Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ଗୁହାରି ଉଦଯାପିତ
ଆଜିର ଖବର

ଶ୍ରୀଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ଗୁହାରି ଉଦଯାପିତ

June 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ ଏକ ନିଆରା ଭକ୍ତି ଭାବାପନ୍ନ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଗୁହାରି” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉଦଯାପିତ ହୋଇ ଯାଇଛି। ଗତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଆଜିର ଉଦଯାପନୀ ଉତ୍ସବରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଅତିରିକ୍ତ ସଚିବ ମଧୁସୂଦନ ଦାଶ, କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ , ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଡଃ ସ୍ନେହପ୍ରଭା ସାମନ୍ତରାୟ, ଓଡିଶୀ ଗବେଷଣା କେନ୍ଦ୍ର ବିଭାଗୀୟ ମୁଖ୍ୟ ଗୁରୁ କେଶବ ଚନ୍ଦ୍ର ରାଉତ, ମର୍ଦ୍ଦଳ ପ୍ରଶିକ୍ଷକ ଗୁରୁ ସଚ୍ଚିଦାନନ୍ଦ ଦାସ, ବିଭାଗୀୟା ଉପ ନିର୍ଦ୍ଦେଶିକା ସୂଚୀସ୍ମିତା ମନ୍ତ୍ରୀ, ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ଉଦଯାପନୀ ସନ୍ଧ୍ୟାରେ ତୃପ୍ତି ଦାସଙ୍କ କଣ୍ଠରୁ ମଧୁରାଷ୍ଟକମ, ପ୍ରଶାନ୍ତ ପାଢୀଙ୍କ କଣ୍ଠରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚନାରୁ ଦୀନବନ୍ଧୁ ମୋ ଦୁଃଖ ନଗଲା ଯେ, ବିରଜା ରଥଙ୍କ କଣ୍ଠରୁ ଶ୍ରୀକ୍ଷେତ୍ରେ ରହି ତୁମେ ଏ ଦୁଃଖୀକୁ ଗଲ ଭୂଲି, ଗୌରୀ ଶଙ୍କର ଆଚାର୍ଯ୍ୟଙ୍କ କଣ୍ଠରୁ ପତିତପାବନ ବାନା ଆଉ କେତେ ଦିନକୁ, ବୈଷ୍ଣବୀ ଘୋଷଙ୍କ କଣ୍ଠରୁ ଭୂଜତଳେ ମୋତେ ରଖ ମହାବାହୁ, ଚନ୍ଦନ ଗନ୍ତାୟତଙ୍କ କଣ୍ଠରୁ ଜଗବନ୍ଧୁ ଦୟାଳୁ ଆଉ ମାନ କାହିଁ ପାଇଁ, ଅଞ୍ଜଳୀ ମିଶ୍ରଙ୍କ କଣ୍ଠରୁ ଭକ୍ତ ସାଲେବେଗଙ୍କ ରଚନାରୁ ଆହେ ନୀଳଗିରି ତୁମ୍ଭ ଶ୍ରୀଭୂଜେ ଦୟଣା କେରିକେରି, ଜଗନ୍ନାଥ ତ୍ରିପାଠୀଙ୍କ କଣ୍ଠରୁ କାଳିଆରେ ଏତିକି ମାଗୁଣି ମୋର, ଜଗନ୍ନାଥ ତ୍ରିପାଠୀଙ୍କ କଣ୍ଠରୁ ତୋ ଲାଗି ଧରି ଝୁଲା, ପଦ୍ମଶ୍ରୀ ଖଟେଇଙ୍କ କଣ୍ଠରୁ ଘନ କାଳିଆ ବ୍ରଜ ଧୂଳିଆ ବନମାଳିଆ, କାର୍ତ୍ତିକ ଚନ୍ଦ୍ର ସାହୁଙ୍କ କଣ୍ଠରୁ ଡାକେ ଯୋଡି ହାତ ଘେନ ଗୁହାରି ମଣିମା ଆଦି ଭଜନ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

କଣ୍ଠଶିଳୀ ମାନଙ୍କୁ ତବଲାରେ ଶରତ ପାଣି, ମର୍ଦ୍ଦଳରେ ମୂରଲୀଧର ସ୍ବାଇଁ, କି-ବୋର୍ଡରେ ବିଭୁପ୍ରସାଦ ତ୍ରିପାଠୀ, ଅକଟୋପ୍ୟାଡରେ ଆଲୋକ ପୃଷ୍ଟି, ହାରମୋନିୟମରେ ବସନ୍ତ କୁମାର ମିଶ୍ର, ବଂଶୀରେ ଅଭିରାମ ନନ୍ଦ ସହଯୋଗ କରିଥିଲେ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟକ୍ରମ ଆୟୋଜନ ଓ ସଂପୃକ୍ତ ସମସ୍ତଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ  ଅନୁଜା ତାରିଣୀ ମିଶ୍ର ପରିଚାଳନା ଓ ଡଃ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

‘ଗୁହାରି’
Share. Facebook Twitter LinkedIn Email WhatsApp Copy Link

Related Posts

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025
Latest News

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025

ଏବେ OTTରେ ଧମାକା କରିବ କାଜୋଲଙ୍କ ଫିଲ୍ମ ‘ମା’, ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ?

August 21, 2025

କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

August 21, 2025

ଦୁର୍ବଳ ହେଲା ସୃଷ୍ଟ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

August 21, 2025

ଭାରତକୁ ଶତ୍ରୁ ପରି ବ୍ୟବହାର କରିବା ରଣନୈତିକ ଭୁଲ’: ଟ୍ରମ୍ଫଙ୍କୁ ଭର୍ତ୍ସନା କଲେ ନିକି ହେଲି

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.