Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁର୍ନୀତିର ଗନ୍ତା ଘର ପାଲିଟିଛି ଜୁନାଗଡ ଆରଏମସି, ଚୁଟକା ପ୍ରଭାବରେ ହାତୀ ପାଲଟୁଛି ମୂଷା
ଆଜିର ଖବର

ଦୁର୍ନୀତିର ଗନ୍ତା ଘର ପାଲିଟିଛି ଜୁନାଗଡ ଆରଏମସି, ଚୁଟକା ପ୍ରଭାବରେ ହାତୀ ପାଲଟୁଛି ମୂଷା

September 20, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର ସ୍ଥଳ ଜୁନାଗଡ ଠାରେ ସ୍ଥାନୀୟ କୃଷିଜାତ ସାମଗ୍ରୀ ଗୁଡିକର ଉଚିତ ବଜାର ବ୍ୟବସ୍ଥା ପାଇଁ ଓ ଏପିଏମ ଆଇନ ଆଧାରରେ ସତୁରୀ ଦଶକରେ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଗଠନ କରାଯାଇଥିଲା ଏବଂ ରାଜ୍ୟ ସମବାୟ ବିଭାଗ ଅଧୀନରେ ରଖା ଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ( ଓସାମା ବୋର୍ଡ ) ଗଠନ କରାଯାଇ ସମଗ୍ର ରାଜ୍ୟର ଆରଏମସି ଗୁଡିକୁ ନିୟନ୍ତ୍ରିତ କରିବା ଦାୟିତ୍ବ ଦିଆଯାଇଥିଲା। କୃଷକ ମାନଙ୍କର କଷ୍ଟ ଲବ୍ଧ କୃଷି ସାମଗ୍ରୀ ବିକ୍ରି କରିବା ପରେ ସେଥିରୁ ଶତକଡା ଅଢେଇ ଭାଗ ଟଙ୍କା କମିଶନ ମାଧ୍ୟମରେ ଆରଏମସି ଗୁଡିକୁ ଦିଆଯାଉଥିବା ବେଳେ ଆୟ ଅନୁସାରେ ଆର ଏମ ସି ଗୁଡିକୁ ଏ, ବି, ସି ଗ୍ରେଡେସନ କରା ଯାଇ ଥିବା ଜଣା ପଡିଛି। ସେହି କ୍ରମରେ ଜୁନାଗଡ ଆରଏମସିକୁ ଏ ଗ୍ରେଡ ତାଲିକାରେ ଥିବା କୁହା ଯାଉଥିବା ବେଳେ ଏଠାରେ ଦୁର୍ନୀତି ଘର କରି ରହିଯାଇଥିବା ଅଭିଯୋଗ ହେଉଛି।

କେତେକ ଦୁର୍ନୀତିଖୋର କର୍ମଚାରୀ ବିଭିନ୍ନ ଉପାୟରେ ଏହି ଆର ଏମ ସି ରୁ ହରି ଲୁଟ କରୁଥିବା ଅନେକ ଅଭିଯୋଗ ହେଉଛି। କେତେକାଂଶରେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଗୁଡିକ ଫାଇଲ ତଳେ ଚାପି ହୋଇ ଯାଇଥିବା କୁହାଯାଉଛି। ମାନ୍ୟବର ସମବାୟ ସଚିବଙ୍କ ନିର୍ଦ୍ଦେଶରେ ଆର ଏମ ଓ ତଦନ୍ତ କରି ରିପୋର୍ଟ ଦେଇଥିବା ବେଳେ ତାକୁ ଚାପି ଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ସଫଳ ହୋଇଥିବା ପ୍ରକାଶ। ଏପରିକି ମାନ୍ୟବର ହାଇ କୋର୍ଟ କଳାହାଣ୍ଡି ଜିଲ୍ଲପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ମଧ୍ୟ ବୁଢିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇ ଯାଇଥିବା କୁହାଯାଉଛି। କର୍ମଚାରୀ ନିଯୁକ୍ତି, ଗ୍ରେଡିଂ ଇକ୍ୟୁପମେଣ୍ଟ କିଣା, ରିଫ୍ରେଶ ମେଣ୍ଟନାମରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଆସୁଛି।

ବିଗତ ବର୍ଷ ମାନଙ୍କରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହାର ସତ୍ୟା ସତ୍ୟ ପଦାକୁ ଆସି ପାରିବ ବୋଳି ଦାବୀ ହେଉଛି।

ଓଏପିଏମ ଆଇନ ଅନୁସାରେ ଆର ଏମ ସି ର ପରିଚାଳନା କମିଟିରେ ରେଜୁଲେସନ୍ କରାଯାଇ ପ୍ରତ୍ୟେକ କାର୍ଯ୍ୟ କ୍ରମ ତଥା ଖର୍ଚ୍ଚ କରାଯିବା ବ୍ୟବସ୍ଥା ଥିବା ବେଲେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୧୫ ଜଣିଆ କମିଟି ରହିଛି। ହେଲେ ଉପଜିଲ୍ଲାପାଳଙ୍କୁ ସମ୍ମାନ ଜଣାଇ ସଭ୍ୟମାନେ କୌଣସି ପ୍ରତିବାଦ କରୁ ନ ଥିବା ବେଳେ ଏହାରି ସୁଯୋଗ ନେଇ ଆର ଏମ ସି ର ଦୁର୍ନୀତି ଗ୍ରସ୍ତ ଧୂର୍ତ୍ତ କର୍ମଚାରୀ ନିଜକୁ ସୁହାଇବା ଭଳି ଏବଂ ଫାଇଦା ଉଠାଇ ପରିବା ଭଳି ରେଜୁଲେଶନ ଲେଖି ଦେଉଥିବା ପ୍ରକାଶ।

ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଅତୀତରେ ଓସାମା ବୋର୍ଡ ର ପତ୍ର ସଂଖ୍ୟା ୨୯୬୮ତା ୧୨.୦୯.୨୦୧୭ କୁ ଖୋଲା ଖୋଲି ଉଲ୍ଲଂଘନ କରି ଫାଇଦା ଉଠାଇବା ପାଇଁ ତରବରିଆ ଭାବେ ସରକାରୀ ଜମି ଜବଦଖଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଇ ଥିବା ହେତୁ ଆର ଏମ ସି ଅଧ୍ୟକ୍ଷ ପତ୍ର ସଂଖ୍ୟା ୫୬୧ତା ୨୩.୦୬.୨୦୨୧ ଯୋଗେ ଚାରି କୋଟି ଟଙ୍କା ଭରଣା କରିବାକୁ ଜବାବ ତଲବ କରିଥିବା ବେଳେ ତାହା ମଧ୍ୟ ଏବେ ଫାଇଲ ତଳେ ଚାପି ହୋଇ ଯାଇଥିବା ଜଣା ପଡିଛି।

ଅନ୍ୟ ପକ୍ଷରେ କେତେକ ଦିନ ମଜୁରିଆ ମାନଙ୍କୁ ସ୍ଥାୟୀ କରିଦେବା ପାଇଁ ବ୍ୟାପକ କିକ ବେକ କରିଥିବା ଅଡିଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚର୍ଚ୍ଚା ହେଉଥିଲା। ସେହି ନଅ ଦିନ ମଜୁରିଆ ମାନଙ୍କୁ ଓସାମା ବୋର୍ଡର ପତ୍ର ସଂଖ୍ୟା ୧୩୧୬ତା ୧୭.୦୫.୨୦୧୬ ଏବଂ ସେପ୍ଟେମ୍ବର ୨୦ କମିଟି ରେଜୁଲେଶନ ଅନୁସାରେ ବାହାର କରିଦିଆଯଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଛଅ ଜଣଙ୍କୁ ପୁନଃ ନିଯୁକ୍ତି ଦେବା ସହ ସ୍ଥାୟୀ କରିଦେବାକୁ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ପୁରା ଦମ୍ ରେ ଲାଗି ପଡ଼ିଥିବା କୁହାଯାଉଛି।

ଅନ୍ୟ ପକ୍ଷରେ ଦୀର୍ଘ ଛଅ ସାତ ବର୍ଷ ହେବ ନିୟମିତ ଭାବେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ପାଞ୍ଚ ଜଣ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଅନେକ ଥର କମିଟି ରେଜୁଲେଶନ କରାଯାଇ ଥିବା ବେଳେ ତାହା କାର୍ଯ୍ଯକାରୀ କରାଯାଉନଥିବା ଅଭିଯୋଗ ହେଉଛି। ଆଇନ ଅନୁସାରେ ସଂପାଦକ ସମସ୍ତ ଫାଇଲ ପତ୍ର କାଗଜ ପତ୍ର ଦାୟିତ୍ଵ ରେ ରହିବା ଉଲ୍ଲେଖ ଥିବା ବେଳେ ଜୁନାଗଡ ଆରଏମସି ରେ ବ୍ୟତିକ୍ରମ ଦେଖାଯାଏ।ବିଭିନ୍ନ ସାମଗ୍ରୀ କିଣା ରେ ବ୍ୟାପକ ହେରା ଫେରି ହେଇଥିବା ଏଵଂ ଫଲ୍ସ ବିଲ୍ କରାଉଥିବା ଅଭିଯୋଗ ହେଲେ ମଧ୍ୟ ସେସବୁ ର ତଦନ୍ତ ହୁଏ ନାହିଁ। ଜନୈକ ମାନବାଧିକାର କର୍ମୀ ଅନେକ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଥିବାବେଳେ ସେସବୁ ଶୀତଳ ଭଣ୍ଡାର ରେ ଥିବା କୁହା ଯାଉଛି।

ଏଭଳି ଅନେକ ଦୁର୍ନୀତି ହେଉ ଥିବା ବେଳେ ସେସବୁର ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି। କମିଟି ସଭ୍ୟ ମାନେ ବିରୋଧ କଲେ ମଧ୍ୟ ତାହା ଚାପି ହୋଇ ଯାଉଥିବା ଚର୍ଚ୍ଚା ହେଉଛି। ଅନେକ ସଭ୍ୟଙ୍କ ଅଗୋଚରରେ ମିଟିଂ ହେବା ସହ ଯେଉଁମାନେ ଦୁର୍ନିତି ବିରୁଦ୍ଧରେ ସ୍ଵର ଉଠାଉଛନ୍ତି ସେମାନଂକୁ ନ ଜଣାଇ ମଧ୍ୟ କୋରମ୍ ଅନୁସାରେ ମିଟିଂ ସିଟିଂ ସହ ଆନୁସାଙ୍ଗିକ ବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଯେଉଁମାନେ ସ୍ବର ଉଠାଉଛନ୍ତି ସେମାନଂକୁ ବିଭିନ୍ନ ଉପାୟ ରେ ବଦନାମ କରି ଉପ ଜିଲ୍ଲପାଳଙ୍କ ଠାରେ ଉପସ୍ଥାପନ କରିଦେଉଥିବା କୁହାଯାଉଛି, ଏପରିକି ଚାକିରି ଆଶାୟୀ ମାନଙ୍କୁ ଉସୁକାଇ ସେମାନଙ୍କ ସହ ଝଗଡା କରିବାକୁ ପ୍ରବତ୍ତାଉ ଥିବାର ମଧ୍ୟ ଚର୍ଚ୍ଚା ହେଉଛି।

ଯେତେ ଦକ୍ଷ ଅଧିକାରୀ, ସଚ୍ଚୋଟ ସଂପାଦକ ଓ ସଭ୍ୟ ହେଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ବିଭିନ୍ନ ଔଷଧ ଚୁଟୁକା ପ୍ରୟୋଗ କରି ବଶୀଭୂତ କରି ଦେଉଥିବା ଚର୍ଚ୍ଚା ହେଉଛି ଏଵଂ ସମ୍ପୃକ୍ତ ନିଜସ୍ଵ ଶୈଳୀରେ କାରବାର ଚଳାଉଥିବା ହେତୁ ଏହି ଚୁଟୁକା ପ୍ରଭାବରେ ହାତୀ ମଧ୍ୟ ମୂଷା ପାଲଟି ଯାଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବୀ ହେଉଛି।

କଳାହାଣ୍ଡି ଜିଲ୍ଲା କୃଷିଜାତ ସାମଗ୍ରୀ ଜୁନାଗଡ ଆରଏମସି ଦୁର୍ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.