ଆଜି ରାଜ୍ୟରେ ପାଗ ସକାଳୁ କୋହଲା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ପାଗ କୋହଲା ରହିବ । ଏହାର ପ୍ରଭାବରେ ଓଡିଶା ଉପକୂଳରେ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ମାଲକାନାଗିରି, କୋରାପୁଟ, ଗଜପତି, ରାୟଗଡା, ବୌଦ୍ଧ, ବରଗଡ, ସୋନପୁରରେ ସ୍ୱଳ୍ପ ବୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆଉ ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ରହିବା ନେଇ ସୂଚନା ମିଳିଛି ।
Tags: