ଓମାନ୍ ରୁ ଦୁବାଇ ଯାଉଥିବା ଏକ ବସ୍ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଦୁର୍ଘଟଣା ଗସ୍ତ ହୋଇ ୧୭ ଜଣଙ୍କ ପ୍ରାଣ ହାନି ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ଭାରତୀୟ ରହିଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁବାଇ ଯାଉଥିୁବା ସମୟରେ ମାସ୍କଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳୁ ଦୁବାଇ ପୋଲିସ୍ ଏକ ଟ୍ବିଟ୍ ଜରିଆରେ ମୃତ ଏବଂ ଆହତଙ୍କ ସଂଖ୍ୟା ସ୍ପଷ୍ଟ କରିଛି। ଶେଖ ମହମ୍ମଦ ଜାୟେଦ ବିନ୍ ରାସ୍ତାରେ ଏକ ସାଇନ୍ ବୋର୍ଡରେ ବସ୍ଟି ପିଟି ହୋଇ ଓଲଟି ପଡିଥିଲା। ବିଭିନ୍ନ ରାଷ୍ଟ୍ରର ନାଗରିକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି। ମ୍ବାସାଲଟ୍ ନାମକ ଏକ ସରକାରୀ ପରିବହନ ସଂସ୍ଥାର ଏହି ବସ୍ଟି ଦୁର୍ଘଟଣା ଗସ୍ତ ହେବା ପରେ ତୁରନ୍ତ ନିଜର ସେବା ବନ୍ଦ କରିଛି ସଂସ୍ଥା।
Tags: