Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ନୀରଜ ଚୋପ୍ରା: ପ୍ୟାରିସ ଅଲିମ୍ପିକ୍ସ ପାଇଁ ପାଇଲେ ଟିକେଟ
ଅନ୍ତରାଷ୍ଟ୍ରୀୟ

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ନୀରଜ ଚୋପ୍ରା: ପ୍ୟାରିସ ଅଲିମ୍ପିକ୍ସ ପାଇଁ ପାଇଲେ ଟିକେଟ

August 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୩ ରେ ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। ସ୍ୱିଡେନର ବୁଡାପେଷ୍ଟରେ ଆୟୋଜିତ ହେଉ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଫାଇନାଲ ମ୍ୟାଚ୍ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ।

ଚଳିତ ସିଜନରେ ନୀରଜ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି। ଏହାପୂର୍ବରୁ, ୮୮.୬୭ ମିଟର ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ବର୍ଷ ଜୁଲାଇ ୨୬ ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ପ୍ୟାରିସ୍ ଅଲିମ୍ପିକ୍ସ ଅନୁଷ୍ଠିତ ହେବ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୩ ରେ ନୀରଜଙ୍କ ସହ ଭାରତର ଡିପି ମନୁ ମଧ୍ୟ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାଗ ନେଉଛନ୍ତି। ସେ ପ୍ରଥମ ପ୍ରୟାସରେ ୭୮.୧ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ଜାଭେଲିନ୍କୁ ୮୧.୩୧ ମିଟର ଦୂରକୁ ଫିଙ୍ଗିଥିଲେ। ବିଶ୍ୱ ଚାମ୍ପିଅନସିପ୍-୨୦୨୩ ର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜ ଗ୍ରୁପ୍ ଏରେ ଶୀର୍ଷରେ ରହିଛନ୍ତି। ଜର୍ମାନୀର ଜୁଲିଆନ୍ ୱେବର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଜାଭେଲିନ୍ କୁ ୮୨.୩୯ ମିଟର ଦୂରରେ ଫିଙ୍ଗିଥିଲେ। ଭାରତର ଡିପି ମନୁ ତୃତୀୟ ସ୍ଥାନରେ ରହିଥିଲେ। ଡେଭିଡ ୱେଗ୍ନର୍ ଚତୁର୍ଥ ସ୍ଥାନରେ ରହିଲେ। ସେ ଜାଭେଲିନ୍କୁ ୮୧.୨୫ ମିଟର ଦୂରକୁ ଫିଙ୍ଗିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ନୀରଜଙ୍କର ଏକ ବଡ଼ ସଫଳତା ହାସଲ କରିବାର ସୁଯୋଗ ଅଛି। ଯଦି ସେ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତନ୍ତି, ତେବେ ସୁଟର ଅଭିନାଭ ବିନ୍ଦ୍ରାଙ୍କ ସହ ସମାନ ହେବେ। ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ର ବ୍ୟକ୍ତିଗତ ଇଭେଣ୍ଟରେ ଅଭିନାଭ ବିନ୍ଦ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ। ଯଦି ନୀରଜ ମଧ୍ୟ ସ୍ୱର୍ଣ୍ଣ ଜିତନ୍ତି, ତେବେ ସେ ଦ୍ୱିତୀୟ ଭାରତୀୟ ହେବେ। ଅଭିନାଭ ବିନ୍ଦ୍ରା ୨୦୦୮ରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବ୍ୟକ୍ତିଗତ ଇଭେଣ୍ଟରେ ସେ ପ୍ରଥମ ଭାରତୀୟ ହୋଇଥିଲେ।

ନୀରଜ ଚୋପ୍ରା ବିଶ୍ୱ ଚାମ୍ପିୟନଶିପ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.