ଗତ କିଛି ଦିନ ହେବ ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ। ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ବେଶ୍ ଚର୍ଚ୍ଚାରେ। ଜୟଶ୍ରୀରାମ ନାରାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ବେଶ୍ ଉତ୍ତପ୍ତ। ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ପ୍ରମୁଖ ମମତା ବାନାର୍ଜୀ ଜୟଶ୍ରୀରାମ ନାରାକୁ ନେଇ ବିଚଳିତ ହୋଇଥିବାବେଳେ ବିଜେପି କର୍ମୀଙ୍କ ମମତାଙ୍କ ନିକଟକୁ ଜୟଶ୍ରୀରାମ କାର୍ଡ ପଠାଇବା ରାଜନୀତିରେ ବେଶ୍ ରୋଚକ କାହାଣୀ ସୃଷ୍ଟି କରୁଛି। ଆଜି ଇଦ୍ ଅବସରରେ ମୁସଲମାନଙ୍କୁ ଶୁଭେଚ୍ଛା ଜଣାଇବା ଆଳରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ମମତା। ମମତା ଏକ ଶାଏରୀ ମାଧ୍ୟମରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ‘ତ୍ୟାଗର ନାମ ହିନ୍ଦୁ, ପୁରସ୍କାରର ନାମ ମୁସଲମାନ, ପ୍ରେମର ନାମ ଇସାଇ, ଶିଖଙ୍କ ନାମ ବଳିଦାନ। ଏହା ହେଉଛି ଆମର ପ୍ୟାରା ହିନ୍ଦୁସ୍ତାନ, ଯାହାର ରକ୍ଷା ଆମେ କରିବା। ଯିଏ ଆମ ସହିତ ଲଢିବ, ସେ ଚୁର୍ଚୁର୍ ହୋଇଯିବ’ କହି ନାରା ଦେଇଛନ୍ତି ମମତା। ସଂଖ୍ୟାଲଘୁ ତଥା ମୁସଲମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଆପଣମାନଙ୍କୁ ଡରିବାର ନାହିଁ, ଆଗକୁ ବଢିବାର ଅଛି ବୋଲି ମମତା କହିଛନ୍ତି। ସେହିପରି ଇଦ୍ ଅବସରରେ ଶୁଭକାମନା ଜଣାଇବା ସହିତ କହିଛନ୍ତି ଯେ, ଧର୍ମ ବ୍ୟକ୍ତିଗତ ବିଶ୍ବାସର ବିଷୟ ହୋଇପାରେ, ମାତ୍ର ପର୍ବ ସମସ୍ତଙ୍କର। ତେଣୁ ଏକତା ଭାବନା ଓ ଶାନ୍ତି ସଦ୍ଭାବ ସହ ପର୍ବ ପାଳନ କରିବାକୁ ଟୁଇଟ୍ କରିଛନ୍ତି ମମତା।
ଶାଏରୀ ମାଧ୍ୟମରେ ବିଜେପିକୁ ଟାର୍ଗେଟ୍ କଲେ ମମତା
Published:
Jun 5, 2019, 4:47 pm IST
Tags: