Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକୀକୃତ ସେବା ଯୋଗାଣ ପୋର୍ଟାଲ ଓଡ଼ିଶା ୱାନ୍‌ ଜରିଆରେ ଶତପ୍ରତିଶତ ଇ-ସେବା ପ୍ରଦାନରେ ଓଡ଼ିଶାକୁ ସଫଳତା
ଆଜିର ଖବର

ଏକୀକୃତ ସେବା ଯୋଗାଣ ପୋର୍ଟାଲ ଓଡ଼ିଶା ୱାନ୍‌ ଜରିଆରେ ଶତପ୍ରତିଶତ ଇ-ସେବା ପ୍ରଦାନରେ ଓଡ଼ିଶାକୁ ସଫଳତା

October 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଶତପ୍ରତିଶତ ସଫଳତା ମିଳିଛି। ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍‌ ଓଡ଼ିଶା ୱାନ୍‌ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି।

ଆଜି ଅର୍ଥାତ୍, ୯ ଅକ୍ଟୋବର ୨୦୨୩ ‘‘ନେସନାଲ ଇ-ଗଭର୍ଣ୍ଣାନ୍ସ ସର୍ଭିସ ଡେଲିଭରୀ ଆସେସମେଣ୍ଟ (ଏନଇଏସଡିଏ)ର ଭବିଷ୍ୟତ ଯୋଜନା’’- ଦେଶରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ଏବଂ ଇ-ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସେବା ଅଧିକାର କମିସନରଙ୍କ ସହ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନାରେ ଏ ସମ୍ପର୍କରେ ତଥ୍ୟ ମିଳିପାରିଛି।

ଆରଟିଏସ ମୁଖ୍ୟ କମିଶନରମାନଙ୍କୁ ବିଭାଗ ଦ୍ୱାରା ନିଆଯାଇଥିବା “ଏନଇଏସଡିଏ ଭବିଷ୍ୟତ ଯୋଜନା” ବିଷୟରେ ମଧ୍ୟ ସଚେତନ କରାଯାଇଥିଲା। ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ପାଇଁ ବିଭାଗ ଦ୍ୱାରା ଛଅଟି ଏନଇଏସଡିଏ ଭବିଷ୍ୟତ ଯୋଜନାର ମାସିକ ରିପୋର୍ଟ ଜାରି କରାଯାଇଛି।

ଏହି ରିପୋର୍ଟରେ ଏନଇଏସଡିଏ ଭବିଷ୍ୟତ ଯୋଜନା ଡ୍ୟାସବୋର୍ଡରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦାନ କରାଯାଉଥିବା ଇ-ସେବା ସଂଖ୍ୟା ଏବଂ ବାଧ୍ୟତାମୂଳକ ଇ-ସେବାର ଆଧାର ଧାର୍ଯ୍ୟ କରାଯାଇଛି। ଏହା ସାକ୍ଷାତମୁକ୍ତ ବା ଫେସଲେସ୍‌, ସ୍ୱତଃ ସେବା ପ୍ରଦାନ ଏବଂ ସମନ୍ୱିତ ସେବା ଯୋଗାଣ ପୋର୍ଟାଲର ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥାଏ। କେବଳ ସେତିକି ନୁହେଁ, ଏହି ରିପୋର୍ଟରେ କ୍ଷେତ୍ରଭିତ୍ତିକ ଇ-ସେବାର ଆକଳନ ଓ ତୁଳନା କରାଯିବା ସହ ଅଫଲାଇନ୍ ସେବାକୁ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ନିର୍ଦ୍ଦିଷ୍ଟ ସୁଯୋଗ ଉପରେ ଆଲୋକପାତ କରାଯାଇଛି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଦ୍ୱାରା ମୋଟ୍ ୧୪,୭୩୬ ଇସେବା ଯୋଗାଇ ଦିଆଯାଉଛି । ୨୦୧୬ଟି ବାଧ୍ୟତାମୂଳକ ଇ-ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୫୦୫ଟି ଇ-ସେବା ଯୋଗାଇ ଦେଇ ୭୪.୫% ଲକ୍ଷ୍ୟ ହାସଲ କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ୧୪ ହଜାର ୭୩୬ଟି ଇସେବା ଯୋଗାଇ ଦିଆଯାଉଥିବା ବେଳେ ଜମ୍ମୁ ଓ କଶ୍ମୀରରେ ସବୁଠୁ ଅଧିକ ୧୦୨୮ଟି ଇ-ସେବା ପ୍ରଦାନ କରାଯାଉଛି । ଓଡ଼ିଶା ବ୍ୟତୀତ କେରଳ (ଇ-ଉନ୍ନତ) ଓ ଜମ୍ମୁକାଶ୍ମୀର (ଇ-ସେବାନାମ) ଶତପ୍ରତିଶତ ଇ-ସେବା ଯୋଗାଇବାରେ ସଫଳ ହୋଇଛନ୍ତି।

ବୈଠକରେ ନିମ୍ନଲିଖିତ ପ୍ରସଙ୍ଗରେ ସହମତି ହୋଇଛି :

ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ଚିହ୍ନଟ ହୋଇଥିବା ୧୫୪ଟି ଜନ ସେବାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇ-ସେବା ଆକାରରେ ପ୍ରଦାନ କରିବା ଲାଗି ସେଗୁଡ଼ିକୁ ସମୀକ୍ଷା କରିବେ।

ଇ-ଉନ୍ନତି, ଇ-ସେବାନାମ ଏବଂ ଓଡ଼ିଶା ୱାନ୍ ଆଧାରରେ ସମ୍ପୃକ୍ତ ଆରଟିଏସ୍ କମିଶନ/କମିଟିର ସହାୟତାକୁ ଉପଯୋଗ କରି ଏକ ସମନ୍ୱିତ ପୋର୍ଟାଲ ମାଧ୍ୟମରେ ଇ-ସେବା ପ୍ରଦାନ ପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏକ ରୋଡମ୍ୟାପ୍ ନିର୍ଦ୍ଧାରଣ କରିବେ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଇ-ସେବାଗୁଡ଼ିକୁ ସକ୍ରିୟ ଭାବରେ ପ୍ରଦାନ କରିବା ସୁନିଶ୍ଚିତ  କରିବା ପାଇଁ ବର୍ତ୍ତମାନର ଏବଂ ଆଭିମୁଖ୍ୟ ଉପରେ ଆଲୋଚନା କରିବେ।

ଆରଟିଏସ୍ ମାଧ୍ୟମରେ ଫେସଲେସ ବା ସାକ୍ଷାତମୁକ୍ତ ସେବା ବିତରଣର ସ୍ଥିତି ନିର୍ଦ୍ଧାରଣ କରିବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ।

ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟ କମିଶନର ଓ ନୋଡାଲ ଅଧିକାରୀମାନେ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଆସନ୍ତା ନଭେମ୍ବରରେ ଡେରାଡୁନ୍‌ ଠାରେ ଆରଟିଏସ କମିଶନର ଓ ନୋଡାଲ ଅଧିକାରୀମାନଙ୍କୁ ନେଇ ଡିଏଆରପିଜି ଏକ କର୍ମଶାଳା ଆୟୋଜନ କରିବା ନେଇ ମଧ୍ୟ ବୈଠକରେ ସହମତି ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

India-USA LPG Deal: ଶେଷରେ ଆମେରିକାରୁ ଗ୍ୟାସ ଆଣିବା ପାଇଁ ଚୁକ୍ତି କଲା ଭାରତ

November 18, 2025

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ: ସତ୍ୟସାଇ ବାବାଙ୍କ ଶତବାର୍ଷିକୀ ସମାରୋହରେ ଦେବେ ଯୋଗ

November 18, 2025

ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ

November 18, 2025

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025
Latest News

India-USA LPG Deal: ଶେଷରେ ଆମେରିକାରୁ ଗ୍ୟାସ ଆଣିବା ପାଇଁ ଚୁକ୍ତି କଲା ଭାରତ

November 18, 2025

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ: ସତ୍ୟସାଇ ବାବାଙ୍କ ଶତବାର୍ଷିକୀ ସମାରୋହରେ ଦେବେ ଯୋଗ

November 18, 2025

ଜଳସୀମାରେ ବେଆଇନ ପ୍ରବେଶ କରିଥିବା ୧୯ ବାଂଲାଦେଶୀଙ୍କୁ ଗିରଫ କଲା ଭାରତୀୟ ତଟରକ୍ଷୀ ବାହିନୀ

November 18, 2025

ଚତୁର୍ଥ ପ୍ରାକ୍-ବଜେଟ୍ ପରାମର୍ଶର ଅଧ୍ୟକ୍ଷତା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

November 18, 2025

ପ୍ରଦାନ ହେଲା ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ, ଜାଣନ୍ତୁ କାହାକୁ ମିଳିଲା ପୁରସ୍କାର

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.