Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନଦୀବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ, ହାତ ମାରିଲେ ଉଠିଯାଉଛି ପିଚୁ
ଆଞ୍ଚଳିକ

ନଦୀବନ୍ଧ ସୁଦୃଢିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ, ହାତ ମାରିଲେ ଉଠିଯାଉଛି ପିଚୁ

July 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ବନ୍ୟା ଦାଉରୁ ସୁରକ୍ଷା ଓ ଲୋକଙ୍କ ଯାତାୟତ ପାଇଁ ସରକାର ନଦୀବନ୍ଧକୁ ସୁଦୃଢିକରଣ ଓ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲାମାଲ ହେଉଥିବା ବେଳେ ସରକାରଙ୍କ ଯୋଜନା ଫସର ଫାଟୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମଣିଜଙ୍ଗା ଜଳସମ୍ପଦ ବିଭାଗ ସାଉଥ୍ ଡିଭିଜନ ଅଧୀନରେ ଥିବା ମହାନଦୀ ବନ୍ଧ ସୁଦୃଢିକରଣ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ।

ମଣିଜଙ୍ଗା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଅଧିନ ମହାନଦୀ ବାମପାର୍ଶ୍ୱ ନଦୀବନ୍ଧର ତାର୍ତ୍ତୋଲ ଠାରୁ ବାଲିକଣୀ ପର୍ଯ୍ୟନ୍ତ ନଦୀବନ୍ଧକୁ ସୁଦୃଢିକରଣ ଓ ପିଚୁରାସ୍ତା ନିର୍ମାଣ ପାଇଁ ୩କୋଟି ୮୭ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ନଦୀବନ୍ଧରେ ମାଟି ମେଟାଲ-ମୋରମ ପକାଇ ରୋଲିଂ କରିବା ପରେ ଡଷ୍ଟ ପକାଇ ପିଚୁରାସ୍ତା ନିର୍ମାଣ କରିବା କଥା। ମାତ୍ର ନଦୀବନ୍ଧରେ ମାଟି ବଦଳରେ ବାଲି ପକାଯାଇଥିବା ଦେଖିବାକୁ ମିଳିଛି। ଅସରାଏ ବର୍ଷାରେ ପକାଯାଇଥିବା ବାଲି ଅନେକ ସ୍ଥାନରେ ଧୋଇ ଗଲାଣି। ସ୍ଥାନୀୟ ଲୋକ ଯେତେ ପ୍ରତିବାଦ କଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କିମ୍ବା ଠିକାଦାର କେହି ଶୁଣୁନଥିବା ଲୋକ ଅଭିଯୋଗ କରିଛନ୍ତି।

ଏହି ନଦୀବନ୍ଧ ମହାନଦୀ-ପାଇକା ଦ୍ୱିପାଞ୍ଚଳର କୋଲର, ପୋରଗଦେଇ, କାଠକୋଟ, ହଂସୁରା ଓ ବଡବାଲିକଣୀ ପ୍ରଭୃତି ପାଞ୍ଚଟି ପଞ୍ଚାୟତର ୨୫ହଜାର ଲୋକଙ୍କୁ ସୁରକ୍ଷା ଯୋଗାଇଦେଉଥିବା ବେଳେ ନଦୀବନ୍ଧର ସୁଦୃଢିକରଣ ଓ ରାସ୍ତା ନିର୍ମାଣରେ ଚଞ୍ଚକତା କରାଯାଉଛି ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ନଦୀବନ୍ଧରେ ମାଟି ବଦଳରେ ବାଲି ପକାଇଥିବା ବେଳେ ରୋଲର ବ୍ୟବହାର କରାଯାଇନଥିବା ଅଭିଯୋଗ ହୋଇଛି। ୮ଇଞ୍ଚି ମେଟାଲ ୪୦ଏମ.ଏମ, ୨୦ଏମ.ଏମ ଓ ୧୦ଏମ.ଏମ ମେଟାଲର ଡଷ୍ଟ ବଦଳରେ ୫ଇଞ୍ଚିର ବାଲି ମିଶା ଡଷ୍ଟ ପକାଯାଇଛି। ଲାବ୍ରଟୋରି ଟେଷ୍ଟ ନକରି ମାନଯାଞ୍ଚ କରିବାକୁ ଆସିଥିବା ଅଧିକାରୀଙ୍କୁ ମୋଟା ଅଙ୍କର ଲାଞ୍ଚଦେଇ ଠିକାଦାର ଠକିବାକୁ ଷଡଯନ୍ତ୍ର କରିଥିବା ସୁଚନା ମିଳିଛି।

ନଦୀବନ୍ଧକୁ ସୁଦୃଢିକରଣ କରିବା ବଦଳରେ ରଠ କାମକରି ଏହା ଉପରେ ନାମକୁ ମାତ୍ର ପିଚୁ କରାଯାଇଛି। ୨୦ଏମ.ଏମ ଗୋଡି ସହିତ ୨ଇଞ୍ଚି ଓ ଅଧା ଇଞ୍ଚି ଗୋଡିରେ ପିଚୁ ସିଲି କୋଟିଂ କରିବା ବଦଳରେ ନାମକୁ ମାତ୍ର ପିଚୁ କରାଯାଇଛି। ନିମ୍ନମାନର ପିଚୁରାସ୍ତା ନିର୍ମାଣ ହୋଇଥିବାରୁ ଅନେକ ସ୍ଥାନରେ ପିଚୁରାସ୍ତା ଫାଟି ଆଁ କଲାଣି ତ କେଉଁଠି ବନ୍ଧ ତଳକୁ ଖସିଗଲାଣି। ଅନେକ ସ୍ଥାନରେ ପିଚୁ ହାତମାରିଲେ ଉଠିଯାଉଛି।

ଏପରିକି ନଦୀବନ୍ଧ ପାର୍ଶ୍ଵରେ ଥିବା ଗାଁକୁ ଯାଆଆସ କରିବାକୁ ଆପ୍ରୋଚ ରୋଡ ମଧ୍ୟ କରାଯାଇନାହିଁ। ଖୋସାଲପୁର ଠାରୁ ବାଲିକଣୀ ପର୍ଯ୍ୟନ୍ତ ଏପରି ନିମ୍ନମାନର ପିଚୁରାସ୍ତା କରାଯାଇଥିବା ବେଳେ ଖୋସାଲପୁର ଠାରୁ ତାର୍ତ୍ତୋଲ ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ହୋଇନାହିଁ। ନିମ୍ନମାନର ନିର୍ମାଣ ସମ୍ପର୍କରେ କ୍ୟାମେରା ଆଗରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ କୌଣସି ମତାମତ ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଉଛନ୍ତି।

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଜନତାଙ୍କ ସ୍ୱାର୍ଥ ବଳିପଡୁଛି। କୋଟି କୋଟି ଟଙ୍କା ହରିଲୁଟ କରି ଠିକାଦାର ଓ ଯନ୍ତ୍ରୀ ମାଲମାଲ ହେଉଥିବାରୁ ଏହି ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି।

କୁଜଙ୍ଗ ବନ୍ୟା ବ୍ୟାପକ ଅନିୟମିତତା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.