ବଲାଙ୍ଗୀର ପାଟଣାଗଡ଼ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବର ଉଦ୍ଧାର ହୋଇଛନ୍ତି । ଯଶବନ୍ତଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପତ୍ନୀ ବିଧାୟକଙ୍କ ନାଁରେ ଏତଲା ଦେବା ପରେ ପୋଲିସ ତାଙ୍କୁ ନୂଆପଡ଼ା ଜିଲ୍ଲା ଖରିଆର ଅଂଚଳରୁ ଉଦ୍ଧାର କରି ଘରେ ଛାଡ଼ିଛି । ଏ ନେଇ ପାଟଣାଗଡ଼ ଡିଏସ୍ପି ସୁରେଶ ନାଏକ ସୂଚନା ଦେଇଛନ୍ତି । ଉଦ୍ଧାର ହେବ ପରେ ଯନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ବିଧାୟକ ସରୋଜ ମେହେରଙ୍କ ନିର୍ଦ୍ଦେଶରେ ତାଙ୍କୁ ଚାପୁଡା ମାରିଥିଲେ । ଆକ୍ରମଣ ଭୟରେ ସେ ବସଉଠ ହେବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ପରିସ୍ଥିତି ଲଜ୍ଜାଜନକ ଥିଲା । ତେଣୁ ସେ କିଛି କହିପାରିନଥିବା କହିଛନ୍ତି । ସୂଚନାଯୋଗ୍ୟ କି, ଗତ ବୁଧବାର ଜେଇଙ୍କୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ସର୍ବ ସାଧାରଣ ସମ୍ମୁଖରେ ଉଠାବସା କରାଇଥିଲେ । ନିମ୍ନ ମାନର ରାସ୍ତା କାମ କରିବା ଅଭିଯୋଗରେ ବିଧାୟକଙ୍କୁ ଦଣ୍ଡିତ କରିଥିଲେ । ଏହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା ।
Tags: