Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ୫ଜି ଏମ୍‌ଏମ୍ ୱେଭ ସ୍ପେକ୍ଟ୍ରମ୍ ଆଧାରିତ ସେବା ଶୁଭାରମ୍ଭ, ଉଦ୍ୟୋଗକୁ ଆହୁରି କରିବ ସକ୍ଷମ
ଆଜିର ଖବର

ଜିଓ ପକ୍ଷରୁ ୫ଜି ଏମ୍‌ଏମ୍ ୱେଭ ସ୍ପେକ୍ଟ୍ରମ୍ ଆଧାରିତ ସେବା ଶୁଭାରମ୍ଭ, ଉଦ୍ୟୋଗକୁ ଆହୁରି କରିବ ସକ୍ଷମ

August 15, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରେ ସବୁ ଲାଇସେନ୍ସ ସେବା କ୍ଷେତ୍ରରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା ସର୍ତ୍ତକୁ ପୂରଣ କରିଛି । ୨୦୨୩ ଅଗଷ୍ଟ ୧୭ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସ୍ପେକ୍ଟ୍ରମ୍ ନେବା ବେଳେ ଜିଓ ପ୍ରତିଶ୍ରୁତି ଦେଇଥିଲା । ସେହି ଲକ୍ଷ୍ୟକୁ ସମୟ ସୀମା ଶେଷ ହେବା ପୂର୍ବରୁ ଜିଓ ହାସଲ କରିଛି ।

୨୦୨୩ ଜୁଲାଇ ୧୯ରେ ଏହି ଆବଶ୍ୟକତାର ପ୍ରଥମ ପର୍ଯ୍ୟାୟକୁ ଜିଓ ପୂରଣ କରିଥିଲା ଏବଂ ଅଗଷ୍ଟ ୧୧ରେ ଟେଲିକମ୍ ବିଭାଗ ପକ୍ଷରୁ ସବୁ ସର୍କଲ୍‌ରେ ତାହାର ପରୀକ୍ଷଣ କରାଯାଇଥିଲା ।

ଲୋ ବ୍ୟାଣ୍ଡ୍‌, ମିଡ୍ ବ୍ୟାଣ୍ଡ୍ ଓ ଏମ୍‌ଏମ୍ ୱେଭ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍‌ର ସମିଶ୍ରଣକୁ ଜିଓ ହାସଲ କରିଛି ଏବଂ ସମୃଦ୍ଧ ଫାଇବର୍ ନେଟ୍‌ୱର୍କ ଓ ସ୍ୱଦେଶୀ ପ୍ରଯୁକ୍ତିରେ ପ୍ରସ୍ତୁତ ନେଟ୍‌ୱର୍କକୁ ଯୋଡ଼ାଯାଇଥିବାରୁ ସମସ୍ତ ନାଗରିକଙ୍କ ପାଖରେ ୫ଜି ସେବା ଉପଲବ୍ଧ କରାଇବା ଲାଗି ଜିଓ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ତାହା ସହାୟକ ହେବ ।

ଜିଓର ସ୍ପେକ୍ଟ୍ରମ୍ ଉପସ୍ଥିତି ସାରା ଦେଶରେ ସବୁଠୁ ଦୃଢ଼ । ମିଲିମିଟର ୱେଭ (୨୬ ଗିଗାହର୍ଜ) ବ୍ୟାଣ୍ଡ୍‌ରେ ଜିଓ ପାଖରେ ସମସ୍ତ ୨୨ ସର୍କଲ୍‌ରେ ୧୦୦୦ ମେଗାହର୍ଜ ଉପଲବ୍ଧ ରହିଛି । ଏହା ଜରିଆରେ ଜିଓ ବ୍ୟବସାୟିକ ତଥା ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକୁ ଦମଦାର ସେବା ପ୍ରଦାନ କରିପାରିବ ଏବଂ ଏଥି ସହିତ ଉଚ୍ଚ କୋଟିର ଷ୍ଟ୍ରିମିଂ ସେବା ମଧ୍ୟ ପ୍ରଦାନ କରିପାରିବ ।

ଦୁନିଆର ସବୁଠୁ ଦ୍ରୁତ ଗତିର ୫ଜି ସେବା ଶୁଭାରମ୍ଭ କାର୍ଯ୍ୟକୁ ସଫଳ କରିବା ଲାଗି ଜିଓର ଇଞ୍ଜିନିୟରମାନେ ଦିନରାତି କାମ କରୁଛନ୍ତି । ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ “ଆଜାଦୀ ର ଅମୃତକାଳ’ରେ ଜିଓ ପକ୍ଷରୁ ଦେଶବାସୀଙ୍କ ପ୍ରତି ଏମ୍‌ଏମ୍ ୱେଭ ଆଧାରିତ ଜିଓ ଟ୍ରୁ-୫ଜି ବିଜନେସ୍ କନେକ୍ଟିଭିଟି ସେବାକୁ ସମର୍ପିତ କରାଯାଉଛି ।

ଜିଓର ବିଶ୍ୱାସ ରହିଛି ଯେ ଏମ୍‌ଏମ୍ ୱେଭ ସ୍ପେକ୍ଟ୍ରମ୍ ସହିତ ଷ୍ଟାଣ୍ଡ୍ ଏଲୋନ୍ ପ୍ରଯୁକ୍ତିକୁ ନେଇ ଏହା ଲକ୍ଷ ଲକ୍ଷ କ୍ଷୁଦ୍ର, ମଧ୍ୟମ ଓ ବଡ଼ ସଂସ୍ଥାଗୁଡ଼ିକୁ ୫ଜିର ବ୍ୟବସାୟିକ ସଂଯୋଗ ପ୍ରଦାନ କରିପାରିବ ।

ଏହି ଅବସରରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶ୍ରୀ ଆକାଶ ଅମ୍ବାନି କହିଛନ୍ତି ଯେ, “ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରିବା ଲାଗି ଭାରତ ସରକାର, ଟେଲିକମ୍ ବିଭାଗ ଓ ଦେଶର ୧୪୦ରୁ ଅଧିକ ଲୋକଙ୍କୁ ଆମେ ପ୍ରତିଶ୍ରୁତି ଦେଇଥିଲୁ । ଆଜି ଆମେ ଗର୍ବର ସହିତ କହିପାରିବୁ ଯେ ଦୁନିଆର ସବୁଠୁ ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରି ଆମେ ଭାରତକୁ ଅଗ୍ରଣୀ ସ୍ଥାନରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛୁ । ଏଥି ସହିତ ଆମେ ୫ଜିର ସମ୍ପ୍ରସାରଣ ସର୍ତ୍ତକୁ ପୂରଣ କରିବାର ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିଛୁ ।

ଗତବର୍ଷ ଅଗଷ୍ଟ ୫ରେ ଆମକୁ ୫ଜି ସ୍ପେକ୍ଟ୍ରମ୍ ମିଳିଥିଲା । ସେହି ଦିନଠାରୁ ଆମ ଟିମ୍ ଦିନରାତି କାମ କରି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର କୋଣ ଅନୁକୋଣରେ ଥିବା ସବୁ ନାଗରିକଙ୍କ ପାଖରେ ୫ଜି ସେବା ପହଞ୍ଚାଇବା ଉଦ୍ୟମ କରୁଛି । ଏହା ହେଉଛି ଦୁନିଆର ସବୁଠୁ ଦ୍ରୁତ ଗତିିର ୫ଜି ସେବା ଶୁଭାରମ୍ଭ ଯାହା ଭାରତକୁ ବିଶ୍ୱ ୫ଜି ମାନଚିତ୍ରରେ ଏକ ଅଗ୍ରଣୀ ସ୍ଥାନ ପ୍ରଦାନ କରିବ ।

୫ଜି ଏମ୍‌ଏମ୍ ୱେଭର ଅର୍ଥ ହେଉଛି ଅଧିକ ବ୍ୟାଣ୍ଡ୍‌ୱିଡ୍‌ଥ ଓ କମ୍ ଲାଟେନ୍‌ସି । ମୋଟ ଉପରେ ଏହା ହେଉଛି ଏକ ଉତ୍ତମ ଇଣ୍ଟରନେଟ ଅନୁଭବ । ନୂତନ ପ୍ରଯୁକ୍ତି ଓ ଅତ୍ୟାଧୁନିକ ଆପ୍ ଉପରେ କାମ କରୁଥିବା ଉଦ୍ୟୋଗ ଏବେ ହୃଦୟଙ୍ଗମ କରିପାରିବେ ଯେ ଜିଓ ଏବେ ଯେଉଁ ଅନୁଭବ ପ୍ରଦାନ କରୁଛି ପୂର୍ବ ନେଟ୍‌ୱର୍କ ତାହା ସହ ତୁଳନୀୟ ନଥିଲା । ଏମ୍‌ଏମ୍ ୱେଭ ସମାଧାନରେ ଲିଜ୍ ଲାଇନ୍ ସେବା ବ୍ୟବସାୟରେ ବୃଦ୍ଧି ଘଟିବ, କାରଣ ଜିଓ ଉନ୍ନତ ଫିକ୍ସଡ୍ ଲାଇନ୍ ସେବା ପ୍ରଦାନ କରି ଲକ୍ଷ ଲକ୍ଷ ଛୋଟ ଓ ମଧ୍ୟମ ଉଦ୍ୟୋଗକୁ ଦୃଢ଼ ସଂଯୋଗ ଓ ଦମଦାର ପ୍ରଦର୍ଶନର ଶୁଭାରମ୍ଭ କରିବ । ଆପଣମାନେ ଏହା ଜାଣି ଖୁସି ହେବେ ଯେ ଏହି ସ୍ପେକ୍ଟ୍ରମ୍ ୨ ଜିବିପିଏସ୍‌ର ଅଲ୍‌ଟ୍ରା ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ପ୍ରଦାନ କରିବ ।’’

ରିଲାଏନ୍ସ ଜିଓ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.