Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ
ବିଶେଷ ଖବର

୨୦୨୦ ବ୍ୟାଚ୍ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ

June 27, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି୨୦୨୦ ବ୍ୟାଚ୍  ଓଡିଶା ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଜି  ଉଦଘାଟନ କରିଛନ୍ତି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅଧୀନରେ ପ୍ରଶିକ୍ଷଣ ନେବାପାଇଁ ଯୋଗ ଦେଇଥିବା ଏହି ୧୨୯ ଜଣ ଓଏଏସ୍ ପ୍ରୋବେସନରଙ୍କ ମଧ୍ୟରୁ ୧୨୮ ଜଣ ଓଏଏସ୍ – ୨୦୨୦ ବ୍ୟାଚ୍ ଏବଂ ଜଣେ ଓଏଏସ୍- ୨୦୧୮ ବ୍ୟାଚ୍ ର ଅଟନ୍ତି।  ଏହି ବ୍ୟାଚ୍ ରେ ୫୬ ଜଣ ମହିଳା ଓ ୭୩ ଜଣ ପୁରୁଷ ପ୍ରଶିକ୍ଷାର୍ଥୀ ରହିଛନ୍ତି। ୨୨ ସପ୍ତାହ ବ୍ୟାପୀ ଏହି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜୁନ୍ ୨୬.୦୬.୨୦୨୩ରୁ ୨୪.୧୧.୨୦୨୩ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଓଏଏସ୍ ପ୍ରୋବେସନରମାନଙ୍କୁ ଶୃଙ୍ଖଳା ଅନୁସରଣ ପୂର୍ବକ ସଠିକ୍ ମାର୍ଗରେ ପରିଚାଳିତ ହେବା ଓ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିବସର ପ୍ରାରମ୍ଭରେ ପରାମର୍ଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ଜେନା ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ନବ ନିଯୁକ୍ତ ଅଧିକାରୀମାନେ ପ୍ରାୟ ୩୦ରୁ ୩୫ ବର୍ଷ ଧରି ସରକାରଙ୍କ ସେବା କରିବାକୁ ଯାଉଛନ୍ତି। ପ୍ରୋବେସନରମାନେ ନିରନ୍ତର ଜ୍ଞାନ ଅର୍ଜନ, ରାଜ୍ୟ ସରକାରଙ୍କ ‘୫-ଟି’ ଆଭିମୁଖ୍ୟକୁ  କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା, ଅଭିନବ ଚିନ୍ତାଧାରା  ବ୍ୟବହାର ପୂର୍ବକ ଦକ୍ଷ ସେବା ପ୍ରଦାନ, ସାମର୍ଥ୍ୟକୁ ସର୍ବାଧିକ ଉପଯୋଗ କରିବା, ସେବାରେ ଗୁଣବତ୍ତା ସୁନିଶ୍ଚିତ କରିବା ଏବଂ ଓଡ଼ିଶା ସରକାରୀ ସେବା ଆଚରଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ରାଜ୍ୟର ରୂପାନ୍ତରଣକୁ ଆହୁରି ଆଗେଇ ନେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଥିଲେ ଯେ,  ଜୀବନ ଚକ୍ର ପଦ୍ଧତିରେ ଶିକ୍ଷଣ ହେଉଛି ଏକ ନିରନ୍ତର ପ୍ରକ୍ରିୟା ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ସଠିକ୍  ପୋଷଣ ଏବଂ ପରାମର୍ଶ ସହିତ ଆରମ୍ଭ ହୁଏ। ସରକାରୀ ସେବା କାର୍ଯ୍ୟକାଳ ମଧ୍ୟରେ ସଚ୍ଚୋଟତା ରକ୍ଷା ସହିତ ଆତ୍ମଶିକ୍ଷା, ଅଭିନବତ୍ୱ ଏବଂ ମୂଲ୍ୟାଙ୍କନ ମାଧ୍ୟମରେ ଏହା ଜାରି ରହିଥାଏ। ଗୋପବନ୍ଧୁ  ପ୍ରଶାସନିକ ଏକାଡେମୀ, ପ୍ରଶିକ୍ଷଣ ମାଧ୍ୟମରେ ଏହା ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପ୍ରଦାନ କରିବା ସହ ଯୁବ ପ୍ରଶାସନିକ ଅଧିକାରୀମାନଙ୍କୁ ଏହି ଅଭ୍ୟାସ ଜାରି ରହିବା ଓ ଶୃଙ୍ଖଳାର ସହ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ କରିଥାଏ। ପ୍ରଶିକ୍ଷଣ ନିମନ୍ତେ କେତେକ ଆନୁଷଙ୍ଗିକ ଆବଶ୍ୟକତା ରହିଥିବା ସତ୍ତ୍ୱେ ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି ଦିଗରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଙ୍କର ମହାନିର୍ଦ୍ଦେଶକଙ୍କ ଅଭିନବ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

ଏହି ଟ୍ରେନିଂ ମୋଡ୍ୟୁଲରେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମ୍ବଳ ଦ୍ୱାରା ଜ୍ଞାନ ଆଦାନପ୍ରଦାନରେ ପ୍ରଶିକ୍ଷଣ ଅବଧିକୁ ୧୮ ସପ୍ତାହରୁ ୨୨ ସପ୍ତାହକୁ ବୃଦ୍ଧି କରାଯାଇଛି। ଏହି ପର୍ଯ୍ୟାୟ ପ୍ରଶିକ୍ଷଣ  ପ୍ରୋବେସନରମାନଙ୍କୁ  ଉଚ୍ଚମାନର  ସଚ୍ଚୋଟତା, ଏକାଗ୍ରତା ଓ ମୂଲ୍ୟବୋଧର ସହ ପୂର୍ଣ୍ଣାଙ୍ଗ ଅଧିକାରୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଥିଲେ। ବିଭିନ୍ନ ଉଦାଗରଣ ଦେଇ ବର୍ଷ ବର୍ଷ ଧରି ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଠାରୁ ଆରମ୍ଭ କରି  ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା କେତେକ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ପ୍ରଶଂସା କରି ଯୁବ ପ୍ରୋବେସନରମାନେ ଅମଲାତନ୍ତ୍ରରେ ନେତୃତ୍ୱ ନେଇ ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିବେ  ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ତଥା ଓଡ଼ିଶା ରାଜସ୍ୱ ପରିଷଦର ସଦସ୍ୟ ରାଜ କୁମାର ଶର୍ମା ଯୁବ ପ୍ରୋବେସନରମାନଙ୍କୁ ‘କର୍ମବୀର’ ବୋଲି ଅଭିହିତ କରିଥିଲେ। ରୂପାନ୍ତରଣ ଜାରି ରହିଥିବା ଓଡିଶାରେ  ଶାସନର ପ୍ରମୁଖ ମାଧ୍ୟମ ଭାବେ ସେମାନେ  କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିବା ସହ ଲୋକ ସେବାର ପ୍ରତୀକ ହୋଇ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି କହିଥିଲେ। ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ତିନୋଟି ମୂଳଦୁଆ ଉପରେ ଗୁରୁତ୍ୱାରୋପ କରି ପ୍ରଶିକ୍ଷାର୍ଥୀମାନେ  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ‘ତାବିଜ’(ଟାଲିସମ୍ୟାନ)ର ମହତ୍ୱକୁ ଉପଲବ୍ଧ କରି କାର୍ଯ୍ୟ କ୍ଷେତ୍ରରେ ଲଗାଇବା, ୧୯୪୭ ମସିହା ଏପ୍ରିଲ ୨୧ ତାରିଖରେ ଆଇଏଏସ୍ ପ୍ରୋବେସନରମାନଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବକ୍ତୃତାରେ ରହିଥିବା ଜାତୀୟ ସଂହତିର ମାର୍ଗ ଏବଂ ଏକ ସଫଳ ଜନସେବା ବୃତ୍ତି  ଆପଣେଇବା ଏବଂ ‘୫-ଟି’ର ଦର୍ଶନକୁ  ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବା ସଂପର୍କରେ  ପରାମର୍ଶ ଦେଇଥିଲେ। ଓଡ଼ିଶାର ପରିବର୍ତ୍ତିତ ବିକାଶ ଧାରା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବାଣ୍ଟି ସେ ଉଲ୍ଲେଖ କରିଥିଲେ ଯେ ୨୦୦୦ ପୂର୍ବରୁ   ତୁଳନାତ୍ମକ ପଛୁଆ ଥିବା ଆମ ରାଜ୍ୟ ଏହା ଠାରୁ ଅନେକ କ୍ଷେତ୍ରରେ ଆଗେଇ  ଆଜି ସୁଦ୍ଧା ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ ହୋଇଛି। ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, କୃଷି, ସ୍ୱାସ୍ଥ୍ୟ ସେବା, କ୍ରୀଡା ଆଦି ଅନେକ କ୍ଷେତ୍ରରେ ଓଡିଶା ଏହାର ସଫଳତାକୁ ପ୍ରମାଣିତ କରି ଉଲ୍ଲେଖନୀୟ ଅଗ୍ରଗତି କରିଛି। ଭବିଷ୍ୟତରେ ଓଡ଼ିଶାର ପ୍ରଗତିଶୀଳ ଯାତ୍ରାରେ ଯୁବ ପ୍ରୋବେସନରମାନେ ଆନ୍ତରିକତାର ସହ କାର୍ଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଶ୍ରୀ ଶର୍ମା ଆଶାବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର  ଅତିରିକ୍ତ ମହାନିର୍ଦ୍ଦେଶକ  ମନୀଷ ଅଗ୍ରଓ୍ଵାଲ ୨୦୨୦ ବ୍ୟାଚ୍ ର ପ୍ରଶିକ୍ଷଣ ପ୍ରଣାଳୀର ପ୍ରସ୍ତୁତି, ଅବଧି ଏବଂ ନକ୍ସା ସମ୍ପର୍କରେ ବିଶଦ୍ ସୂଚନା ଦେଇଥିଲେ। ପାଠ୍ୟକ୍ରମ  ଢାଞ୍ଚା ମଧ୍ୟରେ  ଇଣ୍ଡୋର ଏକାଡେମିକ୍ ଅଧିବେଶନ ଏବଂ ଆଉଟଡୋର କାର୍ଯ୍ୟକଳାପର ସନ୍ତୁଳିତ ମିଶ୍ରଣ ସୁନିଶ୍ଚିତ କରିବା ପାଇଁ ଜିଏଏ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ କହିଛନ୍ତି। ପାଠ୍ୟକ୍ରମ ମଡ୍ୟୁଲ୍ ଗୁଡ଼ିକ ଆଭ୍ୟନ୍ତରୀଣ ଏବଂ ବାହ୍ୟ ମଡ୍ୟୁଲ୍ ସଂଯୋଜକଙ୍କ ଦ୍ୱାରା ପରିଚାଳିତ ହେବ। ସେହିପରି ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର, ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଆର୍.ଓ.ଟି.ଆଇ)ଭଳି ସମ୍ବଳ ଏଜେନ୍ସି ମାନଙ୍କ ସହ ବୈଷୟିକ ସହଯୋଗ କରାଯାଇଛି। ପ୍ରଶିକ୍ଷାର୍ଥୀମାନେ ସ୍ୱତଃପ୍ରବୃତ୍ତ ଭାବେ ଆଗ୍ରହର ସହ ପ୍ରଶିକ୍ଷଣରେ ସାମିଲ ହେବା, ଶିକ୍ଷା ଗ୍ରହଣକୁ ଭଲ ଭାବେ ବୁଝିବା, କ୍ଷେତ୍ର ପରିଦର୍ଶନରୁ ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଡଃ. ହିମାଂଶୁ ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ଡଃ. ମମତାରାଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉଦଘାଟନୀ ଉତ୍ସବ ଓଡିଶା ପ୍ରଶାସନିକ ସେବା ପ୍ରଦୀପ କୁମାର ଜେନା ପ୍ରଶାସନିକ ସେବା ଅଧିକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

LAC ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 26, 2026

ଦେଶବ୍ୟାପୀ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 26, 2026
Latest News

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.