Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହିଳା ସଂରକ୍ଷଣ ବିଲ୍ ମୋଦି ସରକାରଙ୍କ ଏକ ପୋଷ୍ଟ ଡେଟେଡ ଚେକ୍: କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନ
ଜାତୀୟ ଖବର

ମହିଳା ସଂରକ୍ଷଣ ବିଲ୍ ମୋଦି ସରକାରଙ୍କ ଏକ ପୋଷ୍ଟ ଡେଟେଡ ଚେକ୍: କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନ

September 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମହିଳା ସଂରକ୍ଷଣ ବିଲ୍
ମହିଳା ସଂରକ୍ଷଣ ବିଲ୍ ମୋଦି ସରକାରଙ୍କ ଏକ ପୋଷ୍ଟ ଡେଟେଡ ଚେକ୍: କଂଗ୍ରେସ ସାଂସଦ ରଞ୍ଜିତ ରଞ୍ଜନ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ଉଦ୍ଦେଶ୍ୟରେ ମୋଦି ନେତୃତ୍ୱାଧିନ ବିଜେପି ସରକାର ପ୍ରଣୟନ କରିଥିବା ନାରୀ ବନ୍ଦନ ଅଧିନୀୟମ ବସ୍ତୁତଃ ଅର୍ଥହୀନ। ନାରୀ ବନ୍ଦନ ନାମରେ ନାରୀ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କରାଇବା ମହିଳାମାନଙ୍କ ପ୍ରତି ଘୋର ଅବିଚାର ବୋଲି ଅଖିଳ ଭାରତ କଂଗ୍ରେସ ମୁଖପାତ୍ର ତଥା ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି।

ଶ୍ରୀମତୀ ରଞ୍ଜିତ ରଞ୍ଜନ ଦେବୀ କଟାକ୍ଷ କରିଥିଲେ ଯେ ଆମେ ପୋଷ୍ଟ ଡେଟେଡ ଚେକ ବିଷୟରେ ଜାଣିଥିଲୁ କିନ୍ତୁ ପୋଷ୍ଟ ଡେଟେଡ ବିଲ କାନ କେବେ ଶୁଣିନଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦି ମହାଶୟ ଦେଶବାସୀଙ୍କ ଆଗରେ ରଖିଛନ୍ତି। ମୋଦି ସରକାର ଏହି ମହିଳା ସଂରକ୍ଷଣ ବିଲ- ୨୦୨୩ ରେ ଯୋଡ଼ିଏ ସର୍ତ ରଖିଛନ୍ତି। ପ୍ରଥମରେ ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେଲେ ମଧ୍ୟ ୨୦୨୪ ରେ କାର୍ଯ୍ୟକାରୀ ହେବ ନାହିଁ।

୨୦୨୬ ପରେ ହେବାକୁଥିବା ଜନଗଣନା ପରେ ଓ ଦ୍ୱିତୀୟରେ ଲୋକସଭା ଏବଂ ବିଧାନସଭା ଆସନ ଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପରେ ଏହାର କାର୍ଯ୍ୟକାରୀ କରାଯିବ। ସୁତରାଂ କେଉଁ ନିର୍ଦ୍ଦିଷ୍ଟ ବର୍ଷ ବା ତାରିଖରେ ମହିଳାମାନଙ୍କୁ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ଭାଗ ସଂରକ୍ଷଣ ମିଳିବ ତାହା କେନ୍ଦ୍ର ସରକାର କହିବାକୁ ଅକ୍ଷମ ।

ଯଦି ସଂସଦରେ ପାରିତ ବିଧେୟକ କେବେ କାର୍ଯ୍ୟକାରୀ ହେବ ସରକାର କହିବାକୁ ଅସମର୍ଥ ତେବେ ସ୍ୱତନ୍ତ୍ର ଅଧିବେଶ ଆହୁତ କରାଗଲା କାହିଁକି? ଏହା କ’ଣ ବହୁ ଆଡମ୍ବରେ ଲଘୁକ୍ରିୟା ନୁହେଁ କି? ଏହା ପଛରେ ନାରୀ ବନ୍ଦନା ନାମରେ ମହିଳାମାନଙ୍କୁ ସଂରକ୍ଷଣରୁ ବଂଚିତ କରିବା ଅଭିସନ୍ଧି ନାହିଁ କି ବୋଲି ସାଂସଦ ଶ୍ରୀମତୀ ରଞ୍ଜିତା ଦେବୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଂଗ୍ରେସର ମାନସ ସନ୍ତାନ। ସଂରକ୍ଷଣ ବ୍ୟବସ୍ଥାର ଇତିବୃତି ବାବଦରେ ବର୍ଣ୍ଣନା କରି ସାଂସଦ ମହୋଦୟା କହିଥିଲେ ଯେ ୧୯୮୯ ରେ ରାଜୀବ ଗାନ୍ଧୀ ସମ୍ବିଧାନ ସଂଶୋଧନ କରି ସାରା ଭାରତବର୍ଷର ତ୍ରିସ୍ତରୀୟ ପଂଚାୟତ ଅନୁଷ୍ଠାନ ମାନଙ୍କରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ପାରିତ କରିଥିଲେ।

କିନ୍ତୁ ଦୁର୍ଭାଗ୍ୟକୁ ଏହି ବିଲଟି ରାଜ୍ୟ ସଭାରେ ମାତ୍ର ୭ ଖଣ୍ଡ ଭୋଟରେ ପରାଜିତ ହେବା ପରେ ଆଇନରେ ପରିଣତ ହୋଇପାରି ନ ଥିଲା। ସେତେବେଳେ ବିଜେପିର ତୁଙ୍ଗ ନେତା ଲାଲ କୃଷ୍ଣ ଆଡଭାନୀ ଓ ରାମ ଜେଠାମାଳିନୀ ରାଜୀବ ଗାନ୍ଧୀଙ୍କର ଏହି ନିଷ୍ପତିକୁ ବିରୋଧ କରିଥିଲେ। ସୌଭାଗ୍ୟକୁ ୧୯୮୧ ମସିହାରେ ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର କେନ୍ଦ୍ରରେ କ୍ଷମତାସୀନ ହେଲାପରେ ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନ କରାଯାଇ ମହିଳମାନଙ୍କ ସଂରକ୍ଷଣ କାର୍ଯ୍ୟକାରୀ କରାଯାଇଥିଲା।

୨୦୦୯ ରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର କ୍ଷମତାସୀନ ହେଲାପରେ ୨୦୧୦ ମାର୍ଚ୍ଚରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଧେୟକ ରାଜ୍ୟ ସଭାରେ ମଧ୍ୟ ପାରିତ ହୋଇଥିଲା। ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣର କୌଣସି ଆବଶ୍ୟକତା ନାହିଁ କେବଳ ସମୟ ଟାଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଡମ୍ବରପୂର୍ଣ୍ଣ ସ୍ୱତନ୍ତ୍ର ଅଧିବେଶନ ଡାକି ଦେଶବାସୀଙ୍କୁ ଏବଂ ବିଶେଷକରି ମହିଳାମାନଙ୍କୁ ଭୁଆଁ ବୁଲାଇଛନ୍ତି। କେବଳ ମହିଳମାନଙ୍କ ଭୋଟ ହାତେଇବା ଏହା ଏକ ଅଭିନବ ପରିକଳ୍ପନା କରିଛନ୍ତି।

କେବଳ ମଣିପୁର, ହରିୟାଣା, ଉତ୍ତର ପ୍ରଦେଶରେ ଘଟିଥିବା ଅମାନବୀୟ ମହିଳା ହିଂସା, ମହିଳା ନିର୍ଯ୍ୟାତନା, ମହିଳା ଧର୍ଷଣ ବିରୋଧରେ ଦେଶବାସୀ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାରୁ ନଜର ଏଡ଼ାଇବା ହିଁ ସରକାରଙ୍କର ମୂଳ ଲକ୍ଷ୍ୟ ।
ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଗାମୀ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଓ ସଂରକ୍ଷିତ ମହିଳା ଆସନ ମଧ୍ୟରେ ପଛୁଆବର୍ଗ ମହିଳମାନଙ୍କୁ ଅର୍ନ୍ତଭୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ , କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ମିଡିଆ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା , ବିଧାୟକ ତାରାପ୍ରସାଦ ବାହିନିପତି, ଅନନ୍ତ ପ୍ରସାଦ ସେଠୀ, ବିଜୟଲକ୍ଷ୍ମୀ ସାହୁ ଓ ବନ୍ଦୀତା ପରିଡ଼ା ଉପସ୍ଥିତ ଥିଲେ।

Congress କଂଗ୍ରେସ ମହିଳା ସଂରକ୍ଷଣ ବିଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026
Latest News

ଗୋବରରୁ ବାୟୋ-ଗ୍ୟାସ୍ ଉତ୍ପାଦନ ପାଇଁ ଦିଲ୍ଲୀରେ ବଡ଼ ପଦକ୍ଷେପ: ଏମଓୟୁ ସ୍ୱାକ୍ଷରିତ

July 15, 2026

ବାରାଣସୀରେ ୧୪,୪୪୭ କୋଟିର ୬-ଲେନ୍ ଏଲିଭେଟେଡ୍ କରିଡରକୁ କ୍ୟାବିନେଟ୍ ମଞ୍ଜୁରୀ

July 15, 2026

ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି  ୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

July 15, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ୟାପକ ସ୍ୱତନ୍ତ୍ର ଟ୍ରେନ ସେବା ପରିଚାଳନା

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.