Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂସଦ ପଦରେ ପୁନଃ ଅବସ୍ଥାପିତ ହେଲେ ରାହୁଲ: ୧୩୬ ଦିନ ପରେ ସଂସଦକୁ ଫେରିବାକୁ ଅନୁମତି, ଜାରି ହେଲା ବିଜ୍ଞପ୍ତି
ବିଶେଷ ଖବର

ସାଂସଦ ପଦରେ ପୁନଃ ଅବସ୍ଥାପିତ ହେଲେ ରାହୁଲ: ୧୩୬ ଦିନ ପରେ ସଂସଦକୁ ଫେରିବାକୁ ଅନୁମତି, ଜାରି ହେଲା ବିଜ୍ଞପ୍ତି

August 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସେ କେରଳର ୱାୟନାଡରୁ ସାଂସଦ ଅଛନ୍ତି। ରାହୁଲ ଆଜି ସଂସଦରେ ପହଞ୍ଚି ଲୋକସଭା କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ପରେ କଂଗ୍ରେସ କର୍ମୀମାନେ ଉତ୍ସବ ପାଳନ କରିଛନ୍ତି।

ମାନହାନି ମାମଲାରେ ଗତ ମାର୍ଚ୍ଚ ୨୩ ତାରିଖରେ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ୨୪ ଘଣ୍ଟା ମଧ୍ୟରେ ସାଂସଦ ମାର୍ଚ୍ଚ ୨୪ତାରିଖରେ ବାହାରି ଯାଇଥିଲେ। ଏହାପରେ ଗୁଜରାଟ ହାଇକୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ ବଜାୟ ରଖିଥିଲେ। ଏହା ବିରୋଧରେ ରାହୁଲ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ଏହାର ୧୩୪ ଦିନ ପରେ ଅଗଷ୍ଟ ୪ତାରିଖରେ କୋର୍ଟ ଏହି ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଥିଲେ।

ବଦଳିବ ସଂସଦରେ ବଦଳିବ ଦୃଶ୍ୟ !

ରାହୁଲଙ୍କ ସଦସ୍ୟତା ପୁନରୁଦ୍ଧାର ହେବା ପରେ ଆଜିଠାରୁ ସଂସଦର ଦୃଶ୍ୟ ବଦଳିବ। ଏବେ ବିରୋଧୀମାନେ ଅଧିକ ଆକ୍ରମଣାତ୍ମକ ହୋଇ ଶାସକ ଦଳ ଉପରେ ଆକ୍ରମଣ କରିବେ ବୋଲି ଅନୁମାନ କରାଯାଉଛି। ସେପଟେ ଏହି ନିଷ୍ପତି ପରେ କଂଗ୍ରେସରେ ଖୁସିର ବାତାବରଣ ଖେଳିଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ଦଳ ନେତାଙ୍କୁ ମିଠା ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଲୋକସଭା ବାଚସ୍ପତିଙ୍କ ନିକଟରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ନିୟମ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଶନିବାର ଓ ରବିବାର ଥିଲା ବୋଲି ସେ କହିଛନ୍ତି। ଏହି ଆଦେଶ ଲୋକସଭାରେ ପହଞ୍ଚିବାମାତ୍ରେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ତୁରନ୍ତ ପୁନରୁଦ୍ଧାର କରାଯାଇଥିଲା।

କେରଳ ପୁନରୁଦ୍ଧାର ବିଜ୍ଞପ୍ତି ପ୍ରକାଶ ମାନହାନି ମାମଲା ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ୱାୟନାଡ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

July 6, 2026

ଇଣ୍ଡିଆ ଟୁଡେ ସର୍ଭେ ରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର

July 6, 2026

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

July 6, 2026

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ରନ୍ଧନ ଗ୍ୟାସ ଯୋଗାଣ ଉପରେ ଉଠିଲା ଜରୁରୀକାଳୀନ ନିୟନ୍ତ୍ରଣ

July 6, 2026
Latest News

ସମ୍ ହସ୍ପିଟାଲରେ ଅସୁସ୍ଥ ନବଜାତ ଶିଶୁକୁ ନୂଆ ଜୀବନ ଦେଲେ ଡାକ୍ତର

July 6, 2026

ରଣପୁରର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ପାଳିତ

July 6, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ: ବାତିଲ୍ ହେଲା ଏହି ସବୁ ଟ୍ରେନ

July 6, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଇଣ୍ଡିଆ ଟୁଡେ ସର୍ଭେ ରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର

July 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.