସନା ଜଗ୍‌ଦିଶ ଜଗନ୍ନାଥ କୁ ଦର୍ଶନ କରିବା ସହ ରଥ ଟାଣିବା ଦେଖାଦେଇଥିଲା। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସଂବିତ ପାତ୍ର ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ରଥ ଟାଣିଥିଲେ।

ଆଜି ଅପରାହ୍ନ ୪ ଟାରେ ଜଗନ୍ନାଥ ଙ୍କ ରଥ ଟଣାଯାଇଥିଲା। କିନ୍ତୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ବହୁ ଧିର ମନ୍ତର ଗତିରେ ଚାଲିଥିଲା। ଯାହାଫଳରେ ସନ୍ଧ୍ୟା ୬.୪୫ ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା। ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂବା ପରେ ତିନି ଠାକୁରଙ୍କୁ ଆଡପମଣ୍ଡପକୁ ବିଜେ କରିବେ।

ଆଜି ଠାରୁ ଭକ୍ତ ମାନେ ୩ ଠାକୁରଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବା ସହ ଆଡପ ଅଭଡା ପାଇ ପାରିବେ ବୋଲି ପ୍ରଶାସନ ଠାରୁ ଜଣାଯାଇଛି। ଆଜି ରଥ ଟଣାରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ,ପୂର୍ବତନ ବିଧାୟକ ରବିନାରାୟଣ ମହାପତ୍ର , ତହସିଲଦାର ଇପସିତ ସାହୁ ,ଏନଏସି ଅଧକ୍ଷା ରଙ୍ଗିନ ମହାନ୍ତି, ସିଧାର୍ଥ ପଣ୍ଡା,ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଆଇଆଇସି ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related posts