Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏସ୍‌ଏମ୍‌ ସିନାପ୍ସ ୨.୦ ର ଆକର୍ଷଣ ସାଜିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ
ଆଜିର ଖବର

ସିଏସ୍‌ଏମ୍‌ ସିନାପ୍ସ ୨.୦ ର ଆକର୍ଷଣ ସାଜିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ

August 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିଏସ୍‌ଏମ୍‌ ସିନାପ୍ସ ୨.୦ ର ଆକର୍ଷଣ ସାଜିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ଭୁବନେଶ୍ବରଭିତ୍ତିକ ମଲ୍ଟିନେସନାଲ ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜି ଦ୍ବାରା ରାଜଧାନୀରେ ଆୟୋଜିତ ସର୍ବବୃହତ ସ୍କୁଲ କ୍ବିଜ, ଦ୍ବିତୀୟ ସଂସ୍କରଣ ସିଏସ୍‌ଏମ୍‌ ସିନାପ୍ସ (ସିନାପ୍ସ ୨.୦) ରେ ଓଲିଉଡ୍‌ ସିନେଷ୍ଟାର୍‌ ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ। ଓଡ଼ିଆ ସିନେ ଶିଳ୍ପର ଏହି ଲୋକପ୍ରିୟ ଅଭିନେତା କ୍ବିଜ ପ୍ରତିଯୋଗିତା ଅବସରରେ ଉପସ୍ଥିତ ରହି କ୍ବିଜ୍ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସିଏସ୍‌ଏମ୍‌ ସିନାପ୍ସ ୨.୦କୁ ଜଣାଶୁଣା କ୍ବିଜ୍‌ ମାଷ୍ଟର ଶ୍ରୀ ଆଦିତ୍ୟନାଥ ମୁବାୟୀ ପରିଚାଳନା କରିଥିଲେ। ଚଳିତ ବର୍ଷ ୨୯ଟି ସ୍କୁଲର ୨୦୮ ଜଣ ଛାତ୍ରଛାତ୍ରୀ (୧୦୪ଟି ଟିମ୍) କ୍ବିଜରେ ଅଂଶଗ୍ରହଣ କରି ଏହାକୁ ଅଧିକ ଚଳଚଞ୍ଚଳ କରିଥିଲେ । ଭୁବନେଶ୍ବର, କଟକ ଓ ଜଟଣୀ ଅଞ୍ଚଳର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଏହି କ୍ବିଜରେ ଭାଗ ନେଇଥିଲେ। କ୍ବିଜରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟିମ୍‌ ବିଜୟୀ ହୋଇଥିବା ବେଳେ ମଦର୍ସ ପବ୍ଲିକ୍ ସ୍କୁଲର ଟିମ୍‌ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ।

ସିଏସ୍‌ଏମ୍‌ ଟେକ୍ନୋଲୋଜିର ଚିଫ୍‌ ଫାଇନାନ୍ସିଆଲ ଅଫିସର (ସିଏଫ୍‌ଓ) ଶ୍ରୀ ମନୋଜ ପାତ୍ର ଏବଂ ଚିଫ୍‌ ଟେକ୍ନୋଲୋଜି ଅଫିସର (ସିଟିଓ) ଶ୍ରୀ ପ୍ରଦ୍ୟୁତ ମୋହନ ଦାଶଙ୍କ ଉପସ୍ଥିତିରେ ଅଭିନେତା ସବ୍ୟସାଚୀ ବିଜୟୀ ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ।

ଏ ଅବସରରେ ସିଏସ୍‌ଏମ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟଦର୍ଶୀ ନାନୁ ପାଣି କହିଥିଲେ, ‘‘ଆଗ୍ରହୀ ତଥା ଦକ୍ଷ ଯୁବ ପ୍ରତିଭାଙ୍କୁ ସେମାନଙ୍କ କ୍ବିଜ ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ସହରର ଏହି ସର୍ବବୃହତ ସ୍କୁଲ କ୍ବିଜ ହେଉଛି ଏକ ବଡ଼ ସୁଯୋଗ। ଏଥିଲାଗି ଆମେ କ୍ବିଜ ପ୍ରତି ବିଶେଷ ଆଗ୍ରହ ରଖିଥିବା ତଥା ପ୍ରତିଯୋଗିତାକୁ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା ସହ ଆମୋଦାୟକ କରୁଥିବା ପ୍ଲାଟଫର୍ମ କ୍ବିଜକ୍ରାଫ୍ଟ ଗ୍ଲୋବାଲ ସହ ସହଭାଗିତା କରି ଆମେ ବେଶ୍‌ ଆନନ୍ଦିତ।

ଆଜିର ଚାଟଜିଟିପି ଯୁଗରେ, ଏଭଳି କାର୍ଯ୍ୟକ୍ରମ ଜରିଆରେ ଆଗ୍ରହୀ ତଥା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଯୁବ ମସ୍ତିଷ୍କକୁ ଅଧିକ ଚିନ୍ତାଶୀଳ, ରଚନାତ୍ମକ ଓ ବିନୋଦଦାୟକ କରିବାକୁ ସିଏସଏମ୍‌ ଟେକ୍ନୋଲୋଜି ଲକ୍ଷ୍ୟ ରଖିଛି। ଆଗାମୀ ସଂସ୍କରଣ ସିନାପ୍ସରେ ଆମେ ଏହାକୁ ଆହୁରି ଅଧିକରୁ ଅଧିକ ସ୍କୁଲକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛୁ। ପ୍ରତିବର୍ଷ ଏହି କ୍ବିଜ୍ ଅଧିକ ବିଶାଳ ଓ ଉତ୍ତମ ହେବ।’’

ଆଜି ଆୟୋଜିତ ହୋଇଥିବା କ୍ବିଜରେ ଭୁବନେଶ୍ବର ଓ କଟକର ଡିଏଭି ପବ୍ଲିକ୍‌ ସ୍କୁଲ, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ, କଳିଙ୍ଗ, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ, ଲୟୋଲା ଇଣ୍ଟରନ୍ୟାସନାଲ ସ୍କୁଲ, ମଦର୍ସ ପବ୍ଲିକ୍‌ ସ୍କୁଲ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଏସସିବି ମେଡିକାଲ ପବ୍ଲିକ୍‌ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬ଟି ଟିମ୍‌ ଫାଇନାଲ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ।

୨୦୨୨ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଭଳି ଦ୍ବିତୀୟ ସଂସ୍କରଣ ସିନାପ୍ସକୁ ମଧ୍ୟ କ୍ବିଜ୍‌କ୍ରାଫ୍ଟ ଗ୍ଲୋବାଲ ଆୟୋଜନ କରିଥିଲା। କ୍ବିଜକ୍ରାଫ୍ଟ ଗ୍ଲୋବାଲ ଭାରତର ସବୁଠୁ ଜଣାଶୁଣା କ୍ବିଜ ମାଷ୍ଟର ତଥା କୌନ ବନେଗା କରୋଡ୍‌ପତି ଓ ମାଷ୍ଟରମାଇଣ୍ଡର ରିସର୍ଜ୍ଜ ହେଡ୍‌ ରହିଥିବା ଶ୍ରୀ ଆଦିତ୍ୟନାଥ ମୁବାୟୀଙ୍କ ଦ୍ବାରା ପରିଚାଳିତ। ଏହାଛଡ଼ା ସେ ସ୍ବିଡେନ୍‌ ଇଣ୍ଡିଆ ନୋବେଲ ମେମୋରିଆଲ କ୍ବିଜର କ୍ବିଜ ମାଷ୍ଟର ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ଚଳିତ ବର୍ଷ ସିନାପ୍ସର ଥିମ୍‌ ଥିଲା ସାଧାରଣ ଜ୍ଞାନ।

CSM ସବ୍ୟସାଚୀ ମିଶ୍ର ସିଏସଏମ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.