Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ୭୦୪ କୋଟି ଯୋଗାଇଲେ କେନ୍ଦ୍ର ସରକାର
ଆଜିର ଖବର

ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ୭୦୪ କୋଟି ଯୋଗାଇଲେ କେନ୍ଦ୍ର ସରକାର

August 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ କୋଇଲା ରାଜଭାଗ ଅନୁସାରେ ଏହି ଅର୍ଥ ପ୍ରଦାନ କରିଛି । ଏହା ଫଳରେ ଛ’ଟି କୋଇଲା ସମୃଦ୍ଧ ରାଜ୍ୟ ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ପଶ୍ଚିମବଙ୍ଗ ଉପକୃତ ହେବେ । ଏହି ଅର୍ଥରାଶି ହସ୍ତାନ୍ତର ଦ୍ୱାରା ସମ୍ପୃକ୍ତ ଛ’ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ।

ଏହି ୭୦୪ କୋଟି ଟଙ୍କାର ଅର୍ଥ ସମ୍ପୃକ୍ତ ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ପ୍ରଥମ କିସ୍ତିରେ ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୮ଟି କୋଇଲା ଖଣିର ସଫଳ ନିଲାମ ହୋଇଥିଲା ସେ ବାବଦ ଲବ୍ଧ ଅର୍ଥରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଦେଇଛି । ବ୍ୟାବସାୟିକ କୋଇଲା ଖଣିର ଷଷ୍ଠ ପର୍ଯ୍ୟାୟ ଏବଂ ପଂଚମ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ ଏହି ୧୮ଟି ଖଣି ନିଲାମ ହୋଇଥିଲା ।

କେଉଁ ରାଜ୍ୟକୁ କେତେ ଅର୍ଥ ଏ ବାବଦରେ ପ୍ରଦାନ କରାଯାଇଛି ତାହା ନିମ୍ନରେ ଦିଆଗଲା

 

କ୍ରମିକ ସଂଖ୍ୟା ରାଜ୍ୟ  ପ୍ରଥମ କିସ୍ତିର ଅଗ୍ରୀମ ଅର୍ଥର ପରିମାଣ
୧ ଛତିଶଗଡ ୧, ୪୭, ୧୮,୩୦, ୬୨୫ ଟଙ୍କା
୨ ଝାଡଖଣ୍ଡ ୧, ୩୦, ୯୯, ୧୦, ୬୮୪ ଟଙ୍କା
୩ ମଧ୍ୟପ୍ରଦେଶ ୧,୮୮, ୮୫, ୯୨, ୭୮୧ ଟଙ୍କା
୪ ମହାରାଷ୍ଟ୍ର ୧୮, ୭୫, ୦୦, ୦୦୦ ଟଙ୍କା
୫ ଓଡିଶା   ୧, ୯୯, ୮୧, ୪୩,  ୭୯୫ ଟଙ୍କା
୬ ପଶ୍ଚିମବଙ୍ଗ ୧୮,୭୫, ୦୦, ୦୦୦ ଟଙ୍କା

ସର୍ବମୋଟ         ୭, ୦୪, ୩୦, ୭୭, ୮୮୫ଟଙ୍କା

ଏ କ୍ଷେତ୍ରରେ କୋଇଲା ଖଣିର  ବିକାଶ ଓ ଉତ୍ପାଦନ ରାଜିନାମା (ସିଏମ୍‌ସିଡିଏ) ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସିଏମ୍‌ପିଡିଏ ଅନୁସାରେ ସଫଳ ନିଲାମଧାରୀ (ବିଡର) କୋଇଲା ମନ୍ତ୍ରଣାଳୟ ନିକଟରେ ଆଗୁଆ  ପ୍ରଥମ କିସ୍ତିର ରାଜସ୍ୱ ଦାଖଲ କରିଥିଲେ । ଏବେ ସମ୍ପୃକ୍ତ କୋଇଲାଖଣି  ନିଲାମଧାରୀମାନଙ୍କୁ ପରବର୍ତ୍ତୀ ତିନି କିସ୍ତି ସମ୍ପୃକ୍ତ କୋଇଲା ଖଣି ରାଜ୍ୟ ସରକାରମାନଙ୍କୁ ସିଧାସଳଖ  ହସ୍ତାନ୍ତର କରିବ । ଏହା ଦ୍ୱାରା  ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

କୋଇଲା ଖଣି ନିଲାମ ଫଳରେ ରାଜ୍ୟ ସରକାର ଯେଉଁ ଉଲ୍ଲେଖନୀୟ ରାଜସ୍ୱ ପାଇବେ ଏହାକୁ ନିଜର ବିଭିନ୍ନ୍ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହି ଅର୍ଥ ଭିତ୍ତିଭୂମି ବିକାଶ, ଶିକ୍ଷା ସୁବିଧା ନିର୍ମାଣ, ସ୍ୱାସ୍ଥ୍ୟ ସେବା କାମ ଓ ଅନ୍ୟାନ୍ୟ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ ହୋଇପାରିବ । ଏହା ଦ୍ୱାରା ଲୋକେ ଉପକୃତ ହେବେ ଏବଂ ସେହି ରାଜ୍ୟର ଅଭିବୃଦ୍ଧି ବଢିବ ।

ଦେଶରେ ବ୍ୟବସାୟିକ କୋଇଲା ଉତ୍ତୋଳନ ଆରମ୍ଭ ହେବା ପରେ କୋଇଲା ଉଦ୍ୟୋଗ ରାଜ୍ୟସରକାରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେ ନେଇ ରାଜସ୍ୱ ପ୍ରଦାନ କରିଆସୁଛି । ଆହୁରି ମଧ୍ୟ ଥରେ କୋଇଲା ଖଣି କାର୍ଯ୍ୟକ୍ଷମ ହେଲେ ତାହାର ରାଜଭାଗ (ରୟାଲିଟି) ଓ ମାସିକ ପ୍ରିମିୟମ ଆକାରରେ ସମ୍ପୃକ୍ତ ରାଜ୍ୟର ବିକାଶର ସହାୟତା ଯୋଗାଉଛି । ଏସବୁ ଖଣିରୁ ମିଳୁଥିବା ରାଜସ୍ୱକୁ ସମ୍ପୃକ୍ତ ରାଜ୍ୟ ସରକାର ନିଜର ବିକାଶମୂଳକ କାମ ପାଇଁ ବିନିଯୋଗ କରିପାରିବେ । ଏହା ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତିକୁ  ସୁଦୃଢ କରିବେ ଓ ସେହି ଟଙ୍କା ଖର୍ଚ୍ଚ କରି ସେମାନେ ଅତ୍ୟାବଶ୍ୟକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିପାରିବେ । ସମ୍ପୃକ୍ତ ରାଜ୍ୟର ଅବହେଳିତ ଓ ବଂଚିତ ବର୍ଗର ଲୋକଙ୍କ କଲ୍ୟାଣ କାମରେ ଏହି ଅର୍ଥ  ବିନିଯୋଗ ହୋଇପାରିବ ଏବଂ ରାଜ୍ୟର ବିକାଶମୂଳକ ପ୍ରକ୍ରିୟା ମଧ୍ୟ ଏହା ଦ୍ୱାରା ତ୍ୱରାନ୍ୱିତ ହେବ ।

କୋଇଲା ଖଣି ନିଲାମ
Share. Facebook Twitter LinkedIn Email WhatsApp Copy Link

Related Posts

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026
Latest News

ଅଲଗା ଆଲଗା ରାସ୍ତାରେ ଜଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଲୋକେ କହିଲେ…

June 29, 2026

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29, 2026

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଆସୁଛି ‘ବ୍ରହ୍ମାସ୍ତ୍ର’: ସୁରକ୍ଷା ପାଇଁ ୩୦ ହଜାର କୋଟି ଖର୍ଚ୍ଚ କରିବ ନାସା

June 29, 2026

ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ

June 29, 2026

ତିନିଭାଷା ନୀତି ଉପରେ CBSE ବଡ଼ ନିଷ୍ପତ୍ତି: ଜାଣନ୍ତୁ ସ୍ଵତନ୍ତ୍ର ବ୍ୟବସ୍ଥା

June 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.