ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏସ୍. ଜୟଶଙ୍କର ଶୁକ୍ରବାର ଠାରୁ ଦୁଇ ଦିନିଆ ଭୁଟାନ ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ଜୟଶଙ୍କର ଭୁଟାନ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଜୟଶଙ୍କରର ପଡୋଶୀ ଦେଶ ଭୁଟାନ୍ ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଆଗାମୀ ଦିନରେ ଭାରତ ଏବଂ ଭୁଟାନ ମଧ୍ୟରେ ହେବାକୁ ଥିବା ଆର୍ଥିକ ବିକାଶ ଏବଂ ହାଇଡ୍ରୋ ପାୱାର ସହଯୋଗ ଆଦାନ ପ୍ରଦାନ ନେଇ ଆଲୋଚନା ହେବ। ମେ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବିମସଷ୍ଟେକର ମୁଖ୍ୟମାନେ ଯୋଗଦେଇଥିଲେ।
Tags: