Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଏସ୍ଏମ୍ ଟେକ୍ନୋଲୋଜି ଜିତିଲା ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ
ଜାତୀୟ ଖବର

ସିଏସ୍ଏମ୍ ଟେକ୍ନୋଲୋଜି ଜିତିଲା ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ

August 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
CSM
ସିଏସ୍ଏମ୍ ଟେକ୍ନୋଲୋଜି ଜିତିଲା ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍ ଆୱାର୍ଡ ବିଜୟୀ ହୋଇଛି।

ବିକାଶଶୀଳ ଉଦ୍ୟୋଗ ଦ୍ଵାରା ସର୍ବୋତମ ଉତ୍ପାଦ ଓ ସେବା ବର୍ଗରେ ସିଏସ୍ଏମ୍ ଟେକ୍ନୋଲୋଜି ବେଷ୍ଟ ଏମର୍ଜିଂ ବିଜିନେସ୍ ଇନ୍ ଲଣ୍ଠିଆ ପୁରସ୍କାର ବିଜୟୀ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ଉତ୍ସବରେ ବିଡବ୍ଲ୍ୟୁ ବିଜିନେସ୍ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରାଙ୍କଠାରୁ ସିଏସ୍ଏମ୍ ଟେକ୍ନୋଲୋଜିର ମାର୍କେଟିଂ କମ୍ୟୁନିକେସନ ସ୍ପେସାଲିଷ୍ଟ ତପସ୍ବିନୀ ସ୍ଵାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ସଫଳତା ସମ୍ପର୍କରେ ମତପୋଷଣ କରି ସିଏସ୍ଏମ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି, “ସିଏସ୍ଏମ୍ ଟେକ୍ନୋଲୋଜିର ସମସ୍ତ ସଦସ୍ୟଙ୍କ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ଡିଜିଟାଲ ଗଭର୍ଣ୍ଣନ୍ସ କ୍ଷେତ୍ରରେ କମ୍ପାନି ଏକ ଅଗ୍ରଦୂତ ସାଜିଛି। ଆମର ସଲ୍ୟୁସନଗୁଡ଼ିକ ନାଗରିକ କୈନ୍ଦ୍ରୀକ ଡେଲିଭରୀ, ଗ୍ରାହକ ବିଶ୍ଵାସ ଓ ବ୍ୟବସାୟ ପ୍ରକ୍ରିୟା ରିଇଞ୍ଜିନିୟରିଂରେ ନୂଆ ଉଦାହରଣ ସୃଷ୍ଟି କରିଛି। ବିଜିନେସ ୱାର୍ଲ୍ଡ ଭଳି ଏକ ଜାତୀୟସ୍ତରର ସମ୍ମାନଜନକ ମିଡିଆ ହାଉସ୍ ପକ୍ଷରୁ ମିଳିଥିବା ଏ ହିଁ ସ୍ବୀକୃତି ଆଗାମୀ ଦିନରେ ଆମକୁ ବ୍ୟାପକରୁ ବ୍ୟାପକ ସୃଜନଶୀଳତା ଆଣିବା ଦିଗରେ ପ୍ରୋତ୍ସାହିତ କରିବ।”

ବିଜେତାମାନଙ୍କୁ ଡିଜିଟାଲ ଇଣ୍ଡିଆ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ଡକ୍ଟର ଅରବିନ୍ଦ ଗୁପ୍ତା, ଇଣ୍ଡିଆ ଏସ୍ଏମ୍ଇ ଫୋରମର ମହାନିର୍ଦ୍ଦେଶକ ସୁଷମା ମୋର୍ଥାନିଆ, ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ପୋରେଟ ଆକାଉଂଟସ ଗ୍ରୁପ୍ର ଉପ ପରିଚାଳନା ନିର୍ଦ୍ଦେଶକ ସୁନିଲ ଶ୍ରୀବାସ୍ତବଙ୍କ ଭଳି ଜଣାଶୁଣା ଶିଳ୍ପ ବିଶେଷଜ୍ଞ ଓ ବ୍ୟବସାୟିକ ନେତୃବୃନ୍ଦ ଚୟନ କରିଛନ୍ତି।

ବିଡବ୍ଲ୍ୟୁ ବିଜନେସ ୱାର୍ଲ୍ଡ ଗ୍ରୁପର ଅଧ୍ୟକ୍ଷ ତଥା ଏଡିଟର-ଇନ୍-ଚିଫ୍ ଏବଂ exchange4media ଗ୍ରୁପର ପ୍ରତିଷ୍ଠାତା ତଥା ଏଡିଟର-ଇନ୍-ଚିଫ୍ ଡକ୍ଟର ଅନୁରାଗ ବାତ୍ରା କହିଛନ୍ତି, “ମହାମାରୀ ପରବର୍ତୀ ସମୟରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ସର୍ବୋତମ ଅଭିବୃଦ୍ଧି ଇଞ୍ଜିନରେ ପରିଣତ ହୋଇଥିଲା, ଯାହାକି ନିକଟ ଅତୀତରେ ବେଶ ଉନ୍ନତି ପରିଲକ୍ଷିତ କରିଛି ଏବଂ ନିଜର ପାରମ୍ପରିକ ପଦ୍ଧତିରୁ ଟେକ୍ନୋଲୋଜି ପରିଚାଳିତ ହୋଇଛି।

ବର୍ତମାନ ଏମ୍ଏସ୍ଏମଇ କ୍ଷେତ୍ର ଦେଶର କ୍ଷମତା ବୃଦ୍ଧି ସହ ଭାରତକୁ ନିଜର ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲକ୍ଷ୍ୟ ଦିଗରେ ନେବାରେ ଏକ ପ୍ରମୁଖ ଚାଳକ ଭାବେ କାମ କରିବ ବୋଲି ଆଶା କରାଯାଉଛି। ଏହି ପୁରସ୍କାର ହେଉଛି ଭାରତର ଏସ୍ଏମଇଗୁଡ଼ିକର କଠିନ ପରିଶ୍ରମ ଓ ନିଷ୍ଠାପରତାର ସମ୍ମାନଜନକ ସ୍ବୀକୃତି। ଏମାନେ ଭାରତୀୟ ଅର୍ଥନୀତିର ସୁଦୃଢ଼ତା ଓ ପୁନଃଉତଥାନର ପ୍ରତୀକ।” ଏହି ପୁରସ୍କାର ସମାରୋହରେ ବିଜିନେସ ଲିଡର, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ୫୦୦ରୁ ଅଧିକ ଅତିଥି ଯୋଗଦାନ କରିଥିଲେ।

CSM ସିଏସଏମ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.