ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ବିଏସ୍ପି ସହିତ ମେଣ୍ଟକୁ ଏକ ପରୀକ୍ଷଣ ବୋଲି ଅଭିହିତ କରିଛନ୍ତି। ବିଏସ୍ପି ସହିତ ମେଣ୍ଟ ଏକ ପରୀକ୍ଷଣ ଥିଲା ଯାହାକି ବିଫଳ ହୋଇଛି ବୋଲି ବୁଧବାର କହିଛନ୍ତି ଅଖିଳେଶ। ରାଜନୀତିରେ ସମସ୍ତ ପଥ ଏବେବି ସମାଜବାଦୀ ପାର୍ଟି ପାଇଁ ପ୍ରଶସ୍ତ ରହିଛି। ଆମେ ସର୍ବଦା ପରୀକ୍ଷଣ କରିଥାଉ ବେଳେ ବେଳେ ସଫଳତା ପ୍ରାପ୍ତ ହେଉଥିବା ବେଳେ ବିଭିନ୍ନ ସମୟରେ ବିଫଳତାର ସାମ୍ନା କରିବାକୁ ପଡିଥାଏ ମାତ୍ର ଏଥିରୁ ନିଜର ଦୁର୍ବଳତା ସମ୍ପର୍କରେ ସଠିକ୍ ସୂଚନା ପ୍ରାପ୍ତ ହୋଇଥାଏ ବୋଲି କହିଛନ୍ତି ଅଖିଳେଶ। ସମାଜବାଦୀ ପାର୍ଟି ୨୦୨୨ରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିବା ସହିତ ମେଣ୍ଟ ନିମନ୍ତେ ଦଳର ରାସ୍ତା ସର୍ବଦା ଉନ୍ମୁକ୍ତ ରହିଛି ବୋଲି ଅଖିଳେଶ କହିଥିଲେ।
Tags: