Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ ଅଭିଯାନ
ବିଶେଷ ଖବର

ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ ଅଭିଯାନ

August 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ମନ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ‘ମେରି ମାଟୀ ମେରା ଦେଶ’ ଅଭିଯାନ ଘୋଷଣା କରିଥିଲେ। ବର୍ତ୍ତମାନ ଦେଶବ୍ୟାପୀ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି।

ଦେଶପାଇଁ ପ୍ରାଣବଳୀ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଓ ସାହସୀ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅଭିଯାନ ଅନ୍ତର୍ଗତ ବୀରମାନଙ୍କର ସ୍ମୃତିଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସବୁ ଗ୍ରାମପଞ୍ଚାୟତରେ ସ୍ମୃତି ଉଦ୍ଦେଶ୍ୟରେ ଅମୃତ ସରୋବର ନିକଟରେ ଶିଳାଫଳକ ସ୍ଥାପନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଦୂରସଞ୍ଚାର ବିଭାଗର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଏବଂ ଯୁବ ବ୍ୟାପାର ସଚିବ ମୀତା ରାଜୀବ ଲୋଚନ, ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ପ୍ରମୁଖ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଭାବେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଳାଫଳକ ସଂଯୋଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚନ୍ଦ୍ର କହିଛନ୍ତି, ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା କାର୍ଯ୍ୟକ୍ରମକୁ ଏହି ଅଭିଯାନର ଏକ ପ୍ରମୁଖ ଉପାଦାନ ଭାବେ କାର୍ଯ୍ୟକାରୀ କରାଯିବ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅଭିଯାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ଶ୍ରୀ ଚନ୍ଦ୍ର କହିଥିଲେ।

ସଂସ୍କୃତି ମନ୍ତ୍ରଣାଳୟ ସଚିବ ଗୋବିନ୍ଦ ମୋହନ କହିଥିଲେ, ପ୍ରତି ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଞ୍ଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯିବ, ପଞ୍ଚ ପ୍ରାଣ ଶପଥ ନିଆଯିବ, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶ ପାଇଁ ବଳିଦାନ ଦେଇଥିବା ସେହି ଅଞ୍ଚଳର ବୀରଙ୍କ ନାମ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଶିଳାଫଳକରେ ସ୍ଥାନ ଦିଆଯିବ।
ଶ୍ରୀ ଗୋବିନ୍ଦ ମୋହନ କହିଥିଲେ, ଆଜାଦୀ କା ଅମୃତ ମହୋତ୍ସବ 12 ମାର୍ଚ୍ଚ 2021ରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଦେଶବ୍ୟାପୀ 2 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆସନ୍ତା 9ରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ମେରି ମାଟି ମେରା ଦେଶ ଅଭିଯାନ ଗ୍ରାମ, ବ୍ଲକ, ସ୍ଥାନୀୟ ସହରାଞ୍ଚଳ, ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜନ କରାଯିବ ।

ଦେଶର ସବୁ ଅଞ୍ଚଳରେ ଅମୃତ କଳସ ଯାତ୍ରା ଆୟୋଜନ କରାଯିବ । 7 ହଜାର 500 କଳସ ଦେଶର କୋଣଅନୁକୋଣରୁ ଅଣାଯାଇ ଦିଲ୍ଲୀର ଅମୃତ ବାଟିକାରେ ସ୍ଥାପନ କରାଯିବ ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପର ପ୍ରତୀକ ହେବ ।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସଂସ୍କୃତି ସଚିବ କହିଥିଲେ, ଅଭିଯାନକୁ ଜନଭାଗିଦାରୀରେ ପରିଣତ କରିବା ଲାଗି ଏକ https://merimaatimeradesh.gov.inର ଶୁଭାରମ୍ଭ କରାଯାଇଛି । ସାଧାରଣ ଲୋକ ମାଟି ଦୀପ ଧରି ପଞ୍ଚ ପ୍ରାଣର ସଂକଳ୍ପ ଗ୍ରହଣ କରିବା ସହିତ ଏହି ୱେବସାଇଟ୍ରେ ସେଲ୍ଫି ଅପଲୋଡ୍ କରିବେ । ସେହିପରି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ 13ରୁ 15 ଅଗଷ୍ଟ 2023 ପର୍ଯ୍ୟନ୍ତ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶବାସୀ ଯେକୌଣସି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତ୍ରିରଙ୍ଗା ସହିତ ସେଲଫି ନେଇ harghartiranga.com ୱେବସାଇଟ୍ରେ ଅପଲୋଡ୍ କରିପାରିବେ ।

ଯୁବବ୍ୟାପାର ଓ କ୍ରୀଡ଼ା ସଚିବ ଶ୍ରୀମତୀ ମୀତା ରାଜୀବଲୋଚନ କହିଥିଲେ ଯେ, ଏହି ରାଷ୍ଟ୍ରବ୍ୟାପୀ ଅଭିଯାନ ସମ୍ପର୍କରେ https:// yuva.gov.in/meri_maati_mera_desh. ପୋର୍ଟାଲରୁ ଆବଶ୍ୟକ ସୂଚନା ମିଳିପାରିବ ଏବଂ ଏହା ଜରିଆରେ ଯୁବପିଢ଼ି ମେରୀ ମାଟି ମେରା ଦେଶ ଅଭିଯାନ ସହ ଯୋଡ଼ି ହେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ବୃକ୍ଷରୋପଣ କରିବାର ସେଲଫି ଅପଲୋଡ୍ କରିପାରିବେ ।

ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ କହିଥିଲେ ଯେ ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାରଭାରତୀର ଡିଜିଟାଲ ପ୍ଲାଟଫର୍ମରେ ମେରୀ ମାଟି ମେରା ଦେଶ ଅଭିଯାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।

ସୂଚନାଯୋଗ୍ୟ ଯେ, ଆସନ୍ତା 9ରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ମେରି ମାଟି ମେରା ଦେଶ ଅଭିଯାନ ଗ୍ରାମ, ବ୍ଲକ, ସ୍ଥାନୀୟ ସହରାଞ୍ଚଳ, ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜନ କରାଯିବ । ଅଭିଯାନର ଉଦଯାପନୀ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 30 ଅଗଷ୍ଟ 2023ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜନ କରାଯିବ ।

ନରେନ୍ଦ୍ର ମୋଦୀ ମନ କୀ ବାତ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.