Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ
ଆଜିର ଖବର

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

August 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ। ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି। ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ, ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁର ଏକ ପ୍ରମୁଖ କାରଣ। ଚାଳିଶ ବର୍ଷରୁ କମ୍ ବ୍ୟକ୍ତିମାନେ ଏହାର ଶିକାର ହୋଇଥାନ୍ତି। ବର୍ତ୍ତମାନ ର ଆଧୁନିକ ସମାଜରେ ମନୁଷ୍ୟ ର ଉଚ୍ଚ ଆଶା ଅଭିଳାଷ ସମୟ ସମୟରେ ତାକୁ ନିରାଶ ଏବଂ ଅସ୍ତବ୍ୟସ୍ତ କରିଦେଉଛି। ଏହି ମାନସିକ ବ୍ୟସ୍ତତା ତାକୁ ସମସ୍ତ ଙ୍କ ଠାରୁ ଏକୁଟିଆ କରିଦେଉଛି। କେତେବେଳେ ସେ ମାନସିକ ଚିନ୍ତାରେ ରହି ଉଚ୍ଚ ରକ୍ତଚାପ ବା ବ୍ଲଡ଼ ପ୍ରେସର,ମଧୁମେହ ଏବଂ ହୃଦ ରୋଗର ଶିକାର ହେଉଛି।

କେତେବେଳେ ପରିବାର ବର୍ଗଙ୍କ ସହ ମତାନ୍ତର ମାନସିକ ଚିନ୍ତାର କାରଣ ହେଉଛି ତ କେଉଁଠି ପିଲାଙ୍କ ମଧ୍ୟରେ ପାଠ ପଢା ର ମାନସିକ ଚାପ ରହୁଛି। ଏହିପରି କେତେକ ଜଟିଳ ପରିସ୍ଥିତି ଭିନ୍ନ ଭିନ୍ନ ପରିବେଶ ରେ ଉପୁଜୁଛି। ସମାଜରେ ସଚେତନତା ଓ ମାନସିକ ଚିନ୍ତାର ଦୂରୀକରଣ ପାଇଁ ପ୍ରତ୍ୟେକ ମନୁଷ୍ୟ ସାହସର ସହିତ ପ୍ରତ୍ୟେକ ପରିସ୍ଥିତି ର ସମ୍ମୁଖୀନ ହେବା ଦରକାର।

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଜାଗ୍ରତ ଓ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଙ୍କ ମୁହଁରେ ନୀରବତା କୁ ଭାଙ୍ଗି ସଚେତନତା ସୃଷ୍ଟି କରିବା ପାଇଁ ରାଉରକେଲାର ଯୁବକ ସମନ୍ ପାତ୍ର ଅନ୍ୟ କେତେକ ଯୁବକ ଙ୍କ ସହ ମିଶିଛନ୍ତି। ସେ ତାଙ୍କ ସହ କର୍ମୀ ତଥା ରୋଟାରୀ କ୍ଲବର ସମର୍ଥନ ରେ ଭୁବନେଶ୍ୱର ରୁ ସମଗ୍ର ଭାରତ ଦୁଇ ଚକିଆ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଯେଉଁଥିରେ ସେ ସେପ୍ଟେମ୍ବର ୨୦୨୩ ରୁ ଭୁବନେଶ୍ୱର ଠାରୁ ଆରମ୍ଭ କରି ଭରତର ୨୮ ଟି ରାଜ୍ୟ ର ଏକ ଶହ ସହର କୁ ଅଭିଯାନ କରିବେ।

ସମନ୍ ପାତ୍ର ଏକ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ତଥା ସ୍ବେଛାସେବୀ ଭାବେ କାର୍ଯ୍ୟରତ। ତାଙ୍କର ଏହି କାର୍ଯ୍ୟ ରେ କେତେକ ଡାକ୍ତର ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ମଧ୍ୟ୍ୟ ଯୋଗ ଦେଇଛନ୍ତି।

“ଏକ ସୱାଲ” ଏହାର ଅଭିଯାନ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ କର୍ପୋରେଟ୍ ମାନଙ୍କୁ ଆଛାଦାନ କରିବ।

ଏକ ବ୍ୟାପକ ବିସ୍ତାର ସଚେତନତା ସହିତ ମାନସିକ ସମସ୍ୟା ଦୂର କରିବା ପାଇଁ ସ୍କୁଲ, କଲେଜ ରେ “ମାନସିକ ସ୍ୱାସ୍ଥ୍ୟ” ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ବାଞ୍ଚନୀୟ। ମାନସିକ ସମସ୍ୟା କୁ ଦୂର କରିବା ପାଇଁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ କାର୍ଯ୍ୟସ୍ଥଳରେ ଉପଯୁକ୍ତ ଦକ୍ଷ ଓ କୁଶଳ ପରାମର୍ଶଦାତା ନିୟୋଜିତ ହେବା ଅନିବାର୍ଯ୍ୟ।

ସମନ୍ ପାତ୍ର ଏବଂ ତାଙ୍କ ଟିମ୍ “ଏକ ସୱାଲ” ମାନସିକ ସ୍ୱାସ୍ଥ୍ୟ ର ସୁସ୍ଥତା ଓ ବ୍ୟକ୍ତି ଙ୍କ ମନୋବଳ କୁ ଦୃଢ କରିବା ପାଇଁ ସର୍ବଦା କାର୍ଯ୍ୟରତ।

ମାର୍ଚ୍ଚ ୩୧ ୨୦୨୪ ରେ ଶ୍ରୀମାନ୍ ପାତ୍ର ତାଙ୍କର ଦୁଇ ଚକିଆ ଅଭିଯାନ କୁ ସମାପ୍ତ କରିବେ ଏବଂ ଏହି ଅଭିଯାନରେ ଲୋକମାନଙ୍କ ଆଗ୍ରହ ଓ ସାମାଜିକ ଚିନ୍ତାଧାରାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏକ ଉପଯୁକ୍ତ ମଡେଲ ଗଠନ କରିବା ପାଇଁ କାର୍ଯ୍ୟ କରିବ। ଏହି ଅଭିଯାନ ରେ ଜୟଶ୍ରୀ ମହାନ୍ତି (ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଫ ରୋଟାରୀ କ୍ଲବ) ସମର୍ଥନ କରୁଛନ୍ତି ଏବଂ ସମଗ୍ର ଭାରତ ବର୍ଷରେ ଥିବା ରୋଟାରୀ କ୍ଲବ ସହିତ ସହବନ୍ଧିତ କରିଛନ୍ତି।

ଅଭିନଵ ପ୍ରୟାସ ମାନସିକ ସ୍ୱାସ୍ଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026
Latest News

ଫେବୃୟାରୀ 21 ତାରିଖ ଶନିବାରରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକିବ

February 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.