Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ପକ୍ଷରୁ ୨୦୦ଟି ଇ-ବସ୍ ଚଳାଚଳ ଆରମ୍ଭ ହେବ: ଶ୍ରୀ ବୋଥ୍ରା
ଆଜିର ଖବର

ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ପକ୍ଷରୁ ୨୦୦ଟି ଇ-ବସ୍ ଚଳାଚଳ ଆରମ୍ଭ ହେବ: ଶ୍ରୀ ବୋଥ୍ରା

August 11, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍‌ନାଲ୍ ଡିଜି (କ୍ରାଇମ୍‌) ତଥା କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

କ୍ରୁଟ ଦ୍ୱାରା ବର୍ତମାନ ସହରରେ ୫୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ ହେଉଥିବା ବେଳେ ସବୁ ବସ୍‌ଗୁଡ଼ିକୁ ଇ-ବସ୍‌ରେ ପରିଣତ କରାଯିବାର ଯୋଜନା ଥିବା ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ୪ ଦିବସୀୟ ଇନ୍‌ଷ୍ଟିଚ୍ୟଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର୍ ଇଲେକ୍ଟ୍ରିକ୍ ଟ୍ରାନ୍‌ପୋର୍ଟେସନ୍ (ସେଫେଟ୍‌-୨୦୨୩)” ଶୀର୍ଷକ ତୃତୀୟ ଆନ୍ତର୍ଜାତିକ କର୍ମଶାଳାର ଗୁରୁବାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ବୋଥ୍ରା ।

ଜଳବାୟୁ ପରିବର୍ତ୍ତନର ଭୟାଭୟତାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍ ଯାନ ପରିବହନ ବ୍ୟବହାରକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଥିବା ଶ୍ରୀ ବୋଥ୍ରା କହିଛନ୍ତି । ପରିବେଶ ପ୍ରତି ଅନେକ ସମସ୍ୟା ରହିଛି । ପୂର୍ବରୁ ଯେଉଁ ଲୋକମାନେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ ସେମାନଙ୍କ କଥାକୁ ହସରେ ଉଡ଼ାଇ ଦିଆଯାଉଥିଲା । ତେବେ ବର୍ତମାନ ଆମେ ରାଜସ୍ଥାନରେ ବନ୍ୟା ଓ ହିମାଳୟରେ ବିପର୍ଯ୍ୟୟ ଦେଖୁଛୁ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଭୁବନେଶ୍ୱରରେ ବର୍ତମାନ ୫୦ଟି ଇଲେକ୍ଟ୍ରିକ୍ ଅଟୋ ଚାଲୁଥିବା ବେଳେ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ଅଧିକ ୨୦୦ଟି ଇ-ଅଟୋ ଚଳାଚଳ କରାଯିବାର ଯୋଜନା ରହିଛି । ମୁଖ୍ୟତଃ ଏହି ଅଟୋଗୁଡ଼ିକ ମହିଳା, କିନ୍ନର ଓ ଏଚ୍‌ଆଇଭି ଆକ୍ରାନ୍ତ ଲୋକଙ୍କ ଦ୍ୱାରା ଚଳାଚଳ କରାଯିବ ।

ସେହିପରି ଯେଉଁ ଯାନବାହନଗୁଡ଼ିକ ବ୍ୟବହାର ଯୋଗ୍ୟ ହୋଇ ରହିବ ନାହିଁ ସେଗୁଡ଼ିକୁ ଆସନ୍ତା ୩-୪ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ନଷ୍ଟ କରିବାର ପ୍ରକ୍ରିୟା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ।

ସେହିପରି ସରକାରଙ୍କ ପକ୍ଷରୁ ଏକ ଇଲେକ୍ଟ୍ରିକ୍‌୍ ଯାନ ନିୟମ ଆରମ୍ଭ କରାଯାଇଛି ଯାହାଦ୍ୱାରା କି ଯେଉଁ ଲୋକମାନେ ଇଲେକ୍ଟିକ୍ ଯାନ କିଣିବେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉଛି ଯାହାକି ଦେଶରେ ସର୍ବାଧିକ କୁହାଯାଇପାରେ ବୋଲି ଶ୍ରୀ ବୋଥ୍ରା କହିଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ର କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ, ଆଇଇଇଇ ଫେଲୋ ତଥା ସିଙ୍ଗାପୁର ସ୍ଥିତ ସିଂଗାପୁର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଓ ପ୍ରୋଗ୍ରାମ ଲିଡର ଡକ୍ଟର ଅକ୍ଷୟ କୁମାର ରାଠୋର, ଆଇଇଇଇ ସ୍ମାର୍ଟ ଭିଲେଜର ଅଧ୍ୟକ୍ଷ ଡକ୍ଟର ରଞ୍ଜନ କପୁର ଓ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ୍ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଡକ୍ଟର କପୁର କହିଥିଲେ ବିଶ୍ୱର ୧୦୦ କୋଟି ଲୋକଙ୍କର ଟେକ୍ନୋଲୋଜି ସହ କୌଣସି ସମ୍ପର୍କ ନାହିଁ । ତେଣୁ ଆଇଇଇଇ ପକ୍ଷରୁ ୪ଟି ମହାଦେଶରେ ଏହି ବ୍ୟବଧାନକୁ ଦୂର କରିବା ପାଇଁ କାର୍ଯ୍ୟ କରାଯାଉଛି । ମାନବ ଜାତିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡିବା ଆମର ମୂଳ ଲକ୍ଷ୍ୟ ବୋଲି କହିବା ସହ ଗତ ୧୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ୧୦୦ଟି କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଇଥିବା ସେ କହିଥିଲେ ।

ଏହି ସମ୍ମିଳନୀରେ ସାରା ପୃଥିବୀରୁ ୫୦୦ ରୁ ଊର୍ଦ୍ଧ୍ୱ ଗବେଷକ ସାମିଲ ହୋଇଥିବା ବେଳେ ଇଞ୍ଜିନିୟର, ଗବେଷକ, ବୈଜ୍ଞାନିକ ଓ ଶିକ୍ଷାବିତ୍‌ମାନେ ରିନ୍ୟୁବଲ୍ ଏନର୍ଜି, ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍‌, ପାୱାର ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକ୍ ଡ୍ରାଇଭ୍‌ସ, କଂଟ୍ରୋଲ୍ ଟେକ୍ନିକ୍ସ, ସ୍ମାର୍ଟ ଗ୍ରୀଡ୍‌ସ, କମ୍ୟୁନିକେସନ୍ ପ୍ରୋଟୋକଲ୍ସ, ଇନ୍‌ଟେଲିଜେନ୍ସ ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆଣ୍ଡ ଷ୍ଟାଣ୍ଡାର୍ଡ୍‌ସ ସମ୍ପର୍କରେ ନିଜର କାର୍ଯ୍ୟକୁ ପ୍ରଦର୍ଶନ କରିବା ସହ ଅଭିଜ୍ଞତା ଓ ଧାରଣାକୁ ବ୍ୟକ୍ତ କରିବେ ବୋଲି ସେଫେଟ୍‌-୨୦୨୩ର ଜେନେରାଲ୍ ଚେୟାର ପ୍ରଫେସର ରେଣୁ ଶର୍ମା କହିଛନ୍ତି ।

ୟୁନାଇଟେଡ୍ ଷ୍ଟେଟ୍‌ସ ଅଫ୍ ଆମେରିକା, ୟୁନାଇଟେଡ୍ କିଙ୍ଗଡମ୍‌, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜାପାନ, ଚୀନ୍‌, ନେଦରଲ୍ୟାଣ୍ଡସ, ତାଇୱାନ୍‌, କାତାର ଏବଂ ଥାଇଲାଣ୍ଡ ସମେତ ଅନ୍ୟ କେତେକ ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ପ୍ରଫେସର ଶର୍ମା କହିଛନ୍ତି ଏହି ସମ୍ମିଳନୀ ପାଇଁ ମୋଟ ୫୧୦ଟି ସନ୍ଦର୍ଭ ଦାଖଲ କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୫୧ଟିକୁ ଆଇଇଇଇ ଏକ୍ସପ୍ଲୋର୍‌ରେ ପ୍ରକାଶନ ପାଇଁ ମନୋନୀତ କରାଯାଇଛି ।

ଅରୁଣ ବୋଥ୍ରା ବସ୍‌ ଚଳାଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026
Latest News

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.