ଉତ୍ତର ପ୍ରଦେଶର ଆଲିଗଡରେ ଏକ ଶିଶୁକୁ ନୃଶଂସ ଭାବରେ ହତ୍ୟା କରାଯାଇଛି। ତିନି ବର୍ଷୀୟ ଶିଶୁର ଖଣ୍ଡବିଖଣ୍ଡିତ ଶରୀର ଏକ ଅଳିଆ ଗଦା ମଧ୍ୟରୁ ରବିବାର ମିଳିବା ପରେ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ମୃତକଙ୍କ ଜେଜେବାପା ତାଙ୍କ ପଡୋଶୀଙ୍କ ନିକଟରୁ ୧୦ ହଜାର ଟଙ୍କାର ଋଣ ନେଇଥିଲେ। ଏହି ଋଣ ପରିଶୋଧ ନହେବାରୁ ତାଙ୍କ ପଡୋଶୀ ତିନି ବର୍ଷୀୟ ଝିଅଙ୍କୁ ହତ୍ୟା କରିଥିଲେ। ପୋଲିସ କମିଶନର ଆକାଶ କୁହ୍ଳାରୀ ମେ ୩୧ ତାରିଖର ଶିଶୁଟିୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଥିଲେ। ଜୁନ୍ ୨ ତାରିଖରେ ପୋଲିସ୍କୁ ଖଣ୍ଡ ବିଖଣ୍ଡିତ ଶବ ମିଳିଥିଲା। ମୃତ ବାଳିକାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ଦୁଇ ଅଭିଯୁକ୍ତ ଜାହିଦ୍ ଏବଂ ଅସଲମ୍କୁ ପୋଲିସ୍ ଗିରଫ କରିଛି। କୁହ୍ଲାରୀ ଅପରାଧର ଗମ୍ଭୀରତାକୁ ଦେଖି ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର କରିବା ପାଇଁ ଆବେଦନ କରିଛନ୍ତି। ଅଭିଯୁକ୍ତଙ୍କ ପରିବାର ସଦସ୍ୟକୁ ଗିରଫ କରିବା ପାଇଁ ବାଳିକାଙ୍କ ପିତା ଦାବି କରିଛନ୍ତି।
Tags: