ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କ ପୁତ୍ର ତଥା ପାରାଦ୍ବୀପର ବିଧାୟକ ସମ୍ବିତ୍ ରାଉତରାୟ ଆକଳନ କରିଛନ୍ତି। ସମ୍ବିତ୍ ପୁଣି ଥରେ ଦାମଙ୍କୁ ଦଳକୁ ଫେରାଇ ଆଣିବାକୁ ଆଗ୍ରହୀ ରହିଛନ୍ତି। ସାତ ସାତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଦାମ ରାଉତ ଚଳିତ ଥର ପରାଜୟ ବରଣ କରିଛନ୍ତି। ଦାମଙ୍କ ସମ୍ପର୍କରେ ସମ୍ବିତ୍ କହିଛନ୍ତି ଯେ, ଦାମ ବାବୁ ଜଣେ ପରିପକ୍ବ ନେତା, ସେ କୌଣସି ବର୍ଜନୀୟ ବ୍ୟକ୍ତିବିଶେଷ ନୁହଁନ୍ତି। ସେ ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି କହିଛନ୍ତି ସମ୍ବିତ ରାଉତରାୟ। ଯଦି ସୁପ୍ରିମୋ ଚାହିଁବେ ତା’ହେଲେ ତାଙ୍କ ବାପା ଅର୍ଥାତ୍ ଦାମ ରାଉତ ବିଜେଡ଼ିକୁ ଫେରିବେ ବୋଲି ସମ୍ବିତ୍ କହିଛନ୍ତି। ନିର୍ବାଚନରେ ପରାଜୟ ବାପାଙ୍କ ବ୍ୟକ୍ତିତ୍ବ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସମ୍ବିତ୍ ରାଉତରାୟ କହିଛନ୍ତି ।
Tags: