Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସିଏସ୍ଏମ୍ ଟେକ୍ନୋଲୋଜି ଜିତିଲା ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍ ଆୱାର୍ଡ ବିଜୟୀ ହୋଇଛି।

ବିକାଶଶୀଳ ଉଦ୍ୟୋଗ ଦ୍ଵାରା ସର୍ବୋତମ ଉତ୍ପାଦ ଓ ସେବା ବର୍ଗରେ ସିଏସ୍ଏମ୍ ଟେକ୍ନୋଲୋଜି ବେଷ୍ଟ ଏମର୍ଜିଂ ବିଜିନେସ୍ ଇନ୍ ଲଣ୍ଠିଆ ପୁରସ୍କାର ବିଜୟୀ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ବିଡବ୍ଲ୍ୟୁ ବିଜିନେସ୍ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରାଙ୍କଠାରୁ ସିଏସ୍ଏମ୍ ଟେକ୍ନୋଲୋଜିର ମାର୍କେଟିଂ କମ୍ୟୁନିକେସନ ସ୍ପେସାଲିଷ୍ଟ ତପସ୍ବିନୀ ସ୍ଵାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ସଫଳତା ସମ୍ପର୍କରେ ମତପୋଷଣ କରି ସିଏସ୍ଏମ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, “ସିଏସ୍ଏମ୍ ଟେକ୍ନୋଲୋଜିର ସମସ୍ତ ସଦସ୍ୟଙ୍କ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ଡିଜିଟାଲ ଗଭର୍ଣ୍ଣନ୍ସ କ୍ଷେତ୍ରରେ କମ୍ପାନି ଏକ ଅଗ୍ରଦୂତ ସାଜିଛି। ଆମର ସଲ୍ୟୁସନଗୁଡ଼ିକ ନାଗରିକ କୈନ୍ଦ୍ରୀକ ଡେଲିଭରୀ, ଗ୍ରାହକ ବିଶ୍ଵାସ ଓ ବ୍ୟବସାୟ ପ୍ରକ୍ରିୟା ରିଇଞ୍ଜିନିୟରିଂରେ ନୂଆ ଉଦାହରଣ ସୃଷ୍ଟି କରିଛି। ବିଜିନେସ ୱାର୍ଲ୍ଡ ଭଳି ଏକ ଜାତୀୟସ୍ତରର ସମ୍ମାନଜନକ ମିଡିଆ ହାଉସ୍ ପକ୍ଷରୁ ମିଳିଥିବା ଏ ହିଁ ସ୍ବୀକୃତି ଆଗାମୀ ଦିନରେ ଆମକୁ ବ୍ୟାପକରୁ ବ୍ୟାପକ ସୃଜନଶୀଳତା ଆଣିବା ଦିଗରେ ପ୍ରୋତ୍ସାହିତ କରିବ।”

ବିଜେତାମାନଙ୍କୁ ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଡକ୍ଟର ଅରବିନ୍ଦ ଗୁପ୍ତା, ଇଣ୍ଡିଆ ଏସ୍ଏମ୍ଇ ଫୋରମର ମହାନିର୍ଦ୍ଦେଶକ ସୁଷମା ମୋର୍ଥାନିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ପୋରେଟ ଆକାଉଂଟସ ଗ୍ରୁପ୍ର ଉପ ପରିଚାଳନା ନିର୍ଦ୍ଦେଶକ ସୁନିଲ ଶ୍ରୀବାସ୍ତବଙ୍କ ଭଳି ଜଣାଶୁଣା ଶିଳ୍ପ ବିଶେଷଜ୍ଞ ଓ ବ୍ୟବସାୟିକ ନେତୃବୃନ୍ଦ ଚୟନ କରିଛନ୍ତି।

ବିଡବ୍ଲ୍ୟୁ ବିଜନେସ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ୍-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରା କହିଛନ୍ତି, “ମହାମାରୀ ପରବର୍ତୀ ସମୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ସର୍ବୋତମ ଅଭିବୃଦ୍ଧି ଇଞ୍ଜିନରେ ପରିଣତ ହୋଇଥିଲା, ଯାହାକି ନିକଟ ଅତୀତରେ ବେଶ ଉନ୍ନତି ପରିଲକ୍ଷିତ କରିଛି ଏବଂ ନିଜର ପାରମ୍ପରିକ ପଦ୍ଧତିରୁ ଟେକ୍ନୋଲୋଜି ପରିଚାଳିତ ହୋଇଛି।

ବର୍ତମାନ ଏମ୍ଏସ୍ଏମଇ କ୍ଷେତ୍ର ଦେଶର କ୍ଷମତା ବୃଦ୍ଧି ସହ ଭାରତକୁ ନିଜର ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲକ୍ଷ୍ୟ ଦିଗରେ ନେବାରେ ଏକ ପ୍ରମୁଖ ଚାଳକ ଭାବେ କାମ କରିବ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ହେଉଛି ଭାରତର ଏସ୍ଏମଇଗୁଡ଼ିକର କଠିନ ପରିଶ୍ରମ ଓ ନିଷ୍ଠାପରତାର ସମ୍ମାନଜନକ ସ୍ବୀକୃତି। ଏମାନେ ଭାରତୀୟ ଅର୍ଥନୀତିର ସୁଦୃଢ଼ତା ଓ ପୁନଃଉତଥାନର ପ୍ରତୀକ।” ଏହି ପୁରସ୍କାର ସମାରୋହରେ ବିଜିନେସ ଲିଡର, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୫୦୦ରୁ ଅଧିକ ଅତିଥି ଯୋଗଦାନ କରିଥିଲେ।

Categories
ଆଜିର ଖବର ମନୋରଂଜନ ସିନେମା

ସିଏସ୍‌ଏମ୍‌ ସିନାପ୍ସ ୨.୦ ର ଆକର୍ଷଣ ସାଜିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ

ଭୁବନେଶ୍ବର: ଭୁବନେଶ୍ବରଭିତ୍ତିକ ମଲ୍ଟିନେସନାଲ ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜି ଦ୍ବାରା ରାଜଧାନୀରେ ଆୟୋଜିତ ସର୍ବବୃହତ ସ୍କୁଲ କ୍ବିଜ, ଦ୍ବିତୀୟ ସଂସ୍କରଣ ସିଏସ୍‌ଏମ୍‌ ସିନାପ୍ସ (ସିନାପ୍ସ ୨.୦) ରେ ଓଲିଉଡ୍‌ ସିନେଷ୍ଟାର୍‌ ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ। ଓଡ଼ିଆ ସିନେ ଶିଳ୍ପର ଏହି ଲୋକପ୍ରିୟ ଅଭିନେତା କ୍ବିଜ ପ୍ରତିଯୋଗିତା ଅବସରରେ ଉପସ୍ଥିତ ରହି କ୍ବିଜ୍ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

ସିଏସ୍‌ଏମ୍‌ ସିନାପ୍ସ ୨.୦କୁ ଜଣାଶୁଣା କ୍ବିଜ୍‌ ମାଷ୍ଟର ଶ୍ରୀ ଆଦିତ୍ୟନାଥ ମୁବାୟୀ ପରିଚାଳନା କରିଥିଲେ। ଚଳିତ ବର୍ଷ ୨୯ଟି ସ୍କୁଲର ୨୦୮ ଜଣ ଛାତ୍ରଛାତ୍ରୀ (୧୦୪ଟି ଟିମ୍) କ୍ବିଜରେ ଅଂଶଗ୍ରହଣ କରି ଏହାକୁ ଅଧିକ ଚଳଚଞ୍ଚଳ କରିଥିଲେ । ଭୁବନେଶ୍ବର, କଟକ ଓ ଜଟଣୀ ଅଞ୍ଚଳର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଏହି କ୍ବିଜରେ ଭାଗ ନେଇଥିଲେ। କ୍ବିଜରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟିମ୍‌ ବିଜୟୀ ହୋଇଥିବା ବେଳେ ମଦର୍ସ ପବ୍ଲିକ୍ ସ୍କୁଲର ଟିମ୍‌ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ।

ସିଏସ୍‌ଏମ୍‌ ଟେକ୍ନୋଲୋଜିର ଚିଫ୍‌ ଫାଇନାନ୍ସିଆଲ ଅଫିସର (ସିଏଫ୍‌ଓ) ଶ୍ରୀ ମନୋଜ ପାତ୍ର ଏବଂ ଚିଫ୍‌ ଟେକ୍ନୋଲୋଜି ଅଫିସର (ସିଟିଓ) ଶ୍ରୀ ପ୍ରଦ୍ୟୁତ ମୋହନ ଦାଶଙ୍କ ଉପସ୍ଥିତିରେ ଅଭିନେତା ସବ୍ୟସାଚୀ ବିଜୟୀ ଟିମ୍‌କୁ ପୁରସ୍କାର ପ୍ରଦାନ କରିଥିଲେ।

ଏ ଅବସରରେ ସିଏସ୍‌ଏମ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟଦର୍ଶୀ ନାନୁ ପାଣି କହିଥିଲେ, ‘‘ଆଗ୍ରହୀ ତଥା ଦକ୍ଷ ଯୁବ ପ୍ରତିଭାଙ୍କୁ ସେମାନଙ୍କ କ୍ବିଜ ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ସହରର ଏହି ସର୍ବବୃହତ ସ୍କୁଲ କ୍ବିଜ ହେଉଛି ଏକ ବଡ଼ ସୁଯୋଗ। ଏଥିଲାଗି ଆମେ କ୍ବିଜ ପ୍ରତି ବିଶେଷ ଆଗ୍ରହ ରଖିଥିବା ତଥା ପ୍ରତିଯୋଗିତାକୁ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା ସହ ଆମୋଦାୟକ କରୁଥିବା ପ୍ଲାଟଫର୍ମ କ୍ବିଜକ୍ରାଫ୍ଟ ଗ୍ଲୋବାଲ ସହ ସହଭାଗିତା କରି ଆମେ ବେଶ୍‌ ଆନନ୍ଦିତ।

ଆଜିର ଚାଟଜିଟିପି ଯୁଗରେ, ଏଭଳି କାର୍ଯ୍ୟକ୍ରମ ଜରିଆରେ ଆଗ୍ରହୀ ତଥା ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଯୁବ ମସ୍ତିଷ୍କକୁ ଅଧିକ ଚିନ୍ତାଶୀଳ, ରଚନାତ୍ମକ ଓ ବିନୋଦଦାୟକ କରିବାକୁ ସିଏସଏମ୍‌ ଟେକ୍ନୋଲୋଜି ଲକ୍ଷ୍ୟ ରଖିଛି। ଆଗାମୀ ସଂସ୍କରଣ ସିନାପ୍ସରେ ଆମେ ଏହାକୁ ଆହୁରି ଅଧିକରୁ ଅଧିକ ସ୍କୁଲକୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛୁ। ପ୍ରତିବର୍ଷ ଏହି କ୍ବିଜ୍ ଅଧିକ ବିଶାଳ ଓ ଉତ୍ତମ ହେବ।’’

ଆଜି ଆୟୋଜିତ ହୋଇଥିବା କ୍ବିଜରେ ଭୁବନେଶ୍ବର ଓ କଟକର ଡିଏଭି ପବ୍ଲିକ୍‌ ସ୍କୁଲ, ଦିଲ୍ଲୀ ପବ୍ଲିକ୍‌ ସ୍କୁଲ, କଳିଙ୍ଗ, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ, ଲୟୋଲା ଇଣ୍ଟରନ୍ୟାସନାଲ ସ୍କୁଲ, ମଦର୍ସ ପବ୍ଲିକ୍‌ ସ୍କୁଲ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଓଡିଏମ୍‌ ପବ୍ଲିକ୍‌ ସ୍କୁଲ, ଏସସିବି ମେଡିକାଲ ପବ୍ଲିକ୍‌ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬ଟି ଟିମ୍‌ ଫାଇନାଲ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ।

୨୦୨୨ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଭଳି ଦ୍ବିତୀୟ ସଂସ୍କରଣ ସିନାପ୍ସକୁ ମଧ୍ୟ କ୍ବିଜ୍‌କ୍ରାଫ୍ଟ ଗ୍ଲୋବାଲ ଆୟୋଜନ କରିଥିଲା। କ୍ବିଜକ୍ରାଫ୍ଟ ଗ୍ଲୋବାଲ ଭାରତର ସବୁଠୁ ଜଣାଶୁଣା କ୍ବିଜ ମାଷ୍ଟର ତଥା କୌନ ବନେଗା କରୋଡ୍‌ପତି ଓ ମାଷ୍ଟରମାଇଣ୍ଡର ରିସର୍ଜ୍ଜ ହେଡ୍‌ ରହିଥିବା ଶ୍ରୀ ଆଦିତ୍ୟନାଥ ମୁବାୟୀଙ୍କ ଦ୍ବାରା ପରିଚାଳିତ। ଏହାଛଡ଼ା ସେ ସ୍ବିଡେନ୍‌ ଇଣ୍ଡିଆ ନୋବେଲ ମେମୋରିଆଲ କ୍ବିଜର କ୍ବିଜ ମାଷ୍ଟର ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ଚଳିତ ବର୍ଷ ସିନାପ୍ସର ଥିମ୍‌ ଥିଲା ସାଧାରଣ ଜ୍ଞାନ।