Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

August 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି। ଏହି ଏନସିଏଫ୍ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବଡ଼ ଗତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆଜି ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଓଭରସାଇଟ କମିଟି ଏବଂ ଦ ନ୍ୟାସନାଲ ସିଲାବସ ଆଣ୍ଡ୍ ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ କମିଟିର ପ୍ରଥମ ଯୁଗ୍ମ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍କୁଲ ଶିକ୍ଷା ପାଇଁ ଏନସିଏଫ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପାଇଁ ଥିବା କଳ୍ପନା ଓ ଭାରତୀୟ ଜ୍ଞାନ ପ୍ରଣାଳୀର ବିଚାରକୁ ଏକୀକରଣ କରିବା ଦିଗରେ ଏକ ଅନ୍ୟତମ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି -୨୦୨୦ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରଫେସର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ୫+୩+୩+୪ ଢାଞ୍ଚାରେ ସ୍କୁଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଏହି ଫ୍ରେମଓ୍ୱାର୍କ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷା ସ୍ତର ପର୍ଯ୍ୟନ୍ତ ଶିକ୍ଷା ଆହରଣ ଯାତ୍ରାକୁ ପ୍ରାଥମିକତା ଦେଉଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି। ବୈଶ୍ୱିକ ଦାୟିତ୍ୱବୋଧକୁ ପୂରଣ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ,ଯାହା ଭାରତ ସମେତ ବିଶ୍ୱ ସମ୍ପ୍ରଦାୟର ଆକାଂକ୍ଷାକୁ ପୂରଣ କରୁଥିବ। ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଆଧାରିତ ହେବ ଏବଂ ପିଲା ମାନଙ୍କୁ ମୂଳପାଠ ସହ ଯୋଡିହେବା ସହ ଭବିଷ୍ୟତଗାମୀ କରାଇବ ବୋଲି ସେ କହିଛନ୍ତି।

ଏହାବ୍ୟତିତ ଆଉ ଏକ ପୃଥକ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ଆନୁଆଲ କାପାସିଟି ବିଲଡିଂ ପ୍ଲାନ ଏବଂ ଇଣ୍ଡକ୍ସନ ଟ୍ରେନିଂ ମଡ୍ୟୁଲ (ଏମଏସଡିଇ) ଏବଂ ଟ୍ରେନିଂ ମୋଡ୍ୟୁଲ ଫର୍ ଡାରେକ୍ଟର (ଡିଓଏଚଇ)ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମର କାପାସିଟି ବିଲଡିଂର ମହତ୍ତ୍ୱ କଣ? ଆଜିର ଯୁବବର୍ଗଙ୍କ ଆବଶ୍ୟକତା, ଆକାଂକ୍ଷା, ଆଶା ପ୍ରତିଟି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ସେମାନଙ୍କ ପାଇଁ ନୀତି ଓ ପ୍ରୋଗ୍ରାମ ବନାଇବା ସହଜ ନୁହେଁ। ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ କାପାସିଟି ବିଲଡିଂ ମୋଷ୍ଟ ଚ୍ୟାଲେଞ୍ଜିଂ କାମ। ଆତ୍ମଚିନ୍ତନକୁ ମ୍ୟାପିଂ କରିବା ତଥା ତାହାର କ୍ୟାପାସିଟି କଣ ଲାଗିବ, ତାହା ହିଁ ଚ୍ୟାଲେଞ୍ଜ। ଏହି ପଦକ୍ଷେପ ପ୍ରଶଂସନୀୟ। ଏହା କ୍ରୟାନ୍ୱୟନ ହେବା ଦରକାର। ଏହାକୁ ଅଭ୍ୟାସ କଲେ ହିଁ ଫଳପ୍ରଦ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ସ୍କୁଲ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Latest News

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026

୧୯ ବର୍ଷରୁ କମ୍ ବିଶ୍ୱକପ୍ ରୁ ବିଦା ହେଲା ପାକିସ୍ତାନ: ସେମିଫାଇନାଲରେ ପ୍ରବେଶ କଲା ଭାରତ

February 1, 2026

Naveen Patnaik on Budget: ନବୀନ କହିଲେ ସମସ୍ତଙ୍କୁ ନିରାଶ କଲା କେନ୍ଦ୍ର ବଜେଟ

February 1, 2026

Union Budget 2026 କୁ ସ୍ୱାଗତ କରି ଏହା ଶିଳ୍ପ-ଅନୁକୂଳ ବୋଲି କହିଲା CII ଓଡ଼ିଶା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.