Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଠିକାଦାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଗ୍ରାମବାସୀ
ଆଜିର ଖବର

ବାଣପୁର: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଠିକାଦାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଗ୍ରାମବାସୀ

August 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ବାହାରକୁ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିବା ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକ ଶବକୁ ଗାଡ଼ିରେ ରଖି ବାଣପୁର ଥାନାରେ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମର ସତ୍ୟ ରଣସିଂହଙ୍କ ପୁଅ ସୁନୀଲ ରଣସିଂହ (୧୯) ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଇଥିଲେ। ବାପା ସତ୍ୟଙ୍କର ଶରୀର ଅସୁସ୍ଥ ଥିବାରୁ ପୁଅ ରୋଜଗାର କରିଲେ ବାପା ତମେ ଔଷଧ କଣିବ ବୋଲି କହି ବାଣପୁର ଦାଶରଥିପୁର ଗ୍ରାମର ଠିକାଦାର ପ୍ରଦୀପ ପରିଡାଙ୍କ ସାଥିରେ ସୁଦୂର ଚେନ୍ନାଇ ସହରକୁ ଯାଇଥିଲେ। ମାତ୍ର ଏକମାସ ତଳେ ସୁନୀଲ ଯାଇଥିବା ବେଳେ କାମ ଠିକସେ କରିପାରୁ ନଥିବାରୁ ଠିକାଦାର ତାକୁ ମାରଧର କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ତେବେ ଅତ୍ୟଧିକ ମାରଧର କରିବା ଏବଂ ଠିକରେ ଖାଇବାକୁ ନ ଦେବାରୁ ସୁନୀଲଙ୍କର ସେଠାରେ ଶରୀର ମଧ୍ୟ ଅସୁସ୍ଥ ହୋଇଯାଥିଲା। ଠିକାଦାର ଚେନ୍ନାଇରେ ସୁନୀଲଙ୍କୁ ଚିକିତ୍ସା ନ କରି ଟ୍ରେନ ଟିକେଟ କାଟି ଗ୍ରାମକୁ ଅନ୍ୟଜଣେ ଶ୍ରମିକଙ୍କ ସହ ଛାଡିଦେଇଥିଲେ। ସେଠାରୁ ମାତ୍ର ୧୦୦ କିଲୋମିଟର ଦୂର ନେଲୁର ଷ୍ଟେସନଠାରେ ସୁନୀଲଙ୍କର ବାନ୍ତି ହୋଇଥିଲା।  ଟ୍ରେନରେ ବସିଥିବା ଯାତ୍ରୀମାନେ ବାହାରକୁ ବାହାର କରିଦେଇଥିଲେ। ଫଳରେ ଷ୍ଟେସନର ଅତ୍ୟଧିକ ଖରାରେ ପଡି ସୁନୀଲଙ୍କର ମୃତ୍ୟୁ ଘଟିଥିଲା।

ମୃତ ଶରୀର ସେଠାରୁ ଆଣିବାକୁ ଠିକାଦାର କୌଣସି ପଦକ୍ଷେପ ନ ନେବାରୁ ପରିବାର ଲୋକ ଧାର କରଜ କରି ଗ୍ରାମବାସିଙ୍କ ସହାୟତାରେ ଦୀର୍ଘ ଚାରିଦିନ ପରେ ଆମ୍ବୁଲାନ୍ସ ମାଧ୍ୟମରେ ମୃତ ଶରୀର ଆଣିଛନ୍ତି। ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ର ହୋଇ ବାଣପୁର ଥାନାରେ କ୍ଷତିପୂରଣ ଦାବିରେ ହୋ ହଲ୍ଲା କରିଥିବା ବେଳେ ପୋଲିସ ବୁଝାସୁଝା କରିଛି।

ସ୍ଥାନୀୟ କିଛି ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଠିକାଦାର କ୍ଷତିପୂରଣ ବାବଦକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାପାଇଁ ସହମତି ପ୍ରକାଶ କରିବାରୁ ଗ୍ରାମବାସୀ ଥାନାରୁ ଫେରିଥିବା ଜଣାପଡ଼ିଛି।

ଗୁରୁତର ଅଭିଯୋଗ ଦାଦନ ଶ୍ରମିକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.