Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପଭୋକ୍ତା ଅଭିଯୋଗ କ୍ଷେତ୍ରରେ ମଧ୍ୟସ୍ଥିଙ୍କ ଦେୟ ପୈଠ କରିବ ଖାଉଟି କଲ୍ୟାଣ ପାଣ୍ଠି
ଆଜିର ଖବର

ଉପଭୋକ୍ତା ଅଭିଯୋଗ କ୍ଷେତ୍ରରେ ମଧ୍ୟସ୍ଥିଙ୍କ ଦେୟ ପୈଠ କରିବ ଖାଉଟି କଲ୍ୟାଣ ପାଣ୍ଠି

August 12, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସଟି
ଜିଏସଟି ହାର ସଂଶୋଧନକୁ ଦୃଷ୍ଟିରେ ରଖି ସଂଶୋଧିତ ପରାମର୍ଶ ଜାରି କଲେ ସରକାର

ନୂଆଦିଲ୍ଲୀ: ଉପଭୋକ୍ତା କଲ୍ୟାଣ ପାଣ୍ଠି ମାର୍ଗଦର୍ଶିକାରେ ସଂଶୋଧନ କରା ଯାଇଛି ଏବଂ ବର୍ତ୍ତମାନ ମାର୍ଗଦର୍ଶିକାର ଧାରା ଚତୁର୍ଥ ଉଦ୍ଦେଶ୍ୟ (ଏମ୍‌) ରେ ଉପଭୋକ୍ତା ବିବାଦରେ ଚୂଡ଼ାନ୍ତ ବିଚାର ପରେ ଅଭିଯୋଗକାରୀ ମାନଙ୍କ ଦ୍ୱାରା କିମ୍ବା ଅଭିଯୋଗକାରୀ ବର୍ଗ ଦ୍ୱାରା କରାଯାଇଥିବା ଆଇନଗତ ଖର୍ଚ୍ଚର ଭରଣା ସାମିଲ୍ ହୋଇଛି।

ବିବାଦର ପରିମାଣ, କିମ୍ବା ଆୟୋଗର ଅଧ୍ୟକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ମଧ୍ୟସ୍ଥିଙ୍କ ଦେୟ କିମ୍ବା ନିମ୍ନଲିଖିତ ସାରଣୀ ଅନୁସାରେ ନିର୍ଦ୍ଧାରିତ ଶୁଳ୍କ, ଯାହା ସର୍ବନିମ୍ନ ହୋଇଥିବ, ରାଜ୍ୟ ଏବଂ ଉପଭୋକ୍ତା ବ୍ୟାପାର ବିଭାଗର ମିଳିତ ଯୋଗଦାନରେ ସ୍ଥାପିତ ଖାଉଟି କଲ୍ୟାଣ (କର୍ପସ) ପାଣ୍ଠିରୁ ମଧ୍ୟସ୍ଥିଙ୍କୁ ପ୍ରଦାନ କରାଯିବ।

 ସଫଳ ମଧ୍ୟସ୍ଥତା ସଂଯୋଜିତ ମାମଲା ବିଫଳ ମଧ୍ୟସ୍ଥତା

ଜିଲ୍ଲା ଆୟୋଗ ₹ ୩୦୦୦/- ମାମଲା ପିଛା ୬୦୦/- ଟଙ୍କା ସର୍ବାଧିକ ଟଙ୍କା ରହିଛି। ୧୮୦୦/- (ସଂଯୋଜିତ ମାମଲା ସଂଖ୍ୟା ନିର୍ବିଶେଷରେ) ₹ ୫୦୦/-

ରାଜ୍ୟ ଆୟୋଗ ₹ ୫୦୦୦/- ମାମଲା ପିଛା ୧୦୦୦/- ଟଙ୍କା ସର୍ବାଧିକ ଟଙ୍କା ପର୍ଯ୍ୟନ୍ତ ୩୦୦୦/- (ସଂଯୋଜିତ ମାମଲା ସଂଖ୍ୟା ନିର୍ବିଶେଷରେ) ₹ ୧୦୦୦/-

ଉପଭୋକ୍ତାଙ୍କ ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ, ସମସ୍ୟାମୁକ୍ତ ଏବଂ ସୁଲଭ ମୂଲ୍ୟରେ ସମାଧାନ ପାଇଁ ଉପଭୋକ୍ତା ସୁରକ୍ଷା ଆଇନ୍‌, ୨୦୧୯ ର ପଞ୍ଚମ ଅଧ୍ୟାୟ ଅଧୀନରେ ମଧ୍ୟସ୍ଥତା ମାଧ୍ୟମରେ ଉପଭୋକ୍ତା ବିବାଦ ଗୁଡିକର ସମାଧାନର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ଜୁଲାଇ ୧୫ ରେ ଖାଉଟି ସୁରକ୍ଷା (ମଧ୍ୟସ୍ଥତା) ନିୟମ, ୨୦୨୦ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛି ଏବଂ ଖାଉଟି ସୁରକ୍ଷା (ମଧ୍ୟସ୍ଥତା) ନିୟମାବଳୀ ୨୦୨୦ ସମ୍ପର୍କରେ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଜୁଲାଇ ୨୪, ୨୦୨୦ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଅଧିକାଂଶ ଉପଭୋକ୍ତା ଆୟୋଗ ମଧ୍ୟସ୍ଥତା ସେଲ୍ ସ୍ଥାପନ କରିଛନ୍ତି ଏବଂ ମଧ୍ୟସ୍ଥି ମାନଙ୍କୁ ମଧ୍ୟ ତାଲିକାଭୁକ୍ତ କରିଛନ୍ତି। ବର୍ତ୍ତମାନ ସମଗ୍ର ଭାରତରେ ରାଜ୍ୟ ଆୟୋଗ ଗୁଡିକରେ ୨୪୭ ଜଣ ମଧ୍ୟସ୍ଥି ଓ ଜିଲ୍ଲା ଖାଉଟି ଆୟୋଗରେ ୧୩୮୭ ଜଣ ମଧ୍ୟସ୍ଥି ତାଲିକାଭୁକ୍ତ ହୋଇଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ବହୁ ସଂଖ୍ୟକ ମାମଲାର ସମାଧାନ ହେଉ ନାହିଁ ବୋଲି ବିଭାଗ ପକ୍ଷରୁ ଅବଲୋକନ କରାଯାଇଛି। ଉତ୍ତର – ପୂର୍ବାଞ୍ଚଳ ରାଜ୍ୟ ଏବଂ ଉତ୍ତର କ୍ଷେତ୍ରରେ ରହିଥିବା ରାଜ୍ୟ ଗୁଡିକରେ ଅନୁଷ୍ଠିତ ଆଞ୍ଚଳିକ କର୍ମଶାଳାରେ ବିଭାଗ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା। ଏବଂ ଭାରତରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଉପଭୋକ୍ତା ସଂଗଠନ ଏବଂ ବିକଳ୍ପ ବିବାଦ ସମାଧାନ ଏଜେନ୍ସି ମାନଙ୍କ ସହିତ ବିଭିନ୍ନ ଅଂଶୀଦାର ପରାମର୍ଶ ମଧ୍ୟ କରା ଯାଇଥିଲା।

ବିଭିନ୍ନ ପ୍ରସଙ୍ଗ ଗୁଡିକ ମଧ୍ୟରୁ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନରେ ସନ୍ତୋଷଜନକ ଫଳାଫଳ ନ ମିଳିବାର ମୁଖ୍ୟ କାରଣ ହେଉଛି ମଧ୍ୟସ୍ଥି ମାନଙ୍କ ଦେୟ। ବିବାଦରେ ପକ୍ଷମାନେ ମଧ୍ୟସ୍ଥିଙ୍କ ଦେୟ ଦେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି, ଯାହା ଫଳରେ ମଧ୍ୟସ୍ଥତା ପ୍ରକ୍ରିୟା ବିଫଳ ହେଊଛି। ଏହି ସମସ୍ୟାର ସମାଧାନ ପାଇଁ ବିଭାଗ ସମସ୍ତ ରାଜ୍ୟ ଖାଉଟି ଆୟୋଗ ମାନଙ୍କ ଠାରୁ ପରାମର୍ଶ ଓ ମତାମତ ଆବଶ୍ୟକ କରିଥାଏ। ଆଲୋଚନା ଓ ଦିଆ ଯାଇଥିବା ମତାମତ ଆଧାରରେ ଉପଭୋକ୍ତା କଲ୍ୟାଣ ପାଣ୍ଠିରୁ ତାଲିକାଭୁକ୍ତ ମଧ୍ୟସ୍ଥି ମାନଙ୍କ ଦେୟ ପୈଠ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଉପରୋକ୍ତ ବିସ୍ତୃତ ବିବରଣୀ ପାଇଁ, ଉଦାହରଣ ଗୁଡ଼ିକ ନିମ୍ନରେ ପ୍ରଦାନ କରାଯାଇଛି:

ଉଦାହରଣ ୧: ଜିଲ୍ଲା ଆୟୋଗରେ ବିଚାରାଧୀନ ଥିବା ଏକ ମାମଲା ଅନୁସାରେ, ୨୦୦ ଟଙ୍କାକୁ ନେଇ ‘ଏ’ ଓ ‘ବି’ ମଧ୍ୟରେ ବିବାଦ ରହିଛି। ମଧ୍ୟସ୍ଥତା ମାଧ୍ୟମରେ ସେମାନଙ୍କ ମାମଲାର ସମାଧାନ ପାଇଁ ସେମାନେ ଜିଲ୍ଲା ଖାଉଟି ଆୟୋଗର ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତଥ୍ୟ ଓ ବିବାଦର ପରିମାଣ ଆଧାରରେ ଅଧ୍ୟକ୍ଷ ମଧ୍ୟସ୍ଥତା ଶୁଳ୍କ ୫୦ ଟଙ୍କା ଧାର୍ଯ୍ୟ କରିଥାନ୍ତି। ମଧ୍ୟସ୍ଥି ସଫଳତାର ସହ ବିବାଦର ସମାଧାନ କରନ୍ତି ଏବଂ ‘ଏ’ ଏବଂ ‘ବି’ ମଧ୍ୟରେ ବିବାଦ ସମାଧାନରେ ପହଞ୍ଚିଥାଏ।

ରାଜ୍ୟ ଓ ଖାଉଟି ବ୍ୟାପାର ବିଭାଗର ମିଳିତ ଯୋଗଦାନରେ ସ୍ଥାପିତ ଖାଉଟି କଲ୍ୟାଣ (କର୍ପସ) ପାଣ୍ଠିରୁ ମଧ୍ୟସ୍ଥିଙ୍କୁ ୫୦ ଟଙ୍କା (ଅଧ୍ୟକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଶି ବିବାଦ ପରିମାଣ ଅର୍ଥାତ୍ ୨୦୦ ଟଙ୍କା ଏବଂ ଜିଲ୍ଲା ଆୟୋଗରେ ସଫଳ ମଧ୍ୟସ୍ଥତା ପାଇଁ ନିର୍ଦ୍ଧାରିତ ୩୦୦୦ ଟଙ୍କା) ଠାରୁ କମ୍ ଶୁଳ୍କ ପ୍ରଦାନ କରାଯିବ।

ଉଦାହରଣ ୨: ଜିଲ୍ଲା ଆୟୋଗରେ ବିଚାରାଧୀନ ଥିବା ୫୦ ହଜାର ଟଙ୍କାକୁ ନେଇ ‘ଏ’ ଓ ‘ବି’ ମଧ୍ୟରେ ବିବାଦ ରହିଛି। ମଧ୍ୟସ୍ଥତା ମାଧ୍ୟମରେ ସେମାନଙ୍କ ମାମଲାର ସମାଧାନ ପାଇଁ ସେମାନେ ଜିଲ୍ଲା ଖାଉଟି ଆୟୋଗର ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତଥ୍ୟ ଏବଂ ବିବାଦର ପରିମାଣ ଆଧାରରେ ଅଧ୍ୟକ୍ଷ ମଧ୍ୟସ୍ଥତା ଶୁଳ୍କ ୫୦ ଟଙ୍କା ଧାର୍ଯ୍ୟ କରନ୍ତି । ମଧ୍ୟସ୍ଥି ସଫଳତାର ସହ ବିବାଦର ସମାଧାନ କରନ୍ତି ଏବଂ ‘ଏ’ ଏବଂ ‘ବି’ ମଧ୍ୟରେ ବିବାଦ ସମାଧାନରେ ପହଞ୍ଚିଥାଏ।

ରାଜ୍ୟ ଓ ଖାଉଟି ବ୍ୟାପାର ବିଭାଗର ମିଳିତ ଯୋଗଦାନରେ ସ୍ଥାପିତ ଖାଉଟି କଲ୍ୟାଣ (କର୍ପସ୍‌) ପାଣ୍ଠିରୁ ମଧ୍ୟସ୍ଥିଙ୍କୁ ୩୦୦୦ ଟଙ୍କା (ଜିଲ୍ଲା ଆୟୋଗରେ ସଫଳ ମଧ୍ୟସ୍ଥତା ପାଇଁ ନିର୍ଦ୍ଧାରିତ ଶୁଳ୍କ ଅର୍ଥାତ୍ ୩୦୦୦ ଟଙ୍କା ବିବାଦ ପରିମାଣ ଏବଂ ଉପଭୋକ୍ତା ଆୟୋଗର ଅଧ୍ୟକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଶିର ପରିମାଣ ଠାରୁ କମ୍‌) ଶୁଳ୍କ ପ୍ରଦାନ କରାଯିବ।

ଉଦାହରଣ ୩ : ରାଜ୍ୟ ଖାଉଟି ଆୟୋଗରେ ବିଚାରାଧୀନ ଥିବା ଏକ ମାମଲା ଅନୁସାରେ , ୬୦ ଲକ୍ଷ ଟଙ୍କାକୁ ନେଇ ‘ଏ\’ ଓ ‘ବି’ ମଧ୍ୟରେ ବିବାଦ ରହିଛି। ମଧ୍ୟସ୍ଥତା ମାଧ୍ୟମରେ ସେମାନଙ୍କ ମାମଲାର ସମାଧାନ ପାଇଁ ସେମାନେ ରାଜ୍ୟ ଖାଉଟି ଆୟୋଗର ଅଧ୍ୟକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତଥ୍ୟ ଏବଂ ବିବାଦର ପରିମାଣ ଆଧାରରେ ଅଧ୍ୟକ୍ଷ ମଧ୍ୟସ୍ଥତାର ଶୁଳ୍କ ୨୫,୦୦୦ ଟଙ୍କା ଧାର୍ଯ୍ୟ କରନ୍ତି। ମଧ୍ୟସ୍ଥି ସଫଳତାର ସହ ବିବାଦର ସମାଧାନ କରନ୍ତି ଏବଂ ‘ଏ’ ଏବଂ ‘ବି’ ମଧ୍ୟରେ ରହିଥିବା ବିବାଦ ସମାଧାନରେ ପହଞ୍ଚିଥାଏ।

ରାଜ୍ୟ ଓ ଖାଉଟି ବ୍ୟାପାର ବିଭାଗର ମିଳିତ ଯୋଗଦାନରେ ସ୍ଥାପିତ ଖାଉଟି କଲ୍ୟାଣ (କର୍ପସ୍‌) ପାଣ୍ଠିରୁ ମଧ୍ୟସ୍ଥିଙ୍କୁ ୫୦୦୦ ଟଙ୍କା (ରାଜ୍ୟ ଆୟୋଗରେ ସଫଳ ମଧ୍ୟସ୍ଥତା ପାଇଁ ନିର୍ଦ୍ଧାରିତ ଶୁଳ୍କ ଅର୍ଥାତ୍ ୫୦୦୦ ଟଙ୍କା , ଯାହା ବିବାଦ ପରିମାଣ ଏବଂ ଉପଭୋକ୍ତା ଆୟୋଗର ଅଧ୍ୟକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ରାଶିର ପରିମାଣ ଠାରୁ କମ୍‌) ପ୍ରଦାନ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାମେଣ୍ଟରେ ହେବ ବଡ଼ ବିଭାଜନ!: ସର୍ତ୍ତ ସହିତ NDAରେ ଯୋଗଦେବାକୁ ପ୍ରସ୍ତୁତ ଏହି ଦଳ

November 21, 2025

Pre-Budget Discussion: ଦେଶର ଶକ୍ତି ବିଶେଷଜ୍ଞଙ୍କ ସହିତ ଆଲୋଚନା କଲେ ଅର୍ଥମନ୍ତ୍ରୀ ସୀତାରମଣ

November 21, 2025

ଗମ୍ଭୀରଙ୍କ ବୟାନ ଉପରେ ଡିଭିଲିୟର୍ସ କ୍ଷୁବ୍ଧ: କଲିକତା ଟେଷ୍ଟ ପରେ ଉଠାଇଲେ ବଡ଼ ପ୍ରଶ୍ନ

November 21, 2025

ମୋତିହାରୀରେ ମୁକେଶ ସହନିଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା

November 21, 2025
Latest News

ମହାମେଣ୍ଟରେ ହେବ ବଡ଼ ବିଭାଜନ!: ସର୍ତ୍ତ ସହିତ NDAରେ ଯୋଗଦେବାକୁ ପ୍ରସ୍ତୁତ ଏହି ଦଳ

November 21, 2025

Pre-Budget Discussion: ଦେଶର ଶକ୍ତି ବିଶେଷଜ୍ଞଙ୍କ ସହିତ ଆଲୋଚନା କଲେ ଅର୍ଥମନ୍ତ୍ରୀ ସୀତାରମଣ

November 21, 2025

ଗମ୍ଭୀରଙ୍କ ବୟାନ ଉପରେ ଡିଭିଲିୟର୍ସ କ୍ଷୁବ୍ଧ: କଲିକତା ଟେଷ୍ଟ ପରେ ଉଠାଇଲେ ବଡ଼ ପ୍ରଶ୍ନ

November 21, 2025

ମୋତିହାରୀରେ ମୁକେଶ ସହନିଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା

November 21, 2025

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

November 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.