Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆଦିଲ୍ଲୀରେ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ
ଆଜିର ଖବର

ନୂଆଦିଲ୍ଲୀରେ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୁବାଦିତ ପୁସ୍ତକ ଉନ୍ମୋଚିତ

July 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି। ଏହି କଥାକୁ ନୂଆପିଢି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟ ଗୁଡିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଗୁରୁବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କ ଲିଖିତ ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଭାଷାର ଦ୍ୱିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ସଙ୍ଗୀତ ନାଟ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦୁଇ ଦିବସୀୟ ‘ଯାଜ୍ଞସେନୀ ଜାତୀୟ ସମ୍ମିଳନୀ’ରେ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନାଦି ଅନନ୍ତ କାଳରୁ ଆମର ସଭ୍ୟତା ସମସ୍ତଙ୍କୁ ଜୀବନ୍ତ ରୂପରେ ଦେଖିଛି। ଆମ ସଭ୍ୟତା ସବୁବେଳେ ନାରୀଙ୍କୁ ସମ୍ମାନ ଦେବା ଶିଖାଇଛି। ବର୍ତ୍ତମାନ ସମୟରେ ଭାରତୀୟ ସଭ୍ୟତାକୁ ଉଜାଗର କରିଥିବା ମାଆଙ୍କ ଉପରେ ଚର୍ଚ୍ଚା ହେବା ଆବଶ୍ୟକ । କାରଣ ସ୍ରଷ୍ଟାଙ୍କୁ କେନ୍ଦ୍ରକୁ ନଆଣିଲେ ସୃଷ୍ଟି ହୋଇପାରିନାହିଁ। ବିଶ୍ୱବିଦ୍ୟାଳୟ ଗୁଡିକ ଆମର ପୁରାତନ ସଭ୍ୟତା, ସମାଜର ପୁଞ୍ଜି ତଥା ଭାରତୀୟତାକୁ ବାଖ୍ୟାନ କରିବା ଦିଗରେ କାମ କରିବା ଆବଶ୍ୟକ।

 

ଯେତେବେଳେ ଭାରତ ନିଜ ପୂର୍ବ ଗୌରବ ଆଧାରରେ ମହାଶକ୍ତି ହେବାକୁ ଯାଉଛି ଏବଂ ଜି-୨୦ର ପ୍ରେସିଡେନ୍ସି କରୁଛି, ସେଭଳି ସମୟରେ ମହିଳା ସଶକ୍ତିକରଣ ଉପରେ ଲଖିତ ତଥା ପାଠକୀୟ ଆଦୃତ ହୋଇଥିବା “ଯାଜ୍ଞସେନୀ”ର ଦ୍ୱିତୀୟ ସଂସ୍କୃତ ସଂସ୍କରଣ ଉନ୍ମୋଚନ ହେବା ଆନନ୍ଦର ବିଷୟ। ମହାଭାରତର ଦ୍ରୌପଦୀଙ୍କ ଉପରେ ଲିଖିତ ଏହି ପୁସ୍ତକର ମୂଳ ଲେଖିକା ତଥା ଉପସ୍ଥିତ ଡା. ପ୍ରତିଭା ରାୟ ଏବଂ ସଂସ୍କୃତ ଭାଷାରେ ଅନୁବାଦିତ କରିଥିବା ପ୍ରଫେସର ଭାଗିରଥୀ ନନ୍ଦଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ପରିବର୍ତ୍ତନ, ବିଦ୍ରୋହ, ଅସହମତିର ଚରମ ଅଭିବ୍ୟକ୍ତି ଯାଜ୍ଞସେନୀ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଯାଜ୍ଞସେନୀ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ମହାଭାରତର ଦ୍ରୋପଦୀଙ୍କ କଥାକୁ ଏହି ପୁସ୍ତକରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଜାତୀୟ ଶିକ୍ଷା ନୀତି ସହ ଚେର ସହ ଯୋଡ଼ିହେବାର ଯାହା କୁହାଯାଏ, ତାହା ଯାଜ୍ଞସେନୀର ହିଁ ଭାବ ଅଟେ। ଯାଜ୍ଞସେନୀରୁ ଅନେକ କିଛି ଶିଖିବାର ଅଛି। ଯାଜ୍ଞସେନୀ ନାରୀଙ୍କ ସମ୍ମାନ କରିବା ଦିଗରେ ଏକ ମାଧ୍ୟମ। ଏହି ବିଷୟକୁ ଆଜି ସମୟରେ ବାଖ୍ୟାନ କରିବା ଦରକାର।

 

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଇଛି। କାରଣ ଚିନ୍ତନ, ତର୍କ ଓ ଅନୁସନ୍ଧାନ ପାଇଁ ମାତୃଭାଷା ଅବଶ୍ୟାମ୍ଭବୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026

ମହାନଦୀ ଜଳ ବିବାଦ ଉପରେ ଆନ୍ତଃମନ୍ତ୍ରାଳୟ କମିଟି ବୈଠକ

January 18, 2026

ଆଜି ସାନ୍ତ୍ରାଗାଛି-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

January 18, 2026

ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌

January 18, 2026
Latest News

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026

ମହାନଦୀ ଜଳ ବିବାଦ ଉପରେ ଆନ୍ତଃମନ୍ତ୍ରାଳୟ କମିଟି ବୈଠକ

January 18, 2026

ଆଜି ସାନ୍ତ୍ରାଗାଛି-ତାମ୍ବରମ୍ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

January 18, 2026

ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌

January 18, 2026

ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପ୍ରସଙ୍ଗ: ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ?

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.