Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ
ଆଜିର ଖବର

ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ

October 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ
ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ

ବାଲୁଗାଁ: ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ନିଷ୍ଠାପର ତଥା ଦାୟିତ୍ୱସମ୍ପନ୍ନ ଶିକ୍ଷକମାନଙ୍କର ପ୍ରତିବଦ୍ଧତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ଆଜି ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ ରୋଟାରୀଆନ ଯଦୁମଣି ତରାଇଙ୍କ ସଭାପତିତ୍ୱରେ ସ୍ଥାନୀୟ ଦିଗନ୍ତିକା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ସମାରୋହକୁ ମୁଖ୍ୟ ଅତିଥି ପ୍ରାକ୍ତନ ରୋଟାରୀ ଗଭର୍ଣ୍ଣର ଶିବବ୍ରତ ଦାଶ ଓ ସମ୍ମାନିତ ଅତିଥି ଡକ୍ଟର ଚନ୍ଦ୍ର ଶେଖର ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ।

ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ପରେ ସମ୍ମାନିତ ଅତିଥି ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଚନ୍ଦ୍ର ଶେଖର ଦାଶ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଥିବା ବିଶ୍ୱ ସଂସ୍କୃତି, ସର୍ବଧର୍ମ ସମନ୍ୱୟ, ମାନବତାବାଦ, ଜାଗତିକ ସେବା ଆଦି ଅବତାରଣା କରିବା ସହ ରୋଟାରୀ କ୍ଲବ ସମଗ୍ର ବିଶ୍ୱର କଲ୍ୟାଣ ନିମିତ୍ତ ବିବିଧ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ତଥା ପ୍ରାକ୍ତନ ପ୍ରାନ୍ତପାଳ ଶିବବ୍ରତ ଦାଶ ଉପସ୍ଥିତ ଶିକ୍ଷକ ମାନଙ୍କୁ ନିରନ୍ତର ଅଧ୍ୟୟନଶୀଳ, ସର୍ଜନଶୀଳ, ଅଭିନଵ ଓ ଦକ୍ଷତା ସମ୍ପନ୍ନ ହେବା ସହ ଶିକ୍ଷାର୍ଥୀଙ୍କ ମଧ୍ୟରେ ମାନବିକତା, ନୈତିକତା, ଧାର୍ମିକ ସହିଷ୍ଣୁତା, ଆଧ୍ୟାତ୍ମିକତା,ବ୍ୟାପକତା, ଗଭୀର ଚିନ୍ତନ ଓ ରଚନାତ୍ମକ ଦୃଷ୍ଟିଭଙ୍ଗୀ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ।

ସହ ପ୍ରାନ୍ତପାଳ ରବି ନାରାୟଣ ପାଲ କ୍ଲବ ହାତକୁ ନେଇଥିବା ଅଭିନଵ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାପତି ରୋଟାରୀଆନ ଯଦୁମଣି ତରାଇ କ୍ଲବର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ବେଳେ ସମ୍ପାଦକ ପିୟୁଷ କୁମାର ହରିଚନ୍ଦନ ଉପସ୍ଥିତ ରାଷ୍ଟ୍ର ନିର୍ମାତା ମାନଙ୍କୁ ସେମାନଙ୍କର ନିଷ୍ଠାପର ଶୈକ୍ଷିକ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଅନୁଷ୍ଠାନର ପ୍ରାକ୍ତନ ସଭାପତି ସତ୍ୟନ୍ଦ୍ର ସ୍ୱାଇଁ କ୍ଲବର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରିଶହ ଗୋମାତାଙ୍କୁ ନେଇ ଆରମ୍ଭ ହୋଇଥିବା ଗୋଶାଳାର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହାପରେ ଶିକ୍ଷକ ଅଜିତ କୁମାର ସାହୁ, ନିବେଦିତା ରଥ, ଦେବେନ୍ଦ୍ର କୁମାର ଦାଶ, ପ୍ରମୋଦ ପ୍ରଧାନ ଲଳିତ ମୋହନ ପଲାଇ, ସ୍ମୃତିସ୍ମିତା ସାମନ୍ତସିଂହାରଙ୍କୁ ସେମାନଙ୍କର ନିଷ୍ଠାପର ଶିକ୍ଷକତା ଓ ନେତୃତ୍ୱ ନିମିତ୍ତ ମୁଖ୍ୟ ଅତିଥି ଶିବବ୍ରତ ଦାଶ ଚଳିତ ବର୍ଷର ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ବାଲୁଗାଁ ଏନଏସି ପକ୍ଷରୁ ସ୍ଥାପିତ ହୋଇଥିବା ଜୈବ ସାର ପ୍ରକଳ୍ପରେ କାର୍ଯ୍ୟରତ ମହିଳା ଓ ଟ୍ରାନ୍ସଜେଣ୍ଡର କର୍ମଚାରୀଙ୍କୁ ସେମାନଙ୍କର ନିଷ୍ଠାପର ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏଥି ସହ ଏହି ପ୍ରକଳ୍ପର ସଂଯୋଜିକା ଉଷାରାଣୀ ମିଶ୍ର ଓ ଚିନ୍ମୟୀ ବେହେରାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ କ୍ଲବର ପ୍ରଥମ ମହିଳା ଗୀତାଞ୍ଜଳି ତରାଇ, କ୍ଲବ ଦ୍ୱାରା ପ୍ରତିଷ୍ଠିତ ଗୋ ସୁରକ୍ଷା ସମିତିର ଗୋଶାଳାରେ କାର୍ଯ୍ୟରତ ସମାଜସେବୀ ଜିତେନ୍ଦ୍ର ବିଶ୍ୱାଳ ଓ ବିଘ୍ନରାଜ ପାଣିଗ୍ରାହୀଙ୍କ ସମେତ ଚିଲିକା ପ୍ରେସ କ୍ଲବ ସଭାପତି ପ୍ରକାଶ କୁମାର ପ୍ରଧାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବା ପରେ ବାଲୁଗାଁ ଯୁଗଳ ଚରଣ ବାଳିକା ବିଦ୍ୟାପୀଠ, ଅଲାଇଡିହ ପଦ୍ମ ଚରଣ ବିଦ୍ୟାପୀଠ ଓ କୁମ୍ଭୀରପଡ଼ା ସୋମନାଥ ବିଦ୍ୟାପୀଠର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଚଳିତ ବର୍ଷ କ୍ଲବରେ ନୂତନ ସଦସ୍ୟ ଭାବେ ଯୋଗଦେଇଥିବା ରତ୍ନାକର ସାହୁପ୍ରମୋଦ ପ୍ରଧାନ ଓ ଚିନ୍ମୟୀ ବେହେରାଙ୍କୁ ମୁଖ୍ୟ ଅତିଥି ରୋଟାରୀ ପଦକ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଚାଳନ କରିଥିବା ବେଳେ ପ୍ରାକ୍ତନ ସଭାପତି ଗଜେନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ରୋଟାରୀଆନ ଦ୍ୱାରିକାନାଥ ନନ୍ଦ, ଶ୍ରୀକାନ୍ତ ପାଇକରାୟ, ଆଲୋକ କୁମାର ପାଟ୍ଟଶାଣୀ, ବ୍ରଜବନ୍ଧୁ ମିଶ୍ର, ସତ୍ୟ ସାରଥୀ ବେଦମତ୍ତା, ମହେଶ୍ୱର ବରାଳ, ଅମର ତରାଇ ପ୍ରମୁଖ ପରିଚାଳନା କରିଥିଲେ।

ରାଷ୍ଟ୍ର ନିର୍ମାତା ପୁରସ୍କାର ରୋଟାରୀ କ୍ଲବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026

ବନବିଭାଗର ଚିକିତ୍ସାରେ ଅବହେଳା ଅଭିଯୋଗ: ପେଣ୍ଠବାହାଳ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ

October 17, 2026

ଭୁବନେଶ୍ୱରରେ ନିଜର ସର୍ବବୃହତ ଜୁଏଲାରୀ ଶୋ’ରୁମ ଉଦ୍‌ଘାଟନ କଲା କିସ୍‌ନା

October 17, 2026

BREAKING: ବର୍ଷା ପାଇଁ ଟସ୍ ବିଳମ୍ବ, ବେଙ୍ଗାଲୁରୁରେ ଅନିଶ୍ଚିତ ନିର୍ଣ୍ଣାୟକ ମ୍ୟାଚ୍

October 17, 2026
Latest News

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026

ବନବିଭାଗର ଚିକିତ୍ସାରେ ଅବହେଳା ଅଭିଯୋଗ: ପେଣ୍ଠବାହାଳ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ

October 17, 2026

ଚିଲିକା-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.