Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ

August 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଚଳିତ ଖରିଫ ଋତୁ ୨୦୨୩ ପାଇଁ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ, ଖୋର୍ଧାଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କେ ସୁଦର୍ଶନ ଚକ୍ରବର୍ତୀ, IAS, ଜିଲ୍ଲାପାଳ, ଖୋର୍ଧା ମହୋଦୟ ପୌରହିତ୍ୟ କରିଥିଲେ।

ଏତତ୍ଵବ୍ୟତୀତ ଡଃ ବାଦଲ କୁମାର ମହାନ୍ତି Chief Development Officer-Cum Executive Officer,Khordha,  ସ୍ମିତା ମହାନ୍ତି ଓ ଦେବାଶୀଷ ମିଶ୍ର, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ, ଅମର ଚନ୍ଦ୍ର ଅଗ୍ରୱାଲ, ଜିଲ୍ଲାମୁଖ୍ୟ ବ୍ୟାଙ୍କ ଅଧ୍ବକାରୀ, ପ୍ରସନ୍ନ କୁମାର ମିଶ୍ର ଓ କଲ୍ୟାଣ ରାୟ, କୃଷି ଜିଲ୍ଲା ଅଧିକାରୀ ପ୍ରମୁଖଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ କୃଷି ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଉକ୍ତ ବୈଠକକୁ ଶରତ କୁମାର ପରିଡା, ଜିଲ୍ଲା ମୁଖ୍ୟ କୃଷି ଅଧ‌ିକାରୀ, ଖୋର୍ଦ୍ଧା ପରିଚାଳନା କରିବା ସହିତ ବୈଠକର ସବିଶେଷ ବିବରଣୀ ଓ ଉଦ୍ଦେଶ୍ୟ ଅବଗତ କରାଇଥିଲେ। ବିଭିନ୍ନ ବିଭାଗୀୟ ଜିଲ୍ଲାମୁଖ୍ୟ ଅଧିକାରୀମାନେ ସେମାନଙ୍କ ଖରିଫ କାର୍ଯ୍ୟକ୍ରମର ଆଲୋଚନା କରିଥିଲେ।

କୃଷିବିଭାଗରେ ନିଆଯାଇଥ‌ିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଗଲା। ଖରିଫ ୨୦୨୩ରେ ୧୨୧୦୨୩ ହେକ୍ଟର ଜମିରେ ଚାଷ ହେବାର ଯୋଜନା କରାଯାଇଛି,ସେଥ୍ରେ କେବଳ ୧୦୩୨୦୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଚଳିତବର୍ଷ ୬୩୪୦୦ ହେକ୍ଟର ଜମିରେ ବିଭିନ୍ନ ଉତ୍ସରୁ ଜଳସେଚନ ବ୍ୟବସ୍ଥା କରାଯାଇଛି। କୃଷକଙ୍କର ଆୟବୃଦ୍ଦି ପାଇଁ ୨୮୫୫ ହେକ୍ଟର ଜମିରେ ଧାନ ବଦଳରେ ଅଣଧାନ ଚାଷ କରିବାପାଇଁ ଯୋଜନା ହୋଇଛି। ଚଳିତ ଖରିଫ ଋତୁରେ ୮୮୩୦କ୍ୱିଣ୍ଟାଲ ଧାନ ଏବଂ ୪୧୫ କ୍ଲିଣ୍ଟାଲ ଅଣଧାନ ବିହନ ଯୋଗାଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ଏବର୍ଷ ୧୦୦୦୦ ମାଟି ନମୁନା ପରୀକ୍ଷା କରିବା ପାଇଁ ସ୍ଥିର କରାଯାଇଛି। ରାସାୟନିକ ସାର ବ୍ୟବହାରକୁ ଗୁରୁତ୍ବନେଇ ହେକ୍ଟର ପ୍ରତି ୮୯.୩୦ କେଜି ବ୍ୟବହାର ଲକ୍ଷରେ ୨୨୩୩୦ ମେଟ୍ରିକଟନ ରାସାୟନିକ ସାର ଯୋଗାଣର ବ୍ୟବସ୍ଥା କରାଯାଇଛି। ଏତଦ୍‌ବ୍ୟତିତ କୃଷିଯାନ୍ତ୍ରିକୀକରଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସମନ୍ବିତ କୃଷି, କ୍ଷେତ ପୋଖରୀ, ଜୈବିକଚାଷ,ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ, ଓଡିଶା ମିଲେଟ୍ ମିଶନ ଉପରେ ଗୁରୁତ୍ବାରୋପ କରାଯାଇଛି।

ଉକ୍ତ ଖରିଫ ଯୋଜନା କାର୍ଯ୍ୟକ୍ରମକୁ ବିଭୁଦତ୍ତ ସାହୁ, ସହକାରୀ କୃଷି ନିର୍ଦ୍ଦେଶକ, ଶ୍ରୀ ତୁଷାରକାନ୍ତ ସାହୁ, ସହକାରୀ କୃଷି ଅଧିକାରୀ, ସୀତାରତ୍ନମାଳା ଦାସ, ଯୋଜନା ଅଧିକାରୀ ପରିଚାଳନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026
Latest News

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.