ନ୍ୟାଶନାଲ ଇଲିଜିବେଲିଟି କମ୍ ଏଣ୍ଟରାନ୍ସ ଟେଷ୍ଟ(ଏନ୍ଇଇଟି) ଫଳାଫଳ ପ୍ରକାଶ ପାଇଛି। ଏଥିରେ ରାଜସ୍ଥାନର ନଳିନୀ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ୍ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଅଛନ୍ତି। ଭୈବିକ ୭୦୦ ମାର୍କ ରଖିଥିବା ବେଳେ କୌଶିକ ୬୯୬ ମାର୍କ ରଖିଛନ୍ତି। ଟପ୍ ଟେନ୍ରେ ଏକମାତ୍ର ଝିଅ ଭାବେ ମାଧୁରୀ ରେଡ୍ଡୀ ସ୍ଥାନ ପାଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୭ମ ସ୍ଥାନରେ ରହିଛନ୍ତି। ତେଲେଙ୍ଗନାର ଏହି ଛାତ୍ରୀ ଜଣଙ୍କ ମୋଟ୍ ୬୯୫ ମାର୍କ ରଖିଛନ୍ତି। ୪ ନଂରେ ହରିଆଣାର ସ୍ୱସ୍ତିକ ଭାଟିଆ ଥିବା ବେଳେ ୫ ନଂରେ ଉତ୍ତର ପ୍ରଦେଶର ଅନନ୍ତ ଜୈନ, ୬ ନଂରେ ମହାରାଷ୍ଟ୍ରର ଭଟ୍ଟ ସାର୍ଥକ ରାଘବେନ୍ଦର, ୮ନଂରେ ଉତ୍ତର ପ୍ରଦେଶର ଧ୍ରୁବ ଖୁଶୱହା, ୯ନଂରେ ନୂଆଦିଲ୍ଲୀର ମିହିର ରାୟ ଓ ୧୦ ନଂରେ ମଧ୍ୟପ୍ରଦେଶର ରାଘବ ଧୁବେ ରହିଛନ୍ତି। ଛାତ୍ରଛାତ୍ରୀମାନେ ntaneet.nic.in ରେ ନିଜର ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ଏନ୍ଇଇଟି ପାଇଁ ୧୪,୧୦୭୫୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
ନିଟ୍ ପରୀକ୍ଷା ଫଳ ପ୍ରକାଶିତ : ନଳିନୀ ଖଣ୍ଡେଲ୍ଓ୍ବାଲ୍ ଟପ୍ପର
Published:
Jun 5, 2019, 4:54 pm IST
Tags: