ପରିତ୍ୟକ୍ତ କୂଅରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର: ଭିଣୋଇଙ୍କୁ ଜେରା କରୁଛି ପୋଲିସ

Published: Aug 24, 2023, 8:05 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବରକୋଳି ଗ୍ରାମ ନିକଟ ଏକ ପରିତ୍ୟକ୍ତ କୂଅରୁ ବର୍ଷାରାଣୀ ସାମଲ ନାମ୍ନୀ ଜଣେ ଛାତ୍ରୀଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି।

ମୃତ ଛାତ୍ରୀଙ୍କ ଘର ବୁଗୁଡ଼ା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଓ ସେ ଗୋପାଳ ସାମଲଙ୍କ ଝିଅ ବୋଲି ଜଣାପଡିଛି। ସନ୍ଦେହ ଜନକ ଭାବେ ତାର ଭିଣୋଇ ସନ୍ତୋଷ କୁମାର ଖଣ୍ଡେଇକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Related posts