Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜରି ଢଙ୍କା କୁଡ଼ିଆରେ ବିତୁଛି ନିରୀହ ମହିଳା ଛଉ ଗୌଡ଼ଙ୍କ ଜୀବନ: ସରକାରଙ୍କ ନଜର ପଡିବ କେବେ?
ଆଞ୍ଚଳିକ

ଜରି ଢଙ୍କା କୁଡ଼ିଆରେ ବିତୁଛି ନିରୀହ ମହିଳା ଛଉ ଗୌଡ଼ଙ୍କ ଜୀବନ: ସରକାରଙ୍କ ନଜର ପଡିବ କେବେ?

July 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସ୍ଥାନୀୟ ରାଜନେତା ଓ ସରକାରୀ ବାବୁଙ୍କ ମନୋବଳ ଅଭାବ ଯୋଗୁଁ ସରକାରୀ ବାସ ଗୃହରୁ ବଞ୍ଚିତ ନିରୀହ ମହିଳା ଛଉ ଗୌଡ଼। ଭଙ୍ଗା ମାଟି କାନ୍ଥ ଓ ଜରି ଢ଼ଙ୍କା କାନ୍ଥ ଘରେ ଜୀବନ ବିତୁଛି ଛଉ ଗୌଡ ର ଜୀବନ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଗ୍ରାମପଞ୍ଚାୟତ ପିତାଗୁଡା ଗ୍ରାମର ନିରୀହ ବେସାହାରା ମହିଳା ଛଉ ଗୌଡ଼ଙ୍କ ଭାଗ୍ୟରେ ଦେଖାଦେଇଛି ଜରି ଢଙ୍କା ଭଙ୍ଗା କୁଡ଼ିଆ।

ଏହି କୁଡ଼ିଆରେ ଏହି ନିରୀହ ମହିଳା ବସବାସ କରି ଜୀବନକୁ ବଞ୍ଚାଇବାରେ ରାହା ଖୋଜୁଛନ୍ତି। ଏହି ବ୍ଲକର ବିଭିନ୍ନ ରାଜନେତା ଠାରୁ ଆରମ୍ଭ କରି ସରକାରଙ୍କ ସରକାରୀ କର୍ମଚାରୀ ବିଭିନ୍ନ ଉନ୍ନୟନ ମୂଳକ କାମ ଠିକ ଚାଲୁଛି ବୋଲି ଡିମଡ଼ିମି ପିଟିଖେଲୁ ଥିବା ବେଳେ ଆଜି ଏହି ବ୍ଲକର ବେସାହାରା ମହିଳା ନିଜ ଆର୍ଥିକ ଅନାଟନ ଯୋଗୁଁ ଜରି ଢଙ୍କା କୁଡ଼ିଆରେ ରହି ଜୀବନକୁ ବଞ୍ଚାଇ ଆସୁଥିବା ଖବର କେମିତି ଡିମଡ଼ିମି ପିଟୁଥିବା ରାଜନେତା ଓ ସରକାରୀ ବାବୁଙ୍କ ଦୃଷ୍ଟି ଗୋଚର କେମିତି ହେଉ ନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ ଉଠାଇଛନ୍ତି।

ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ସରକାରୀ ବାବୁଙ୍କ ସହ ରାଜନେତା ମାନେ ନିଜର ସ୍ୱାର୍ଥ ପାଇଁ କିଛି ମାତ୍ରାରେ ଉନ୍ନୟନ ମୂଳକ କାମ କରି ବାଃ ବାଃ ପ୍ରକାଶ କରୁଥିବା କେତେ ଯୁକ୍ତିଯୁକ୍ତ ତାହା ସହଜେ ଅନୁମୟ ହୋଇଛି। ନିରୀହ ମହିଳା ଛଉ ଗୌଡ଼ଙ୍କ ପାଇଁ ସରକାରୀ ଆବାସ ଯୋଜନା ପାଇବାରେ ଦିବା ସ୍ୱପ୍ନ ପାଲଟିଛି। ସରକାର ସମସ୍ତ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପକାଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏଥି ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ପଞ୍ଚାୟତ କର୍ମଚାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀମାନେ ଏହି ଯୋଜନା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି।

ଉପରୋକ୍ତ ଲେଖାର ଘଟଣା ଉଦାହରଣ ସୂରୁପ ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଳି ପଞ୍ଚାୟତ ପିତାଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ଛଉ ଗଉଡ଼ ନାମକ ବେସାହାରା ମହିଳାଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ନାହିଁ। ଏବେ ଭଙ୍ଗା ଦଦରା ଗୋଟିଏ କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ରହି ଦୁଆର ଦୁଆର ଭିକ୍ଷାବୃତ୍ତି କରି ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି।

ଅସହାୟ ଛଉ ଗଉଡ଼ଙ୍କ ପରିବାର କହିଲେ ସାହା ଭାରସା କେହି ନାହିଁ। ଏଭଳି ପରିସ୍ଥିତିରେ ଘର ଖଣ୍ଡେ କରିବାକୁ ବି ଛଉ ଗଉଡ଼ ମହିଳାଙ୍କ ହାତରେ ଅର୍ଥର ଅନାଟନ ଦେଖାଦେଇଛି। ଦୀର୍ଘବର୍ଷ ହେଲା ଭଙ୍ଗା ଦଦରା ଜରି ଢଙ୍କା ମାଟି କୁଡ଼ିଆ ଘରେ ଖରା, ବର୍ଷା ଓ ଶୀତ ରେ ଜୀବନ କୁ ବାଜି ଲଗାଇ ଭଗବାନ ଙ୍କୁ ଭରଷା କରି ମୁଣ୍ଡ ଗୁଞ୍ଜି ଆସୁଛନ୍ତି।

ଚଳିତ ମାସର ବର୍ଷାରେ ସେହି କୁଡିଆ ମଧ୍ୟ ସପୂର୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି। ଏପଟେ ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ଚାଲ କାର୍ଯ୍ୟକ୍ରମ କରି ଅଭିଯୋଗ ହେଲା ମାତ୍ରେ କିଛିଟା ସମାଧାନ ମଧ୍ୟ କରୁଛନ୍ତି କିନ୍ତୁ ଏହି ମହିଳାଙ୍କ ପାଇଁ କାହାର ନଜର ପଡ଼ୁନାହିଁ। ଏହି ନିରୀହ ମହିଳା ଛଉ ଗୌଡ଼ ଙ୍କୁ ଯଥାଶୀଘ୍ର ପ୍ରଶାସନ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.