Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସର ନୂଆ କମିଟ, କାହାକୁ ଏବଂ କାହିଁକି ମନୋନିତ କଲେ ସଭାପତି ଖାର୍ଗେ
ଜାତୀୟ ଖବର

କଂଗ୍ରେସର ନୂଆ କମିଟ, କାହାକୁ ଏବଂ କାହିଁକି ମନୋନିତ କଲେ ସଭାପତି ଖାର୍ଗେ

August 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଦଳ ଆଜି ତାହାର ସର୍ବୋଚ୍ଚ କର୍ମକର୍ତ୍ତା ସଦସ୍ୟଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ଭାବେ ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚିତ ହେବା ପରେ ସେ ଏହି ନୂଆ କମିଟ ଗଠନ କରିଛନ୍ତି। ଏହି ବର୍ଷ ଶେଷରେ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ତାପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସହ ଅନ୍ୟ କମିଟ ଘୋଷଣା କରାଯାଇଛି।

ତେବେ ଏହି କମିଟରେ କଂଗ୍ରେସ ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସିଡବ୍ଲୁସିରେ ସ୍ଥାନିତ କରାଯାଇଛି। ସେହିପରି କଂଗ୍ରେସ ସଭାପତି ପାଇଁ ଖାର୍ଗେ ସହ ଲଢେଇ କରିଥିବା ଶଶି ଥରୁର ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ସେହିପରି ଦୀପା ଦାସ ମୁନ୍ସି ଏବଂ ସୟଦ ନାସିର ହୁସେନଙ୍କୁ ସିଡବ୍ଲୁସିରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି।

ଶ୍ରୀମତୀ ଦାଶ ମୁନସି ପଶ୍ଚିମବଙ୍ଗର ପୂର୍ବତନ ସାଂସଦ ତଥା ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ପ୍ରିୟ ରଂଜନ ଦାସ ମୁନସିଙ୍କ ପତ୍ନୀ। ସେହିପରି ଶ୍ରୀମତୀ ହୁସେନ୍ ଜଣେ ରାଜ୍ୟସଭା ସଦସ୍ୟ ଯିଏକି ପୂର୍ବରୁ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ କାର୍ଯ୍ୟ କରିଥିଲେ।

ଶଶି ଥରୁର ତାଙ୍କର ଟୁଇଟରରେ ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କୁ ମନୋନୀତ କରାଯାଇଥିବାରୁ ଦଳର ସଭାପତିଙ୍କ ଏହି ନିଷ୍ପତ୍ତି ତାଙ୍କୁ ସମ୍ମାନିତ କରିଛି। ସେ କହିଛନ୍ତି ଯେ ଏହି କମିଟରେ ମୋତେ ସାମିଲ କରିଥିବାରୁ ସଭାପତିଙ୍କୁ ଧନ୍ୟବାଦ ଜଣାଉଛି।

ନୂଆ କମିଟକୁ ନେଇ ପୂର୍ବରୁ ଦଳର ସାଧାରଣ ସଂଗଠନ ସମ୍ପାଦକ କେ ସି ଭେନୁଗୋପାଲ କହିଥିଲେ ଯେ ଦଳର ନୂଆ କର୍ମକର୍ତ୍ତାଙ୍କ ବୟସ ପଚାଶ ବର୍ଷରୁ କମ୍ ହେବ। ହେଲେ ବର୍ତ୍ତମାନ ମୋଟ 39 ଜଣ ସିଡବ୍ଲ୍ୟୁସି ସଦସ୍ୟଙ୍କ ମଧ୍ୟରୁ କେବଳ ତିନିଜଣଙ୍କର ବୟସ ପଚାଶ ବର୍ଷରୁ କମ୍ ବୟସ ରହିଛି। ସେମାନେ ହେଲେ ସଚିନ୍ ପାଇଲଟ୍, ଗୋରଭ ଗୋଗୋଇ ଏବଂ କମଲେଶ୍ୱର ପଟେଲ।

ଏହି ନୂଆ କମିଟକୁ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମନୋନୀତ କରିଛନ୍ତି। ଏଥିପାଇଁ କୌଣସି ନିର୍ବାଚନ କରାଯାଇ ନାହିଁ। ଗତ ଫେବୃୟାରୀରେ ରାୟପୁରରେ ହୋଇଥିବା କଂଗ୍ରେସ ପରିଚାଳନା କମିଟ ବୌଠକରେ ସିଡବ୍ଲ୍ୟୁସି ସଦସ୍ୟ ମନୋନିତ ନେଇ ଆଲୋଚନା ହୋଇଥିଲେ। ଏଥିରେ ସଭାପତି ଖାର୍ଗେ ତାଙ୍କ ହିସାବରେ ନେତାଙ୍କୁ ମନୋନିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା।

ତେବେ ସେତେବେଳେ ସେହି ନିଷ୍ପତିକୁ ଅଜୟ ମାକେନ୍, ଅଭିଷେକ ମନୁ ସିଂହଭି ଏବଂ ଦିଗବିଜୟ ସିଂଙ୍କ ପରି ନେତାମାନେ ନିର୍ବାଚନ କରାଯାଇ ସଦସ୍ୟ ବଛାଯାଉ ବୋଲି ଦାବୀ କରିଥିଲେ।

Congress କଂଗ୍ରେସ କଂଗ୍ରେସ କମିଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଦେଶରେ ଚାଲିଛି ୩୨ ଟି ନକଲି ବିଶ୍ୱବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସତର୍କ କଲା UGC

August 7, 2026

ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ସାଧୁ ଏବଂ ସନ୍ଥଙ୍କ ପ୍ରତିବାଦ: ଅଟକ ରଖିଲା ପୋଲିସ

August 7, 2026

CBI ର ବଡ଼ ଖୁଲାସା: NEET-UG ପେପର ଲିକ୍ କରିଥିଲେ NTA ବିଶେଷଜ୍ଞ

August 7, 2026
Latest News

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.