Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଉପଜିଲ୍ଲାପାଳଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ଗଣତି ପାଇଁ ଲୋକ ଖୋଜୁଛି ଭିଜିଲାନ୍ସ, ଦେଖନ୍ତୁ Video
ଅପରାଧ

ଉପଜିଲ୍ଲାପାଳଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ଗଣତି ପାଇଁ ଲୋକ ଖୋଜୁଛି ଭିଜିଲାନ୍ସ, ଦେଖନ୍ତୁ Video

June 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପଜିଲ୍ଲାପାଳଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା, ଗଣତି ପାଇଁ ଲୋକ ଖୋଜୁଛି ଭିଜିଲାନ୍ସ, ଦେଖନ୍ତୁ Video

ଭୁବନେଶ୍ବର: ସେ ହେଉଛନ୍ତି ଉପଜିଲ୍ଲାପାଳ, ହେଲେ ତାଙ୍କ ଘରୁ ବାହାରିଲା ଖାଲି ବିଡାବିଡା ୫୦୦ ଟଙ୍କିଆ ନୋଟ। ଯାହାକୁ ଗଣିବା ପାଇଁ ଭିଜିଲାନ୍ସ ଅଫିସର ନୟାନ୍ତ ହେଲେଣି। ବର୍ତ୍ତମାନ ସୁଦ୍ଧା ବାହାରିଲାଣି ଦୁଇ କୋଟିରୁ ଅଧିକ। ତଥାପି ଆହୁରି ବାହାରୁଛି। ଶେଷରେ ଭିଜିଲାନ୍ସ ଅଫିସର ଟଙ୍କା ଗଣତି ପାଇଁ ଲୋକ ଓ ମେସିନ ଖୋଜୁଥିବାର ଜଣାପଡିଛି।

ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାରେ ଘଟିଛି। ସେଠାକାର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବାସଭବନ ଭିଜିଲାନ୍ସ ଚଢାଉ ପରେ ଏହି ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ପୂର୍ବରୁ ସୂଚନା ଅନୁଯାଇ ଆଜି ସକାଳେ ଏହି ଚଢାଉ କରିଥିଲା। ଏଥିରେ ଶ୍ରୀ ରାଉତଙ୍କର 9 ଟି ସ୍ଥାନରେ ଏହି ଚଢାଉ କରାଯାଇଛି।

ଏଥିରେ ଶ୍ରୀ ରାଉତଙ୍କ ନବରଙ୍ଗପୁରରେ ଥିବା ବାସଭବନ, ନବରଙ୍ଗପୁର ଜିଲ୍ଲାପାଳ ଅଫିସରେ ଥିବା ତାଙ୍କର ଚ୍ୟାମ୍ବର, ଭଦ୍ରକ ବାହୁଦରଦା ଗାଁରେ ଥିବା ତାଙ୍କର ପୈତୃକ ଘର। ସେହିପରି ଭୁବନେଶ୍ବରରେ କାନନ ବିହାରରେ ଥିବା ଦୁଇ ମହଲା କୋଠା ଉପରେ ଏହି ଚଢାଉ ଚାଲିଥିଲା।

https://thesamikhsya.com/odia/wp-content/uploads/2023/06/Vigilance.mp4

ଏହି ପୁଳାପୁଳା ଟଙ୍କା ତାଙ୍କର ଭୁବନେଶ୍ବରର କାନନବିହାରରେ ଥିବା କୋଠାରୁ ମିଳିଛି। ସେଠାରେ ଏହି ୫୦୦ ଟଙ୍କିଆ ନୋଟ ୬ଟି ପେଟିରେ ସିଲ ହୋଇ ରଖାଯାଇ ଥିଲା। ଏତେ ପେଟି କଣ ପାଇଁ ଥୁଆ ଯାଇଛି ବୋଲି ଭିଜିଲାନ୍ସ ଦେଖି ଚକିତ ହୋଇଥିଲେ। ଗୋଟିଏ ପେଟି ଖୋଲିବା ପରେ ସେଥିରେ କେବଳ ୫୦୦ ଟଙ୍କିଆ ନୋଟ ଦେଖି ତାଙ୍କର ମୁଣ୍ଡ ଘୁରିଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ପେଟି ଖୋଲିବା ପରେ ସେଥିରୁ କେବଳ ପୁଳାପୁଳା ଟଙ୍କା ମିଳିଥିଲା।

ତେବେ ମଜାର କଥା ହେଲା ଯେ, ଭିଜିଲାନ୍ସ ଚଢାଉ ଜାଣିବା ପରେ ଶ୍ରୀ ରାଉତ ଏହି ପେଟିଗୁଡିକ ପଡୋଶୀ ଛାତ ଉପରକୁ ଫିଙ୍ଗି ଦେଇ ଥିଲେ। ଯାହାକୁ ଭିଜିଲାନସ ଦେଖି ଜବତ କରିବାରେ ସକ୍ଷମ ହୋଇ ପାରିଥିଲା। ପଡୋଶୀ ଛାତ ଉପରକୁ ଟଙ୍କା ପେଟି ସହିତ ସୁନା ଅଳଙ୍କାର, ବ୍ୟାଙ୍କ ପାସବୁକ, ଜମି କାଗଜପତ୍ର ସବୁ ଫିଙ୍ଗି ଦେଇଥିଲେ। ଯାହାକୁ ଭିଜିଲାନସ ଜବତ କରିଛି।

ଭୁବନେଶ୍ବର ଘରୁ ମିଳିଥିବା ଟଙ୍କାର ପରିମାଣ ପ୍ରାୟ ୨ କୋଟି ୨୫ ଲକ୍ଷ ହେବ ବୋଲି ଜଣାପଡିଛି। ସେହିପରି ନବରଙ୍ଗପୁର ଘରୁ ମଧ୍ୟ ପେଟିରେ ବନ୍ଧାଯାଇଥିବା ଟଙ୍କା ମିଳିଛି। ସେଥିରେ ଗୋଟିଏ ପେଟିରୁ ୫୬ ଲକ୍ଷ ଓ ଆଉ ଗୋଟିଏରୁ ୨୧ ଲକ୍ଷ ଟଙ୍କା ମିଳିଛି। ସେହିପରି ଆଉ ଏକ ଆଲମିରାରୁ ୧୨.୫ ଲକ୍ଷ ଟଙ୍କା ମିଳିଛି।

ଭିଜିଲାନ୍‌ସ ଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.