Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମକ୍ୟୁ-୯ ବି ଡ୍ରୋନ କ୍ରୟ ସଂକ୍ରାନ୍ତ ଭ୍ରମାତ୍ମକ ରିପୋର୍ଟକୁ ଖଣ୍ଡନ
ଆଜିର ଖବର

ଏମକ୍ୟୁ-୯ ବି ଡ୍ରୋନ କ୍ରୟ ସଂକ୍ରାନ୍ତ ଭ୍ରମାତ୍ମକ ରିପୋର୍ଟକୁ ଖଣ୍ଡନ

June 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମେରିକା ଠାରୁ ଏମକ୍ୟୁ ବି ଡ୍ରୋନ କ୍ରୟ ଏବଂ ଏହାର ମୂଲ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭ୍ରମାତ୍ମକ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି।

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ୧୫ ଜୁନ୍, ୨୦୨୩ରେ ବିଦେଶୀ ସୈନ୍ୟ ବିକ୍ରି (ଏଫଏମଏସ) ମାଧ୍ୟମରେ ଆମେରିକାରୁ ତିନି ସେନାବାହିନୀ ପାଇଁ ୩୧ଟି ଏମକ୍ୟୁ-୯ ବି ଡ୍ରୋନ କିଣିବାକୁ ଅନୁମୋଦନ କରିଥିଲା। ଏଥିମଧ୍ୟରେ ରହିଛି ୧୬ଟି ଆକାଶ ରକ୍ଷକ ବା ସ୍କାଏ ଗାର୍ଡିଆନ ଏବଂ ୧୫ଟି ସମୁଦ୍ର ରକ୍ଷକ ବା ସି ଗାର୍ଡିଆନ୍ ଡ୍ରୋନ୍। ଏସବୁ ଡ୍ରୋନକୁ ହାଇ ଅଲ୍ଟିଚ୍ୟୁଡ୍ ଲଙ୍ଗ ଏଣ୍ଡ୍ୟୁରାନ୍ସ (ଏଚଏଏଲଇ) ରିମୋଟଲୀ ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ (ଆରଏଏଏସ) କୁହାଯାଉଛି, ଅର୍ଥାତ୍ ଏସବୁ ଡ୍ରୋନକୁ ଅଧିକ ଉଚ୍ଚତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଇ ହେବ ଏବଂ ଦୂରରୁ ଥାଇ ଡ୍ରୋନର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ। ଡ୍ରୋନ କିଣିବା ଲାଗି ଆବଶ୍ୟକତାର ମଞ୍ଜୁରି ବା ଏଓଏନରେ ମାନବବିହୀନ ବିମାନଗୁଡ଼ିକ ସଂଖ୍ୟା ଏବଂ ଏହା ସହ ଜଡ଼ିତ ଉପକରଣକୁ ସାମିଲ କରାଯାଇଥିଲା।

ଆବଶ୍ୟକତାର ମଞ୍ଜୁରି ଅଧୀନରେ ଆମେରିକା ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩,୦୭୨ ନିୟୁତ ଆମେରିକୀୟ ଡଲାରର ଆନୁମାନିକ ବ୍ୟୟ ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ଆମେରିକା ସରକାରଙ୍କ ନୀତିଗତ ମଞ୍ଜୁରି ମିଳିବା ପରେ ଏହାର କ୍ରୟ ମୂଲ୍ୟକୁ ନେଇ ଆଲୋଚନା କରାଯିବ। ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ଜେନେରାଲ ଆଟୋମିକ୍ସ (ଜିଏ) ଦ୍ୱାରା ଶ୍ରେଷ୍ଠ କ୍ରୟ ମୂଲ୍ୟ ସହିତ କ୍ରୟ ମୂଲ୍ୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ତୁଳନା କରିବ। ବର୍ତ୍ତମାନ ଏହି ପ୍ରକ୍ରିୟା ଜାରି ରହିଛି ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଏହାକୁ ସମ୍ପୂର୍ଣ୍ଣ କରାଯିବ।

ବିଦେଶୀ ସୈନ୍ୟ କ୍ରୟ ମାର୍ଗ ଅଧୀନରେ ଆମେରିକା ସରକାରଙ୍କୁ ଏକ ଅନୁରୋଧ ପତ୍ର ପଠାଯିବ, ଯେଉଁଥିରେ ତିନି ସେନାବାହିନୀର ଆବଶ୍ୟକତା, ଉପକରଣ ବିବରଣୀ ଏବଂ କ୍ରୟର ସର୍ତ୍ତକୁ ସାମିଲ କରାଯିବ। ଅନୁରୋଧପତ୍ର ଆଧାରରେ ଆମେରିକା ସରକାର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଶି ପ୍ରସ୍ତାବ ଓ ମଞ୍ଜୁରିକୁ ଅନ୍ତିମ ରୂପ ଦେବେ, ଯେଉଁଥିରେ ଉପକରଣର ବିବରଣୀ ଓ କ୍ରୟ ସର୍ତ୍ତ ଉପରେ ଆଲୋଚନା କରାଯିବ। ବିଦେଶୀ ସୈନ୍ୟ କ୍ରୟ କାର୍ଯ୍ୟକ୍ରମ ଓ ଆମେରିକା ସରକାର ଏବଂ ଜିଏ ଦ୍ୱାରା ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ମୂଲ୍ୟ ଓ ସର୍ତ୍ତକୁ ଅନ୍ତିମ ରୂପ ଦିଆଯିବ।

ଇତିମଧ୍ୟରେ ସାମାଜିକ ଗଣମାଧ୍ୟମରେ କିଛି ବର୍ଗଙ୍କ ମଧ୍ୟରେ ମୂଲ୍ୟ ଓ କ୍ରୟର ଅନ୍ୟ ସର୍ତ୍ତକୁ ଉଲ୍ଲେଖ କରାଯାଇ କେତେକ ଅଟକଳ ରିପୋର୍ଟ ସାମ୍ନାକୁ ଆସିଛି। ତେବେ ଏଭଳି ରିପୋର୍ଟ ଭ୍ରମାତ୍ମକ ଏବଂ ଅବାଞ୍ଛିତ। ଏସବୁ ରିପୋର୍ଟ ର ଗୋପନୀୟ ଉଦ୍ଦେଶ୍ୟ ରହିଛି ଏବଂ ଉଚିତ୍ ଅଧିଗ୍ରହଣ ପ୍ରକ୍ରିୟାରେ ବାଧା ପହଞ୍ଚାଇବା ଲାଗି ଏଭଳି କରାଯାଉଛି। ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏଭଳି ଭ୍ରମାତ୍ମକ ଖବର ପ୍ରସାରିତ କରନ୍ତୁ ନାହିଁ ଏବଂ ଭୁଲ ସୂଚନା ଦିଅନ୍ତୁ ନାହିଁ। ଏଭଳି ଭ୍ରମାତ୍ମକ ଖବର ସେନାବାହିନୀର ମନୋବଳ ଉପରେ ଗମ୍ଭୀର ପ୍ରଭାବ ପକାଇବ ଏବଂ ଏହାଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟା ପ୍ରଭାବିତ ହେବ।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026
Latest News

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.