ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଅତିରିକ୍ତ ତହସିଲଦାର

Published: Jul 28, 2023, 12:07 pm IST
vigilance22

ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଅତିରିକ୍ତ ତହସିଲଦାର। ସେ ଜବତ ହୋଇଥିବା ଏକ ବାଲି ବୋଝେଇ ହାୱାଇ ଗାଡିକୁ ଛାଡି ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏଥିପାଇଁ ସେ ମୋଟ 13 ହଜାର ଟଙ୍କା ନେବେ ବୋଲି ଦର ଛିଣ୍ଡିଥିଲା। ପ୍ରଥମ କିସ୍ତିରେ ସେ 10 ହଜାର ଟଙ୍କା ନେଇ ସାରିଥିଲେ। ହେଲେ ବାକି 3 ହଜାର ଟଙ୍କା ନେବା ବେଳେ ଭଜିଲାନ୍ସ ମାଡି ବସିଥିଲେ।

ସେ ହେଉଛନ୍ତି ନୟାଗଡ ଜିଲ୍ଲା ଗଣିଆ ତହସଲିର ଅତିରିକ୍ତ ତହସିଲଦାର ବନମାଳି ପରିଡା। ପୂର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଅଭିଯୋଗକାରୀଙ୍କୁ ରାସାୟନିକ ବୋଳା ଟଙ୍କା ଦେଇ ସେଠାରେ ଛକି ବସିଥିଲା। ଲାଞ୍ଚ ଦେବା ପରେ ତାଙ୍କୁ ରଙ୍ଗେ ହାତେ ଧରାଯାଇ ସେହି ଟଙ୍କା ଜବତ କରାଯାଇଥିଲା। ତାଙ୍କ ବିରୋଧରେ ବର୍ତ୍ତମାନ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି।

Related posts